୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉତ୍ପାଦନ କରିବାର ଲକ୍ଷ୍ୟ

ଧର୍ମେନ୍ଦ୍ର ପ୍ରଧାନ

ବୋକାରୋ: ଝାଡଖଣ୍ଡର ବିକାଶ ଦ୍ରୁତ ଗତିରେ କରାଯିବାର ଆବଶ୍ୟକତା ରହିଥିବା ବେଳେ ଏ ଦିଗରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାମ କରୁଛି ବୋଲି ଝାଡଖଣ୍ଡର ବୋକାରୋ ଠାରେ ୩୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏଲ୍ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ଇସ୍ପାତ୍ ବିଭାଗ ଉଭୟ ମିଶି ଝାଡଖଣ୍ଡ ରାଜ୍ୟର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କରୁଛନ୍ତି ।

ପେଟ୍ରୋଲିୟମ ବିଭାଗ ତରଫରୁ ଝାଡଖଣ୍ଡରେ ୧୦ ହଜାର କୋଟି ଟଙ୍କାର ପୁଂଜି ନିବେଶ କରିବାର ଯୋଜନା କରାଯାଇଛି ।

ସେହିପରି ୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ଅଗ୍ରଣୀ ଭୂମିକା ଝାଡଖଣ୍ଡର ରହିବ ଏବଂ ବୋକାରୋ ଷ୍ଟିଲ୍ ପ୍ଲାଂଟ ଏହାର ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ବିକାଶ ପାଇଁ କାମ କରୁଛନ୍ତି ।

 ଝାଡଖଣ୍ଡରେ ଗତ ୪ ବର୍ଷରେ ମୋଟ୍ ୩୭ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଲାଭ ଉଠାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ମାଧ୍ୟମରେ ଦେଶର ପ୍ରଗତିକୁ ଅଣାଯାଇପାରିବ ।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲ୍କାତା, ବାଙ୍ଗାଲୋର୍ ଭଳି ବଡ ବଡ ସହରରେ ପେଟ୍ରୋଲିୟମ୍ ପଦାର୍ଥର ବ୍ୟବହାର ୭ ରୁ ୮ ପ୍ରତିଶତ ବୃଦ୍ଧି ଘଟୁଛି ।

ଅନୂରୁପ ଭାବେ ଝାଡଖଣ୍ଡର ବିଭିନ୍ନ ଅଂଚଳରେ ମଧ୍ୟ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର ୧୫ ପ୍ରତିଶତକୁ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଆଜିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନ୍ୟାନ୍ୟଙ୍କ ମଧ୍ୟରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉପସ୍ଥିତ ଥିଲେ ।

Categories
BUSINESS

RELATED BY

  • ୧୩ ହଜାର କୋଟି ଟଙ୍କା ପୁଞ୍ଜି ନବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱାର୍କ ପ୍ରସ୍ତୁତ କରାଯିବ

    ଭୁବନେଶ୍ୱର:ଝାଡଖଣ୍ଡରେ ଆଜି ଏକ ଐତିହାସିକ ଦିନ କାରଣ ରାଜ୍ୟରେ ପରିବେଶ ସହଯୋଗୀ ପିଏନଜି ଏବଂ ସିଏନଜି ଗ୍ୟାସ୍ ପାଇବାର ଥିବା ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଝାଡଖଣ୍ଡର ରାଞ୍ଚି ଠାରେ ଶୁକ୍ରବାର ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ...
  • ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ରୋଡମ୍ୟାପ୍

    ନୂଆଦିଲ୍ଲୀ: ଇସ୍ପାତର ଦ୍ରୁତ ଚାହିଦା ପରିପ୍ରକ୍ଷୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଇସ୍ପାତ୍ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ପ୍ଲାଂଟ୍ କମିଟି ଏବଂ ସିଆର୍ଆଇଏସ୍ଆଇଏଲ୍ର ପ୍ରମୁଖ ଅଧିକାରୀ...
  • ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ୧ କୋଟି ଟପିଲା

    ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା...
  • ଅଚାନକ ଖଦି ବୋର୍ଡ ପରିଦର୍ଶନ

    ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି  ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟକୁ ଅପ୍ରତ୍ୟାଶିତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଖଦି ବୋର୍ଡର ସଚିବ ଶ୍ରୀ ସରୋଜ କୁମାର...