ଅତିରିକ୍ତ ୩୩୩୮କୋଟି ଟଙ୍କା ଦେଇଥିବାରୁ ଧନ୍ୟବାଦ

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ

ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ କମିଟି ବୈଠକ ପରେ ଏନଡିଆରଏଫ୍ ପାଣ୍ଠିରୁ ଓଡିଶାକୁ ଫନି ସହାୟତା ବାବଦରେ ଆହୁରି ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଛିା ।

କେନ୍ଦ୍ରର ଓଡିଶା ପ୍ରତି ଏହି ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟ ସଭାପତି ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଧନ୍ୟବାଦ ଜଣାଇଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫନି ବାତ୍ୟାର ମୁକାବିଲା କରିବା ପାଇଁ ଓଡିଶାକୁ ଆଗୁଆ ୩୪୧ କୋଟି ଟଙ୍କାର ସହାୟତା ଯୋଗାଇଥିଲେ ।

ସେହିପରି ବାତ୍ୟା ଫନି ପରେ ଓଡିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଆକାଶ ମାର୍ଗରୁ ସର୍ବେକ୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ୧୦୦୦ କୋଟିର ସହାୟତା ରାଶି ତୁରନ୍ତ ଘୋଷଣା କରିଥିଲେ ।

ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଅକୁଣ୍ଠ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି ।