ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡା ହୋଇପାରିବେନି ବୋଲି ଗଣ ପ୍ୟାରେଡ୍ ବନ୍ଦ କି?

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର : ରାଜ୍ୟସରକାର ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନ ପରିବର୍ତନ କରିବା ଏବଂ ବିନା କାରଣରେ ଗଣ ପ୍ୟାରେଡ ବନ୍ଦ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୧୯୪୭ ମସିହା ଭାରତ ସ୍ୱାଧୀନ ହେବା ପରଠୁ ଦେଶ ସମେତ ସମସ୍ତ ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯାଏ ।

ଭାରତର ସମସ୍ତ ନାଗରିକ ଏହି ଉତ୍ସବ ପାଳନ କରିବା ପାଇଁ ଅପେକ୍ଷା କରି ରହିଥାନ୍ତି ।

ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବା ସହ ପୋଲିସ ବିଭାଗ, ସିଭିଲ୍ ଡିଫେନ୍ସ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଦ୍ୱାରା ଗଣ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥାଏ ।

ଏହି ଅବସରରେ ସ୍ୱାଧୀନତା ସଂର୍ପକିତ ବିଭିନ୍ନ ପ୍ରକାରର ଯୋଜନା ଏବଂ ଅନେକ ବିକାଶମୂଳକ ଯୋଜନାକୁ ପ୍ରଦର୍ଶିତ କରାଯାଏ ।

ପୂର୍ବରୁ ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ପତକା ଉତୋଳନ ସଲାମି ଗ୍ରହଣ କରୁଥିଲେ ।

୧୯୭୩ ମସିହାରେ ନୂଆ ନିଷ୍ପତିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପତକା ଉତୋଳନ ସଲାମି ଗ୍ରହଣ କରୁଛନ୍ତି । କିନ୍ତୁ ଚଳିତ ବର୍ଷ କୌଣସି କାରଣ ନଥାଇ ଗଣ ପ୍ୟାରେଡ୍  ରାଜ୍ୟସରକାର ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ରାଜ୍ୟ ସରକାର ବିଗତ ୭୨ ବର୍ଷ ଧରି ଚାଲୁଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସକୁ ସ୍ଥାନାସ୍ଥରିତ କରିବା ସହ ଗଣ ପ୍ୟାରେଡ୍ ବନ୍ଦ କରିବା ଦ୍ୱାରା ସ୍ୱାଧୀନତା ଦିବସର ପଂରପଂରା ଭଙ୍ଗ ହୋଇଛି । କେଉଁ କାରଣ ପାଇଁ ଏହାକୁ ବନ୍ଦ କରାଯାଇଛି ତାହାର ଉତର ଦିଅନ୍ତୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡା ହୋଇପାରିବେନି ବୋଲି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି କି ? ଏହା ଯଦି ସତ୍ୟ ତେବେ ଏହାର ଜବାବ ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

Categories
NATIONAL
Newsroll

RELATED BY

  • ଆଜିର ରାଶିଫଳ

    ମଙ୍ଗଳବାର ମକର ରାଶିର ଘାତବାର  ରାହୁକାଳ- ଦିବା ଘ ୦୨/୧୯ ରୁ ଦିବା ଘ ୦୩/୪୩ ମିନିଟ୍ ମଧ୍ୟରେ ମେଷରାଶି : ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ, କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହେବେ,...
  • CHIEF MINISTER REVIEWS

    New Delhi ,9/11/2019 : Chief Minister Naveen Patnaik reviewed the Central Fund release position under Centrally Sponsored Schemes (CSS) and implementation of 5T framework, i.e. Team Work, Transparency, Technology...
  • ୯ ନଭେମ୍ବର ହେଉଛି ସେହି ତାରିଖ, ଯେଉଁ ଦିନ ବର୍ଲିନ ପ୍ରାଚୀର ଧରାଶାୟୀ ହୋଇଥିଲା:ପ୍ରଧାନମନ୍ତ୍ରୀ

    ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ   ମୋର ପ୍ରିୟ ଦେଶବାସୀ, ମୁଁ ସାରା ଦିନ ପଞ୍ଜାବରେ ଥିଲି । ମୋର କର୍ତବ୍ୟ ହେଉଛି କି ମୁଁ ଆପଣମାନଙ୍କ ସହିତ ସିଧାସଳଖ କଥା ହୁଏ । ଆଜି ସୁପ୍ରିମକୋର୍ଟ...
  • ୭୮ ଟନ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କଲା ରିଲାଏନ୍ସ ଫାଉଣ୍ଡେସନ

    ଭୁବନେଶ୍ୱର: ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ଏହାର “ରିସାଇକଲ ୪ ଲାଇଫ ‘ ଅଭିଯାନରେ ସ୍ୱେଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ...