ଓଡିଶାର ଦୁଇ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ

ଅନୁସନ୍ଧାନ କ୍ଷେତ୍ରରେ ଉକ୍ରର୍ଷତା ପାଇଁ

ଅନୁସନ୍ଧାନ କ୍ଷେତ୍ରରେ ଉକ୍ରର୍ଷତା ଲାଗି ୨୦୧୯ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଦେଶବ୍ୟାପୀ ୯୬ ଜଣ ପୋଲିସଙ୍କୁ ପଦକ ପ୍ରଦାନ କରାଯାଇଛି ।

ଏଥିରେ ସାମିଲ ଅଛନ୍ତି ଓଡିଶାରୁ ଦୁଇ ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂମାଡକାର ସନ୍ଦୀପ ସମ୍ପତ

ପଦକ ପାଇଥିବା ପୋଲିସ ମାନଙ୍କ ମଧ୍ୟରୁ ସର୍ବାଧିକ ୧୫ ଜଣ ରହିଛନ୍ତି ସିବିଆଇରୁ, ୧୧ ଜଣ ମହାରାଷ୍ଟ୍ର ପୋଲିସରୁ, ୧୦ ଜଣ ଉତର ପ୍ରଦେଶରୁ, ୯ ଜଣ କେରଳ ପୋଲିସରୁ, ୮ ଜଣ ମଧ୍ୟ ପ୍ରଦେଶ ପୋଲିସରୁ, ୬ ଜଣ ଦିଲ୍ଲୀ ପୋଲିସ ଓ କର୍ଣ୍ଣାଟକ ପୋଲିସରୁ ଏବଂ ଅନ୍ୟମାନେ ବାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କରୁ । ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ପୋଲିସ ପଦାଧିକାରୀ ରହିଛନ୍ତି ।

ଏହି ମେଡାଲ ୨୦୧୮ରୁ ପ୍ରଦାନ କରାଯାଉଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଅପରାଧିକ ଅନୁସନ୍ଧାନ ନିମନ୍ତେ ଉଚ୍ଚ ବୃତିଗତ ସ୍ତରକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀ ପଦାଧିକାରୀମାନଙ୍କ ମଧ୍ୟରେ ଥିବା ଏହି ଉକ୍ରର୍ଷତାକୁ ସ୍ୱୀକୃତି ପ୍ରଦାନ କରିବା ।

Categories
NATIONAL

RELATED BY

  • ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର:ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ବିଜେପିର ବରିଷ୍ଠ ନେତା, ଆଇନଜୀବୀ ତଥା ପୂର୍ବତନ ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅରୁଣ ଜେଟଲୀ ଜଣେ ବହୁତ ବଡ ବ୍ୟକ୍ତିତ୍ୱ...
  • ପ୍ରଧାନମନ୍ତ୍ରୀଙ୍କ ଶୋକ

    ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଅରୁଣ ଜେଟଲୀ ଜଣେ ବରିଷ୍ଠ ରାଜନେତା, ବିଶିଷ୍ଟ ବୁଦ୍ଧିଜୀବୀ ଏବଂ...
  • ନୂତନ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ଵ ଗ୍ରହଣ କଲେ

    ଭୁବନେଶ୍ଵର – କଟକ ପୋଲିସ କମିସନର ଭାବେ ଆଜି ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ କମିସନରଙ୍କୁ ଆଜି ବରିଷ୍ଠ ଅଧିକାରୀମାନେ ସ୍ଵାଗତ କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ଜଣେ ସୁଲେଖକ ଏବଂ...
  • ଅତିରିକ୍ତ ୩୩୩୮କୋଟି ଟଙ୍କା ଦେଇଥିବାରୁ ଧନ୍ୟବାଦ

    ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ କମିଟି ବୈଠକ ପରେ ଏନଡିଆରଏଫ୍ ପାଣ୍ଠିରୁ ଓଡିଶାକୁ ଫନି ସହାୟତା ବାବଦରେ ଆହୁରି ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଛିା । କେନ୍ଦ୍ରର...