କାଳିଆ’ ଯୋଜନାରେ ଯାଞ୍ଚ ଅବଧି ଅଗଷ୍ଟ ୨୭କୁ ବୃଦ୍ଧି

ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଞ୍ଚ ଅବଧି ବୃଦ୍ଧି କରାଯାଇଛି ।

ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଭବନଠାରେ ‘କାଳିଆ’ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ଏହି ଯାଞ୍ଚ ଅବଧିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରିବା ସହ ମନ୍ତ୍ରୀ ଡ. ସାହୁ କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ‘କାଳିଆ’ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ ।

ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

‘କାଳିଆ’ ଯୋଜନାରେ ଶତପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏଥି ସହିତ ତାଲିକାରେ ଯଦି କେହି ଯୋଗ୍ୟ ବିବେଚିତ ହେଉନଥିବା ହିତାଧିକାରୀ ଥିବେ ତେବେ ଯାଞ୍ଚ କରାଯାଇ ସେମାନଙ୍କୁ ବାଦ ଦିଆଯିବା ପ୍ରକ୍ରିୟା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ।

ଅଗଷ୍ଟ ୫ ତାରିଖରୁ ଏହି ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ପୂର୍ବରୁ ଏହା ଅଗଷ୍ଟ ୧୪ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷଙ୍କର ଯାଞ୍ଚକାର୍ଯ୍ୟ ଶେଷ ହୋଇଛି ।

ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବା ପରେ ୨୯ ତାରିଖରେ ବ୍ଲକ୍‌ ସ୍ତରରେ ଓ ୩୧ ତାରିଖରେ ଜିଲ୍ଲାସ୍ତରରେ ଏହାକୁ ଚୂଡାନ୍ତ କରାଯାଇ କୃଷି ଓ କୃଷକ ସଶକ୍ତିକରଣ ବିଭାକୁ ଏହି ତାଲିକା ପଠାଯିବ ।

ଏଥି ସହିତ ସମୀକ୍ଷା ବୈଠକରେ ଫସଲ ଓ ପାଣିପାଗ ଅନୁଧ୍ୟାନ, ଫନୀ ବାତ୍ୟାରେ ପ୍ରଭାବିତ କୃଷକମାନଙ୍କୁ ପ୍ୟାକେଜ ବଣ୍ଟନ, ବରିଷ୍ଠ ଅଧିକାରୀମାନଙ୍କର ଜିଲ୍ଲା ଓ କ୍ଷେତ୍ର ପରିଦର୍ଶନ ଏବଂ କୃଷି ନୀତି-୨୦୧୯ ଚିଠା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

Categories
STATE

RELATED BY

  • ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ

    ଭୁବନେଶ୍ୱର : ଉତ୍ତରପ୍ରଦେଶ ମେଡ଼ିକାଲ କଲେଜ ଓ ଓଡ଼ିଶାର ବୁର୍ଲାସ୍ଥିତ VSSUT ରେ ନବାଗତ ଛାତ୍ରମାନଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଓ ବର୍ବରୋଚିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାରେ “ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍...
  • ସମୂହ ବୃକ୍ଷରୋପଣ

    ଭୁବନେଶ୍ୱର : ପାଠାଗାର, ୟୁନିଟ୍-୯ ଦ୍ୱାରା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ସହାୟତାରେ କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୩, ୟୁନିଟ୍-୯ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଏବଂ ହିନ୍ଦି ସ୍କୁଲ ପ୍ରାଙ୍ଗଣରେ...
  • ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ

    ଭୁବନେଶ୍ୱର:କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକ ଜଡ଼ିତ ଥିବାରୁ କୃଷିର ଉନ୍ନତି କରି କୃଷକଙ୍କ ଆୟ ବହୁଗୁଣିତ କରିବା ଦିଗରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏ ଦିଗରେ...
  • ବସନ୍ତ ପଣ୍ଡା ଏବଂ ପ୍ରଦୀପ୍ତ ନାୟକ ଗଭୀର ଶୋକ ପ୍ରକାଶ କଲେ

    ଭୁବନେଶ୍ୱର : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ...