ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ

ଆରମ୍ଭ

ଭୁବନେଶ୍ୱର : ଉତ୍ତରପ୍ରଦେଶ ମେଡ଼ିକାଲ କଲେଜ ଓ ଓଡ଼ିଶାର ବୁର୍ଲାସ୍ଥିତ VSSUT ରେ ନବାଗତ ଛାତ୍ରମାନଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଓ ବର୍ବରୋଚିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାରେ “ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ’ ସଙ୍ଗଠନ ଏହାର ଦୃଢ଼ ପ୍ରତିବାଦ କରିବା ସହ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ କରିଛି ।

ଭୁବନେଶ୍ୱରସ୍ଥିତ ମହାତ୍ମାଗାନ୍ଧୀ ପାର୍କରେ ସଙ୍ଗଠନର ଆବାହକ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ନୀରବ ପ୍ରତିବାଦ କରାଯିବା ସହ ସଚେତନତା ଓ ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ରାଜ୍ୟର ବିଭିନ୍ନ ପ୍ରମୁଖ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମାଜିକ କର୍ମୀ ଓ ଛାତ୍ର ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିବା ସହ ଘଟଣା ଗୁଡ଼ିକର ତୀବ୍ର ନିନ୍ଦା କରିଥିଲେ ।

ର‌୍ୟାଗିଂ ଘଟଣା ବିଷୟରେ ପୀଡ଼ିତ ଛାତ୍ରଛାତ୍ରୀ, ଅଭିଭାବକମାନେ ମୁହଁ ଖୋଲିବା ସହ ସ୍ଥାନୀୟ ଥାନାରେ ତୁରନ୍ତ ଅଭିଯୋଗ କରିବା ତଥା ଶିକ୍ଷାନୁଷ୍ଠାନର ବରିଷ୍ଠ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷ ର‌୍ୟାଗିଂକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବା, ଥାନା ଗୁଡ଼ିକରେ Anti-Ragging Cell ପ୍ରତିଷ୍ଠା, Career ଓ Psychological Counselling ଭଳି କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ କୌଣସି ଛାତ୍ରଛାତ୍ରୀ ଚାହିଁଲେ ସଂଗଠନର ସମ୍ପୂର୍ଣ୍ଣ ସହାୟତା ନେଇ ପାରିବେ ବୋଲି ଶ୍ରୀଯୁକ୍ତ ପରିଡ଼ା କହିଛନ୍ତି ।

ଆସନ୍ତା ରବିବାର ଭୁବନେଶ୍ୱରଠାରେ ଏକ ଦିନିକିଆ ରାଜ୍ୟସ୍ତରୀୟ ର‌୍ୟାଗିଂ ବିରୋଧୀ କର୍ମଶାଳା ଓ ଆଲୋଚନାଚକ୍ର କରାଯିବା ସହ ସମସ୍ତ ଜିଲ୍ଲାରେ ସଙ୍ଗଠନର ସଦସ୍ୟମାନଙ୍କୁ ଏଭଳି କୌଣସି ଘଟଣାରେ ପୀଡ଼ିତଙ୍କୁ ସହଯୋଗ ପାଇଁ ଘୋଷଣା କରାଯାଇଛି ।

ସମସ୍ତ ହଷ୍ଟେଲ ଗୁଡ଼ିକରେ ର‌୍ୟାଗିଂ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ର‌୍ୟାଗିଂରେ ସମ୍ପୃକ୍ତ ଦୋଷୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମ୍ପୂର୍ଣ୍ଣ ର‌୍ୟାଗିଂମୁକ୍ତ କ୍ୟାମ୍ପସ୍ ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ଅଂଶଗ୍ରହଣକାରୀମାନେ ନିବେଦନ କରିଛନ୍ତି ।

ର‌୍ୟାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନର ସହ-ଆବାହକ ମୀର ଅହମ୍ମଦ ଅଲ୍ଲୀ ଓ ସତ୍ୟବ୍ରତ ଜେନାଙ୍କ ସହ ଗାନ୍ଧିବାଦୀ ନେତା ପ୍ରହ୍ଲାଦ ସିଂ, ମଧୁସୂଦନ ଦାସ, ମନୋଜ ଜେନା, ଆର୍ଯ୍ୟଭଟ୍ଟ ମହାନ୍ତି, ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ,United BPUT Students Association ର ଆବାହକ ପ୍ରଦୋଷ ପରିଡ଼ା, ସମାଜସେବୀ ତୁଷାରକାନ୍ତି ପ୍ରମୁଖଙ୍କ ସହ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

 

Categories
STATE
Newsroll

RELATED BY

  • “କାଳିଆ” ସହାୟତା ରାଶି ଫେରସ୍ତ ପାଇଁ ଆକାଉଣ୍ଟ ନମ୍ବର,୯୦୦୦ ନାବାଳକ/ନାବାଳିକା ସହାୟତା ପାଇଛନ୍ତି

    ଭୁବନେଶ୍ଵର: ୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେବା ପରେ ୨୦୧୯ ମେ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ନାମମାତ୍ର/ ପ୍ରକୃତ ଚାଷୀ (ଭାଗଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ...
  • ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି

    ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର‌୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା । ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର...
  • ଅନୁଭବ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲେ

    ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ...
  • ରାଜ୍ୟ ଗୃହନିର୍ମାଣ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲାସ୍ଥାନ, ଜନସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ

    ଭୁବନେଶ୍ୱର : ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ...