‘ସେବା ପେପର ମିଲ’ କାର୍ଯ୍ୟକ୍ଷମ ହେବ

କୋରାପୁଟ ଜିଲ୍ଲାର ଜୟପୁର ନିକଟସ୍ଥ ସେବା ପେପର ମିଲ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ନିକଟସ୍ଥ ସେବା ପେପର ମିଲଟି କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥି ସକାଶେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ସଦନ ପରିସରରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ଯେ ପ୍ରାୟ ୧୦ ହଜାର ଲୋକ ‘ସେବା ପେପର ମିଲ’ ଉପରେ ନିର୍ଭର କରି ସେମାନଙ୍କ ପରିବାରର ଭରଣପୋଷଣ କରୁଛନ୍ତି ।

୧୯୮୪ ମସିହାରୁ ଚାଲୁ ରହିଥିବା ମିଲଟି ବନ୍ଦ ହେବା ଫଳରେ ଅନେକ ସମସ୍ୟା ଦେଖାଯାଉଛି । ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ହୋଇପଡ଼ିଛି ।

ସେବା ପେପର ମିଲର ଉଚ୍ଚ କର୍ତ୍ତୃପକ୍ଷ ପେପର ମିଲଟି କାର୍ଯ୍ୟକ୍ଷମ କରିବା ଦିଗରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସଂପୃକ୍ତ ବିଭାଗୀୟ ସମସ୍ତ ସଚିବମାନଙ୍କ ସହିତ ମିଲଟି କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ଆଲୋଚନା ଓ ବିଚାରବିମର୍ଶ କରି ଏହା କିଭଳି ପୁନର୍ବାର ଚାଲୁ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ମିଲଟିକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାରୀ ସ୍ତରରେ କୌଣସି ଅସୁବିଧା ଦେଖାଯିବ ନାହିଁ ।

କଞ୍ଚାମାଲ ଯୋଗାଇବା ଦିଗରେ ଜଙ୍ଗଲଓ ପରିବେଶ ବିଭାଗ, ଜଳଯୋଗାଣ ଦିଗରେ ଜଳସଂପଦ ବିଭାଗ, ବିଦ୍ୟୁତ୍ ଯୋଗାଇବା ଦିଗରେ ଶକ୍ତି ବିଭାଗ ଏବଂ ଅନ୍ୟାନ୍ୟ ସମସ୍ତ
ବିଭାଗ ସଜାଗ ରହିଥିବା ସଂପୃକ୍ତ ବିଭାଗୀୟ ସଚିବମାନେ ପ୍ରକାଶ କରିଥିଲେ ।

ମିଲ୍‌ କର୍ତ୍ତୃପକ୍ଷଙ୍କୁ ଏକ ‘ପ୍ରକଳ୍ପ ପ୍ରସ୍ତାବ’ ସରକାରଙ୍କଠାରେ ଉପସ୍ଥାପନ କରିବାକୁ ଜଣାଇ ଦିଆଗଲା ।

ସରକାରଙ୍କ ସ୍ତରରେ ଏକ କମିଟି ଗଠନ କରାଯାଇ ଏହି ପ୍ରକଳ୍ପ ପ୍ରସ୍ତାବକୁ ତର୍ଜମା କରି ଭବିଷ୍ୟତରେ ସାମୂହିକ ସୁବିଧା ଯେପରି ହୋଇପାରିବ ସେ ଦିଗରେ
ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା ।

ସେହିପରି କୋରାପୁଟ ଜିଲ୍ଲାର ୧୫ ମେଗାୱାଟ୍‌ ଡୁମାଝରୀ (15 MW Dumajhori SHP), ପରିବେଶ ଅନୁକୂଳ ନବୀକରଣ ଯୋଗ୍ୟ ପ୍ରକଳ୍ପଟି କାର୍ଯ୍ୟକ୍ଷମ ଯେପରି
ହୋଇପାରିବ ସେଥି ସକାଶେ ମନ୍ତ୍ରୀ ଶ୍ରୀ ମିଶ୍ର ଜୟପୁର ବିଧାୟକ ଶ୍ରୀ ବାହିନୀପତିଙ୍କୁ ଅବଗତ କରାଇ ଏହି ପ୍ରକଳ୍ପ ଯେପରି କାର୍ଯ୍ୟକ୍ଷମ ହେବ ସେ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ସ୍ଥାନୀୟ ଜନସାଧାରଣଙ୍କର ରହିଥିବା ସମସ୍ୟା ସଂପର୍କରେ ଆପୋଷ ଆଲୋଚନା କରି ଏହି ପ୍ରକଳ୍ପ ଯେପରି କାର୍ଯ୍ୟକ୍ଷମ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ଜଣାଇଥିଲେ । ଏ ଦିଗରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ବିଧାୟକ ଶ୍ରୀ ବାହିନୀପତିଙ୍କଠାରୁ ସଂପୂର୍ଣ୍ଣ ସହଯୋଗ କାମନା କରିଥିଲେ ।

ବୈଠକରେ ଜଳସଂପଦ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଡ. ଏସ୍‌. ପଣ୍ଡା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଶକ୍ତି ବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ଏବଂ ସଂପୃକ୍ତ ବିଭାଗୀୟ ସମସ୍ତ ଉଚ୍ଚପଦସ୍ଥ
ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
BUSINESS

RELATED BY

  • ୧୩ ହଜାର କୋଟି ଟଙ୍କା ପୁଞ୍ଜି ନବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱାର୍କ ପ୍ରସ୍ତୁତ କରାଯିବ

    ଭୁବନେଶ୍ୱର:ଝାଡଖଣ୍ଡରେ ଆଜି ଏକ ଐତିହାସିକ ଦିନ କାରଣ ରାଜ୍ୟରେ ପରିବେଶ ସହଯୋଗୀ ପିଏନଜି ଏବଂ ସିଏନଜି ଗ୍ୟାସ୍ ପାଇବାର ଥିବା ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଝାଡଖଣ୍ଡର ରାଞ୍ଚି ଠାରେ ଶୁକ୍ରବାର ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ...
  • ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ରୋଡମ୍ୟାପ୍

    ନୂଆଦିଲ୍ଲୀ: ଇସ୍ପାତର ଦ୍ରୁତ ଚାହିଦା ପରିପ୍ରକ୍ଷୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଇସ୍ପାତ୍ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ପ୍ଲାଂଟ୍ କମିଟି ଏବଂ ସିଆର୍ଆଇଏସ୍ଆଇଏଲ୍ର ପ୍ରମୁଖ ଅଧିକାରୀ...
  • ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ୧ କୋଟି ଟପିଲା

    ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା...
  • ଅଚାନକ ଖଦି ବୋର୍ଡ ପରିଦର୍ଶନ

    ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି  ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟକୁ ଅପ୍ରତ୍ୟାଶିତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଖଦି ବୋର୍ଡର ସଚିବ ଶ୍ରୀ ସରୋଜ କୁମାର...