ଅଚାନକ ଖଦି ବୋର୍ଡ ପରିଦର୍ଶନ

ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ 

Share this:

ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି  ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟକୁ ଅପ୍ରତ୍ୟାଶିତ ପରିଦର୍ଶନ କରିଥିଲେ ।

ପରିଦର୍ଶନ ସମୟରେ ଖଦି ବୋର୍ଡର ସଚିବ ଶ୍ରୀ ସରୋଜ କୁମାର ପଟେଲ୍‌, ଉପସଚିବ (ବୈଷୟିକ) ଶ୍ରୀ ତ୍ରିଯୋଗୀ ନାରାୟଣ ଦାଶ, ଉପସଚିବ (ଖଦି) ଶ୍ରୀମତୀ ରେଣୁପ୍ରଭା ନାୟକ ଏବଂ ବ୍ୟକ୍ତିଗତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ବୋର୍ଡର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ପରିଦର୍ଶନ ସମୟରେ ବରିଷ୍ଠ ସହାୟିକା ଅନୁପସ୍ଥିତ ଥିଲେ ।

ଅନୁପସ୍ଥିତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖଦି ଭବନର ନିର୍ମାଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ଚୌଦ୍ୱାର ଜେଲର ଅନ୍ତେବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଉପଯୁକ୍ତ ବିପଣନ କରିବା ପାଇଁ ସଚିବଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ବିକ୍ରୟ ଭଣ୍ଡାର ପରିଦର୍ଶନ କରିଥିଲେ ।

RELATED BY

EDITOR
OFFICE