ମାତ୍ର ୧ ଟଙ୍କାରେ ମିଳିବ ସାନିଟାରୀ ନାପକିନ

ଭଲ ସାନିଟାରୀ ନାପକିନ ଅଭାବ କାରଣରୁ ୨ କୋଟି ୮୦ ଲକ୍ଷ କିଶୋରୀ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ‘ଜନୌଷଧି ସୁଗମ’ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି ।

ଏଥିସହିତ “ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳିବ ବୋଲି ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି

ଏହି ଅବସରରେ ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ବିଷୟରେ ଘୋଷଣା କରି ଶ୍ରୀ ଗୌଡ଼ା କହିଥିଲେ ଯେ ଏକ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଥିଲେ । ଯାହା ଏବେ ପୂରଣ ହୋଇଛି ।

ସେ କହିଥିଲେ ଯେ “ଜନୌଷଧି ସୁଗମ” ଆପ ମାଧ୍ୟମରେ ଲୋକମାନେ ଜୈବିକ ଔଷଧ ଏବଂ ଜନୌଷଧି କେନ୍ଦ୍ର ସମ୍ପର୍କରେ ସୂଚନା ପାଇବାରେ ସଫଳ ହେବେ ।

ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଥିଲେ ଯେ ଭଲ ସାନିଟାରୀ ନାପକିନ ଅଭାବ କାରଣରୁ ୨ କୋଟି ୮୦ ଲକ୍ଷ କିଶୋରୀ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି ।

କାରଣ ନାପକିନ ପ୍ୟାଡ ସେମାନଙ୍କୁ ଉଚିତ ଦାମରେ ମିଳିନଥାଏ ।

ସେ କହିଥିଲେ ଯେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ନେଟୱାର୍କ ଜରିଆରେ ସମସ୍ତ କିଶୋରୀମାନଙ୍କୁ ଶସ୍ତା ଦରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ଲାଗି ସରକାର ପ୍ରତିବଦ୍ଧ ।

ଏହି ପଦକ୍ଷେପ ଦ୍ୱାରା ଗରିବଙ୍କ ଔଷଧ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

ଭାରତ ସରକାର ୪ ଜୁନ, ୨୦୧୮ରେ ବିଶ୍ୱ ପରିବେଶ ଦିବସର ପୂର୍ବ ସନ୍ଧ୍ୟାରେ ପ୍ୟାଡ ପିଛା ଅଢ଼େଇ ଟଙ୍କା ଦରରେ ‘ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନ୍ୟାପକିନ’ ଯୋଗାଣ ଯୋଜନାର ଶୁଭାରମ୍ଭ କରିଥିଳେ ।

ଜନୌଷଧି ସୁବିଧା ନାପକିନର ବିଶେଷତ୍ୱ ହେଉଛି ଯେ ଏହା ବ୍ୟବହାର ପରେ ଅକ୍ସିଜେନର ସଂସ୍ପର୍ଶରେ ଆସିବା କ୍ଷଣି ଜୈବିକ ପ୍ରକ୍ରିୟାରେ ନଷ୍ଟ ହୋଇଯାଇଥାଏ ।

୩୧, ଜୁଲାଇ ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଜରିଆରେ ୧.୩୦ କୋଟିରୁ ଅଧିକ ପ୍ୟାଡ ବିକ୍ରି ହୋଇସାରିଛି ।

ଦେଶର ମହିଳାମାନଙ୍କୁ ଆହୁରି ଶସ୍ତା ଦରରେ ସାନିଟାରୀ ପ୍ୟାଡ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ସରକାର ପ୍ରତି ପ୍ୟାଡ ମାତ୍ର ୧ ଟଙ୍କାରେ ବିକ୍ରି କରିବା ଲାଗି ନିଷ୍ପତି ନେଇଛନ୍ତି ।

ଲୋକସଭା ନିର୍ବାଚନ-୨୦୧୯ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଇଥିବା ଏହି ପ୍ରତିଶ୍ରୁତିକୁ ଏବେ ପୂରଣ କରାଯିବ ।

ବଜାରରେ ସାନିଟାରୀ ପ୍ୟାଡ ଶସ୍ତା ଦରରେ ଉପଲବ୍ଧ ହେବା ଫଳରେ ଦେଶର ବହୁ ସଂଖ୍ୟକ ମହିଳା ଋତୁସ୍ରାବ ସମୟରେ ନିଜର ସ୍ୱାସ୍ଥ୍ୟ ସୁନିଶ୍ଚିତ କରିପାରିବେ ।

ଏହାଦ୍ୱାରା ଦେଶର ଗରିବ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସୁବିଧା ସୁନିଶ୍ଚିତ ହୋଇପାରିବ ।

ଏହି ପଦକ୍ଷେପ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ‘ସ୍ୱଚ୍ଛ ଭାରତ, ସବୁଜ ଭାରତ’ ମଧ୍ୟ ପୂରଣ ହୋଇପାରିବ ।

କାରଣ ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ପରିବେଶ ଅନୁକୂଳ ଅଟେ ।

ଏହି ନାପକିନ ସାରା ଦେଶର ୫୫୦୦ରୁ ଅଧିକ ଜନୌଷଧି କେନ୍ଦ୍ରରେ ମିଳିବ ।

‘ଜନ ଔଷଧି ସୁଗମ’ ମୋବାଇଲ ଆପ ନିକଟସ୍ଥ ଜନୌଷଧି କେନ୍ଦ୍ରର ଅବସ୍ଥିତି ସମ୍ପର୍କରେ ସୂଚନା ଗୁଗଲ ମ୍ୟାପର ଉପଯୋଗ କରି ପ୍ରଦାନ କରିବ ।

ଏହାଛଡ଼ା ଜୈବିକ ଔଷଧ, ଔଷଧର ମୂଲ୍ୟ, ଜୈବିକ ଏବଂ ବ୍ରାଣ୍ଡେଡ ଔଷଧର ତୁଳନା, ଖର୍ଚ୍ଚରେ ହେଉଥିବା ସଂଚୟ ବିଷୟରେ ସୂଚନା ମଧ୍ୟ ଏଥିରୁ ମିଳିପାରିବ ।

ଏହି ମୋବାଇଲ ଆପ୍ଲିକେସନ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ।

ଏହାକୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରାଯାଇପାରିବ ।

Categories
HEALTH
Newsroll

RELATED BY

  • ମନ୍ଦାର ଫୁଲ

    ମନ୍ଦାର ଫୁଲ ସମସ୍ତଙ୍କର ପରିଚିତ ଫୁଲ ଅଟେ । ଏହି ଫୁଲ ବର୍ଷସାରା ମିଳିଥାଏ । ମନ୍ଦାର ଗଛ ୫-୧୫ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଫୁଲ ସାଧାରଣତଃ ଶିବ ମନ୍ଦିର, ଦେବୀ ମନ୍ଦିର ଓ ହନୁମାନ ମନ୍ଦିରରେ...
  • ଭୃଙ୍ଗରାଜ

    ଭୃଙ୍ଗରାଜ  ଏକ ଲତା ଜାତୀୟ ଗଛ । ପାଣି ଓ ସନ୍ତସନ୍ତିଆ ଜାଗାରେ ବିଶେଷ ଭାବରେ ଦେଖାଯାଏ । ଏହାର ପତ୍ରକୁ ମକଚିଲେ ଏକ ପ୍ରକାର ବାସନାଯୁକ୍ତ ସବୁଜ ରଙ୍ଗର ରସ ବାହାରେ ଓ ସଙ୍ଗେ ସଙ୍ଗେ କଳାପଡ଼ି ଯାଇଥାଏ...
  • ୧କୋଟିରୁ ଅଧିକ ପିଲାମାନଙ୍କୁ ସୁସ୍ଥ ରଖିବା ଯୋଜନା

     ଭୁବନେଶ୍ୱର : ଉତମ ସ୍ୱାସ୍ଥ୍ୟ ଓ ପୃଷ୍ଟିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୃମିନାଶକର ଭୂମିକା ଗୁରୁତ୍ୱକୁ ଉପଲବ୍ଧି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଯୋଗରେ ଏହି...
  • ଭୁଆସୁଣୀ ବର୍ଜ୍ଜବସ୍ତୁ ପ୍ଲାଣ୍ଟ ଯୋଗୁଁ ୬୦ଜଣ ଲୋକ ମୃତ୍ୟୁବରଣ କଲେଣି ।

    ଭୁବନେଶ୍ୱର :  ଭୁବନେଶ୍ୱର ସହରର ବର୍ଜ୍ଜବସ୍ତୁକୁ ଦାରୁଠେଙ୍ଗ ମୌଜା ଭୁଆସୁଣୀ ଠାରେ ୬୪ ଏକର ଜମିରେ ପାଚେରୀ ନିର୍ମାଣ କରି ବର୍ଜ୍ଜବସ୍ତୁ ପରିଚାଳନା ପ୍ଲାଣ୍ଟ ସ୍ଥାପନ କରିଥିବାରୁ ସ୍ଥାନୀୟ ଏକ ଲକ୍ଷ ଲୋକ ବସତି ମଧ୍ୟରେ ବର୍ଜ୍ଜବସ୍ତୁ ଜମାହେବା ଫଳରେ ତାର...