ଇତିହାସ ରଚିଲେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଲେ

ଅଶ୍ୱଥ ନାରାୟଣଙ୍କୁ

ଭୁବନେଶ୍ୱର: ଋଷିଆର କାଜାନ ସହରରେ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।

ଏହି ପ୍ରତିଯୋଗିତାରେ ଓଡ଼ିଶାର ଅଶ୍ୱଥ ନାରାୟଣ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି ।

ସି.ଭି. ରମଣ କଲେଜ୍‌ ଅଫ୍‌ ଇଂଜିନିୟରିଂରୁ ଇଲୋକ୍‌ଟ୍ରୋନିକ୍ସ ଏବଂ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ଇଂଜିନିୟରିଂରେ ବି.ଟେକ୍‌ ଶିକ୍ଷା ଲାଭ କରିଥିବା ଅଶ୍ୱଥ ୱାଟର ଟେକ୍‌ନୋଲୋଜି ଟ୍ରେଡ୍‌ରେ ଏହି ପଦକ ଜିତିଛନ୍ତି ।

୬୩ଟି ଦେଶର ପ୍ରତିଦ୍ୱନ୍ଦୀଙ୍କ ସହ ପ୍ରତିଯୋଗିତା କରି ସେ ଏହି ବିଶ୍ୱପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।

ଆମ ଦେଶ ୱାଟର ଟେକ୍‌ନୋଲୋଜିରେ ଗୋଟିଏ ସ୍ୱର୍ଣ୍ଣ,  ୱେବ ଟେକ୍‌ନୋଲୋଜିରେ ଗୋଟିଏ ରୌପ୍ୟ ଏବଂ ଜେ୍ୱଲେରୀ ଓ ଗ୍ରାଫିକ୍‌ ଡିଜାଇନ୍‌ ଟେକ୍‌ନୋଲୋଜିରେ ଦୁଇଟି ପଦକ ସହ ସର୍ବମୋଟ ୪ଟି ପଦକ ପାଇଛି ।

 ଏହି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଓଡ଼ିଶାରୁ ତିନି ଜଣ ପ୍ରତିଯୋଗୀ ୱାଟର ଟେକ୍‌ନୋଲୋଜି, ଏମ୍‌. କାଡ ଏବଂ ସିଏନ୍‌ସି ଟ୍ରେଡ୍‌ରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ ।

ଅଶ୍ୱଥଙ୍କ ସଫଳତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ସଫଳତା ପାଇଁ ପ୍ରତ୍ୟେକ ଅନୁଷ୍ଠାନମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ୨୦୨୧ରେ ସାଂଘାଇରେ ହେବାକୁ ଯାଉଥିବା ପ୍ରତିଯୋଗିତାରେ ଓଡ଼ିଶାର ଅଧିକତର ସଫଳତା କାମନା କରିଛନ୍ତି ।

Categories
SPORTS
Newsroll

RELATED BY

  • ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

     ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚମ୍ପିଆନସିପ ହାସଲ କରିଥିବା...
  • ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

    ଭୁବନେଶ୍ଵର : ସମ୍ବାଦଭିତ୍ତିକ ପତ୍ରିକା ଦୂରଦର୍ଶୀ ତରଫରୁ ଭୁବନେଶ୍ଵରସ୍ଥିତ ଇଡ଼କଲ୍ ଅଡିଟୋରିୟମ୍ ଠାରେ ଭାରତର ମହାନ କ୍ରୀଡ଼ାବିତ୍ ତଥା ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ‘ଅଷ୍ଟମ’ ଦୂରଦର୍ଶୀ କ୍ରୀଡ଼ା...
  • The World Champion

    The World Champion, Shuttler P.V. Sindhu meeting the Prime Minister, Shri Narendra Modi, in New Delhi on August 27, 2019. The Minister of State for Youth Affairs & Sports...
  • ଓଡିଶାର ସୁବ୍ରତ କୁମାର ଦାସଙ୍କୁ ଜାତୀୟ ଯୁବ ପୁରସ୍କାର

    ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦି...