ରାକ୍ଷୀ ତିଆରି କର୍ମଶାଳା

କଳାଭୂମିରେ

ଭୁବନେଶ୍ୱର: ସମଗ୍ର ପୂର୍ବ ଭାରତରେ ପ୍ରଥମ କରି ଏକ ଭିନ୍ନ ଢାଞ୍ଚାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଭୁବନେଶ୍ୱରର ଗଣ୍ଡମୁଣ୍ଡାଠାରେ ଓଡ଼ିଶା କ୍ରାଫ୍ଟସ୍ ମ୍ୟୁଜିୟମ, ‘କଳାଭୂମି’ ସ୍ଥାପନ କରାଯାଇଛି । ଏହି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ଅଗାମୀ ରାକ୍ଷୀ ପୂର୍ଣ୍ଣମୀ ଉପଲକ୍ଷେ ରାକ୍ଷୀ ପ୍ରସ୍ତୁତି ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ।

ଏହି କର୍ମଶାଳାରେ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଚାନ୍ଦୁଆ, ତାଳପତ୍ର, ପଟ୍ଟଚିତ୍ର, ଟେରାକୋଟାର ରାକ୍ଷୀ ପ୍ରସ୍ତୁତ କରିଥିଲେ ।

ଭଉଣୀମାନେ ସାଧାରଣତଃ ଭାଇମାନଙ୍କୁ ରାକ୍ଷୀ ବାନ୍ଧିଥା’ନ୍ତି । ‘କଳାଭୂମି’ଠାରେ ଆୟୋଜିତ ଏକ ନିଆରା କର୍ମଶାଳାରେ ଭାଇମାନେ ନିଜ ଭାଇ ଓ ଭଉଣୀଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରିଥିଲେ ।

ସ୍ୱହସ୍ତରେ ରାକ୍ଷୀ ପ୍ରସ୍ତୁତ କରି ସମସ୍ତ ଅଂଶଗ୍ରହଣକାରୀ ଆନନ୍ଦିତ ହୋଇଥିଲେ ।

ପ୍ରତ୍ୟେକ ଅଂଶଗ୍ରହଣକାରୀ ୪ଟି ଲେଖାଏଁ ଚାରିପ୍ରକାରର ରାକ୍ଷୀ ତିଆରି କରିଥିଲେ । ଶିଳ୍ପୀ ଓ କାରିଗରମାନେ ପର୍ଯ୍ୟଟକମାନଙ୍କୁ ଏହି ରାକ୍ଷୀ ପ୍ରସ୍ତୁତପ୍ରଣାଳୀ ସଂପର୍କରେ ଶିକ୍ଷାଦାନ କରିଥିଲେ ।

Categories
STATE

RELATED BY

  • ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ

    ଭୁବନେଶ୍ୱର : ଉତ୍ତରପ୍ରଦେଶ ମେଡ଼ିକାଲ କଲେଜ ଓ ଓଡ଼ିଶାର ବୁର୍ଲାସ୍ଥିତ VSSUT ରେ ନବାଗତ ଛାତ୍ରମାନଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଓ ବର୍ବରୋଚିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାରେ “ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍...
  • ସମୂହ ବୃକ୍ଷରୋପଣ

    ଭୁବନେଶ୍ୱର : ପାଠାଗାର, ୟୁନିଟ୍-୯ ଦ୍ୱାରା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ସହାୟତାରେ କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୩, ୟୁନିଟ୍-୯ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଏବଂ ହିନ୍ଦି ସ୍କୁଲ ପ୍ରାଙ୍ଗଣରେ...
  • ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ

    ଭୁବନେଶ୍ୱର:କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକ ଜଡ଼ିତ ଥିବାରୁ କୃଷିର ଉନ୍ନତି କରି କୃଷକଙ୍କ ଆୟ ବହୁଗୁଣିତ କରିବା ଦିଗରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏ ଦିଗରେ...
  • ବସନ୍ତ ପଣ୍ଡା ଏବଂ ପ୍ରଦୀପ୍ତ ନାୟକ ଗଭୀର ଶୋକ ପ୍ରକାଶ କଲେ

    ଭୁବନେଶ୍ୱର : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ...