ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ଅଚାନକ ଗସ୍ତ

ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ୍‌ ତଲବ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଅଚାନକ କୃଷି ବିଭାଗର ବିଭିନ୍ନ କାର୍ଯ୍ୟାଳୟ ଗସ୍ତ କରିଥିଲେ ।

ମନ୍ତ୍ରୀ ଡ. ସାହୁ ପୂର୍ବାହ୍ନରେ ବରମୁଣ୍ଡାସ୍ଥିତ ଉପନିର୍ଦ୍ଦେଶକ, ପ୍ଲାଣ୍ଟ ପ୍ରୋଟେକସନ୍‌ କାର୍ଯ୍ୟାଳୟ, ରାଜ୍ୟ ବାୟୋ ଫର୍ଟିଲାଇଜର ଟେଷ୍ଟିଂ ଲାବୋରେଟୋରୀ, ଓଡ଼ିଶା ରାଜ୍ୟ ସିଡସ୍‌ ଓ ଅର୍ଗାନିକ ପ୍ରଡକ୍ଟ ସାର୍ଟିଫିକେସନ୍‌ ଏଜେନ୍ସି ଓ କ୍ଷେତ୍ର ବିଜ୍ଞାନୀ, କ୍ଷୁଦ୍ର ଜଳସେଚନ ଓ ଜଳବିନିଯୋଗ ତାଲିମ ପ୍ରତିଷ୍ଠାନରେ ପହଞ୍ଚିଥିଲେ ।

ମନ୍ତ୍ରୀ ଡ. ସାହୁ କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସମୟାନୁବର୍ତ୍ତିତା ଓ ପାରଦର୍ଶିତା ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ପରିଦର୍ଶନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ରୂପାୟନ ଓ କାର୍ଯ୍ୟକାରିତା ଉପରେ ପଚାରି ବୁଝିବା ସହିତ ବିଳମ୍ବରେ ଆସିଥିବା କର୍ମଚାରୀମାନଙ୍କୁ ତାଗିଦ୍‌ କରିଥିଲେ ।

ଏଥି ସହିତ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ୍‌ ତଲବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Categories
STATE

RELATED BY

  • ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ

    ଭୁବନେଶ୍ୱର : ଉତ୍ତରପ୍ରଦେଶ ମେଡ଼ିକାଲ କଲେଜ ଓ ଓଡ଼ିଶାର ବୁର୍ଲାସ୍ଥିତ VSSUT ରେ ନବାଗତ ଛାତ୍ରମାନଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଓ ବର୍ବରୋଚିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାରେ “ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍...
  • ସମୂହ ବୃକ୍ଷରୋପଣ

    ଭୁବନେଶ୍ୱର : ପାଠାଗାର, ୟୁନିଟ୍-୯ ଦ୍ୱାରା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ସହାୟତାରେ କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୩, ୟୁନିଟ୍-୯ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଏବଂ ହିନ୍ଦି ସ୍କୁଲ ପ୍ରାଙ୍ଗଣରେ...
  • ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ

    ଭୁବନେଶ୍ୱର:କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକ ଜଡ଼ିତ ଥିବାରୁ କୃଷିର ଉନ୍ନତି କରି କୃଷକଙ୍କ ଆୟ ବହୁଗୁଣିତ କରିବା ଦିଗରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏ ଦିଗରେ...
  • ବସନ୍ତ ପଣ୍ଡା ଏବଂ ପ୍ରଦୀପ୍ତ ନାୟକ ଗଭୀର ଶୋକ ପ୍ରକାଶ କଲେ

    ଭୁବନେଶ୍ୱର : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ...