ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ୧ କୋଟି ଟପିଲା

ଓଡ଼ିଶାରେ ୩୧% ଗ୍ରାହକ ବଜାର ଅଂଶ ସହିତ ଜିଓ ହେଉଛି ଏକମାତ୍ର ସେବା ପ୍ରଦାନକାରୀ

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃକ୍ଷ (ଟ୍ରାଇ) ଆଜି ୨୦୧୯ ଜୁନ ମାସ ପାଇଁ ଜାରି କରିଥିବା ଦୂରସଂଚାର ଗ୍ରାହକ ତଥ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏହି ସଫଳତାକୁ କଂପାନି ଦ୍ରୁତ ଗତିରେ ହାସଲ କରିଛି । ନିଜର ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୧ କୋଟିରୁ ଅଧିକ ହୋଇଛି ।

ଗ୍ରାହକ ସଂଖ୍ୟା ତଥ୍ୟରୁ ଜଣାପଡ଼ିଛି ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସବୁଠୁ ପସନ୍ଦର ମୋବାଇଲ ସେବା ପ୍ରଦାନକାରୀ ଭାବେ ଏହାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିଥିବା ବେଳେ ୨୦୧୯ ଜୁନରେ ରାଜ୍ୟରେ ୩.୬୧ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଛି । ଏହି ମାସରେ ଅନ୍ୟ ସବୁ ମୋବାଇଲ ସେବା ପ୍ରଦାନକାରୀଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ବଜାର ଅଂଶ ୩୧%ରେ ପହଞ୍ଚିଛି ।

ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନରେ ୨.୦୨ ଲକ୍ଷ ବଢିଥିବା ବେଳେ ବିଶେଷ କରି ଜିଓର ସୁଦୃଢ ଯୋଗଦାନ ଯୋଗୁ ଏହା ହୋଇପାରିଛି ଏବଂ ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ।

ଏଠାରେ ଏହା ଉଲ୍ଲେଖ କରିବା ଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ଓ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ଅପହଞ୍ଚ ଅଞ୍ଚଳକୁ ୪ଜି ନେଟୱର୍କର ସଂପ୍ରସାରଣ ଏବଂ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ଲୋକଙ୍କ ପାଖରେ ବହୁଳ ଭାବେ ଲୋକପ୍ରିୟ ଭାରତର ସ୍ମାର୍ଟଫୋନ-ଜିଓଫୋନ ଜରିଆରେ ପ୍ରତି ମାସରେ ଏହା ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଟ୍ରାଇ ପକ୍ଷରୁ ୨୦୧୯ ଜୁନର ମୋବାଇଲ ଗ୍ରାହକ ତଥ୍ୟ ଜାରି କରାଯାଇଥିବା ବେଳେ ୨୦୧୯ର ପ୍ରଥମ ଛଅ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୪ ଲକ୍ଷ ହ୍ରାସ ପାଇଥିବା ଜଣାପଡ଼ିଛି । ଏହି ଛଅ ମାସ ଭିତରେ ୨୦.୮ ଲକ୍ଷ ନୂଆ ଗ୍ରାହକ ଯୋଗ କରି ରିଲାଏନ୍ସ ଜିଓ ଅଗ୍ରଣୀ ସ୍ଥାନରେ ରହିଥିବା ବେଳେ ବିଏସଏନଏଲ ସମାନ ଅବଧିରେ ୧.୮ ଲକ୍ଷ ଗ୍ରାହକ ଯୋଡ଼ି ଦୂରରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଛଅ ମାସ ଭିତରେ ଭୋଡାଫୋନ ୧୩.୨ ଲକ୍ଷ ମୋବାଇଲ ଗ୍ରାହକ ହରାଇଥିବା ବେଳେ ଭାରତୀ ଏୟାରଟେଲ ରାଜ୍ୟରେ ଏହି ସମୟରେ ୧୦.୬ ଲକ୍ଷ ଗ୍ରାହକଙ୍କୁ ହରାଇଛି ।

ଗ୍ରାହକ ଦୃଷ୍ଟିକୋଣରୁ ଭୋଡାଫୋନ ଆଇଡିଆ ଓ ଭାରତୀ ଏୟାରଟେଲକୁ ଅତିକ୍ରମ କରି ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇପାରିଥିବା ରିଲାଏନ୍ସ ଜିଓ ୨୦୧୯ ଜୁନ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ିବାର ଧାରାକୁ ବଜାୟ ରଖିଥିବା ଟ୍ରାଇର ରିପୋର୍ଟରୁ ଜଣାପଡ଼ିଛି । ୨୦୧୯ ଜୁନରେ ରିଲାଏନ୍ସ ଜିଓ ସମଗ୍ର ଦେଶରେ ୮୨.୬୮ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ ଆଇଡିଆ ୪୧.୪୫ ଲକ୍ଷ ଗ୍ରାହକ ହରାଇଛି ସେହିରି ବିଏସଏନଏଲର ଗ୍ରାହକ ସଂଖ୍ୟାରେ ୨.୬୬ ଲକ୍ଷର ବୃଦ୍ଧି ହୋଇଛି ।

୨୦୧୯ ଜୁନରେ ୩୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହେବା ସହିତ ଦେଶର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧୧୬.୫ କୋଟିକୁ ବୃଦ୍ଧି ପାଇଛି, ଯେଉଁଥିରେ ଜିଓ ସବୁଠୁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।

Categories
BUSINESS
Newsroll

RELATED BY

  • ତାଳଚେର ସାର କାରଖାନା ଦ୍ୱାରା ୪,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

    ନୂଆଦିଲ୍ଲୀ: ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ଖୋଲିବା ନେଇ ଆଜି ଦିଲ୍ଲୀରେ ଏକ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡିଶାର ଅନୁଗୁଳ ଜିଲ୍ଲାରେ ୧୩,୨୭୭ କୋଟି...
  • Reliance Industries aims to make ‘sustainable clothing’ affordable

    ‘Sustainable fashion’ is becoming a buzz word in the fashion industry as large corporates, textile manufactures, fashion designers and renowned fashion houses are aggressively putting their act together to...
  • ଏକ ଲକ୍ଷ ଦର୍ଶକ ମେଳା ପରିସରକୁ ଆସିଥିଲେ

    ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଉଦ୍‌ଯାପିତ ଭୁବନେଶ୍ୱର:ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ‘ବୟନିକା’ ପକ୍ଷରୁ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଅଗଷ୍ଟ ୨୭ ତାରିଖରୁ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଥିଲା । ଏହି ମେଳାରେ ୩୯ଟି ଷ୍ଟଲ୍‌ରେ ‘ବୟନିକା’,...
  • Tribal retail outlet

     Chief Minister Shri Naveen Patnaik inaugurating exclusive Tribal retail outlet at TDCCOL Head Office premises, BBSR on 09.09.2019 Chief Minister Shri Naveen Patnaik going round the exclusive tribal retail...