ରିଲିଫ କମିଶନର ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ

ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବରଗଡ ଆଦି ଜିଲ୍ଲାରେ ଗତ ୩ ଦିନର ପ୍ରବଳ ବର୍ଷା ପରେ ଏବେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ସହ ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ଓ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଖରେ ତୁରନ୍ତ ରିଲିଫ ପହଞ୍ଚାଇବା ନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ।

ଶ୍ରୀମତି ସିଂହଦେଓ କହିଛନ୍ତି ଯେ, ଏବେ ସୃଷ୍ଟି ହୋଇଥିବା ବନ୍ୟାରେ ପାଖାପାଖି ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ପ୍ରବଳ ବର୍ଷା କାରଣରୁ ହରିଶଂକରଠାରେ ମାଟି ଅତଡା ଧସି ଯିବା କାରଣରୁ ବ୍ୟାପକ କ୍ଷତି ହୋଇଛି ।

ଅନେକ ଲୋକ ଏବେବି ପାଣି ଘେରରେ ଅଛନ୍ତି ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାର ଆବଶ୍ୟକତା ଅଛି ।

ଜିଲ୍ଲାମାନଙ୍କୁ ଉଦ୍ଧାର ବୋଟ ଦେବାର ତୁରନ୍ତ ଆବଶ୍ୟକତା ଅଛି ।

ସେହିପରି ପ୍ରଭାବିତ ଲୋକମାନଙ୍କୁ ରିଲିଫ ଖାଦ୍ୟ ପହଞ୍ଚାଇବା ଜରୁରି ଅଛି ।

ସେହିପରି ବନ୍ୟା ପରବର୍ତି ସମୟରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରିବା ପାଇଁ ତୁରନ୍ତ ଚିକିସ୍ତ୍ରା ଦଳ ଯିବାର ଆବଶ୍ୟକତା ଅଛି ।

ଏସଡିଆରଏଫ ଟିମ ପଠାଇ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ ।

ଏ ସର୍ମ୍ପକରେ ସ୍ୱତନ୍ତ୍ର ରିଲିଫ କମିଶନ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

ଏହି ପ୍ରତିନିଧି ଦଳ ସଚିବାଳୟ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ସଂପର୍କରେ ଦାବୀ ପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା ମନମୋହନ ସାମଲ ଓ କନକ ବର୍ଦ୍ଧନ ସିଂହଦେଓ, ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ସାମିଲ ଥିଲେ ।

Categories
STATE

RELATED BY

  • ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ

    ଭୁବନେଶ୍ୱର : ଉତ୍ତରପ୍ରଦେଶ ମେଡ଼ିକାଲ କଲେଜ ଓ ଓଡ଼ିଶାର ବୁର୍ଲାସ୍ଥିତ VSSUT ରେ ନବାଗତ ଛାତ୍ରମାନଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଓ ବର୍ବରୋଚିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାରେ “ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍...
  • ସମୂହ ବୃକ୍ଷରୋପଣ

    ଭୁବନେଶ୍ୱର : ପାଠାଗାର, ୟୁନିଟ୍-୯ ଦ୍ୱାରା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ସହାୟତାରେ କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୩, ୟୁନିଟ୍-୯ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଏବଂ ହିନ୍ଦି ସ୍କୁଲ ପ୍ରାଙ୍ଗଣରେ...
  • ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ

    ଭୁବନେଶ୍ୱର:କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକ ଜଡ଼ିତ ଥିବାରୁ କୃଷିର ଉନ୍ନତି କରି କୃଷକଙ୍କ ଆୟ ବହୁଗୁଣିତ କରିବା ଦିଗରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏ ଦିଗରେ...
  • ବସନ୍ତ ପଣ୍ଡା ଏବଂ ପ୍ରଦୀପ୍ତ ନାୟକ ଗଭୀର ଶୋକ ପ୍ରକାଶ କଲେ

    ଭୁବନେଶ୍ୱର : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ...