ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

-୨୦୧୯

ଭୁବନେଶ୍ଵର : ସମ୍ବାଦଭିତ୍ତିକ ପତ୍ରିକା ଦୂରଦର୍ଶୀ ତରଫରୁ ଭୁବନେଶ୍ଵରସ୍ଥିତ ଇଡ଼କଲ୍ ଅଡିଟୋରିୟମ୍ ଠାରେ ଭାରତର ମହାନ କ୍ରୀଡ଼ାବିତ୍ ତଥା ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ‘ଅଷ୍ଟମ’ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ-୨୦୧୯ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର (ବିଶ୍ୱକ୍ରୀଡ଼ା ମାନଚିତ୍ରରେ ଓଡ଼ିଶା) ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ଓ କ୍ରୀଡ଼ାବିତ୍, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡ଼ା ସଙ୍ଗଠକ ମାନଙ୍କୁ ସମ୍ମାନ ଓ ପ୍ରୋତ୍ସାହକ ମାନଙ୍କୁ ସମ୍ମାନ ଓ ପ୍ରେରଣା ଯୋଗାଇବା ପାଇଁ ବିଗତ ୭ ବର୍ଷ ହେଲା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

‘ଦୂରଦର୍ଶୀ’ ର ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତୋଷାରକାନ୍ତି ବେହେରା , ମନ୍ତ୍ରୀ କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଇଲେକଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି), ସମ୍ମାନୀତ ଅତିଥି ରୂପେ  ଅମର ପଟ୍ଟନାୟକ ,ସାଂସଦ ରାଜ୍ୟସଭା , ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ  ବିଧାୟକ ଉତ୍ତର ଭୂବନେଶ୍ୱର,  ସୌମେନ୍ଦ୍ର ପ୍ରିୟଦର୍ଶୀ (ଆଇଜି) , ଶ୍ରୀଯୁକ୍ତ ବିଜୟ ନାୟକ ,ଅଧ୍ୟକ୍ଷ ରାଜ୍ୟ ଯୁବ କଲ୍ୟାଣ ପରିଷଦ , ସୁଶାନ୍ତ କୁମାର ପଣ୍ଡା ,ପରିଚାଳନା ନିର୍ବ୍ଦେଶକ ଜୟ ଭାରତ ମସଲା, ବିକାଶ ପଟ୍ଟନାୟକ ,ଯୁଗ୍ମ ସଂପାଦକ, ଭାରତୀୟ ସଫ୍ଟ ଟେନିସ୍ ମହାସଂଘ , ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ,ପୂର୍ବତନ ଭାରତୀୟମହିଳା ଫୁଟବଲ୍ ଅଧିନାୟିକା ଓ ବର୍ତ୍ତମାନ ଭାରତ ଫୁଟବଲ୍ ପ୍ରଶିକ୍ଷିକା, ଚୟନକର୍ତ୍ତା ପ୍ରଭୃତି ଯୋଗ ଦେଇଥିଲେ ।

ବ୍ୟୁରୋଚିଫ୍ ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଆଲୋଚନା ଚକ୍ରରେ କ୍ରୀଡ଼ାର ବିକାଶ, ଭିତ୍ତିଭୂମି ତଥା କ୍ରୀଡ଼ାବିତ୍ ମାନଙ୍କ ପ୍ରୋତ୍ସାହନ ସମ୍ପର୍କରେ ବକ୍ତାମାନେ ନିଜ ନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।

ଦୂରଦର୍ଶୀ ର ଏହି ପ୍ରୟାସ ପାଇଁ ଅତିଥି ଓ ଉପସ୍ଥିତ କ୍ରୀଡ଼ାପ୍ରେମୀମାନେ ଅନୁଷ୍ଠାନର ସମ୍ପାଦକ ଓ ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେଇଥିଲେ ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ରାଜ୍ୟ, ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ କ୍ରୀଡ଼ାବିତ୍, କ୍ରୀଡ଼ା ପ୍ରଶିକ୍ଷକ, କ୍ରୀଡ଼ା ସଂଗଠକ, କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ସମୀକ୍ଷକ ଓ କ୍ରୀଡ଼ାର ପୃଷ୍ଠପୋଷକ ମାନଙ୍କୁ ଏହି ଉପଲକ୍ଷେ “ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ-୨୦୧୯” ରେ ସମ୍ମାନିତ କରାଯାଇଥିଲା ।

ସମ୍ବର୍ଦ୍ଧିତ ପ୍ରତିଭା (ଦୂରଦର୍ଶୀ କ୍ରୀଡ଼ା ସମ୍ମାନ-୨୦୧୯) – ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (ଭାରତୀୟ ମହିଳା ଫୁଟବଲ୍ ଦଳ ର ପ୍ରଶିକ୍ଷିକା ଓ ଚୟନକର୍ତ୍ତା),

ସୁଶ୍ରୀ ଜୟନ୍ତୀ ବେହେରା (ପାରା ଆଥଲେଟିକ୍),

ଡଃ ଗଗନେନ୍ଦୁ ଦାସ (ସମ୍ପାଦକ, ଓଡ଼ିଶା ଭଲିବଲ୍ ସଂଘ)

ଇ. ଦେବବ୍ରତ ଭଟ୍ଟ (ସମ୍ପାଦକ, ଓଡ଼ିଶା ଚେସ୍ ସଂଘ)

ଡଃ ସୁନୀଲ ଦାସ (ଡକ୍ଟର)

ଶ୍ରୀମତୀ ସମୀକ୍ଷା ପଟ୍ଟନାୟକ (ମହିଳା କ୍ରୀଡ଼ା ସାମ୍ବାଦିକ)

ଶ୍ରୀଯୁକ୍ତ ସମ୍ବିତ୍ ମହାନ୍ତି (ଯାଜପୁର ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ)

ସଂଜୟ କୁମାର ନାୟକ (କ୍ରୀଡ଼ା ସଂଗଠକ)

ଶ୍ରୀମାନ୍ ଶ୍ରେୟାସ ସୁଭମ୍ ପଟ୍ଟନାୟକ (ଚେସ୍)

ଶ୍ରୀ ଷ୍ଟାଲିନ୍ ପରିଜା (ସଭାପତି, ଓଡ଼ିଶା ବଲ୍ ବ୍ୟାଡ଼ମିଣ୍ଟନ ସଂଘ ଓ କ୍ରୀଡ଼ା ସଂଗଠକ)

ଶ୍ରୀମାନ୍ ରିତେଶ୍ ମହାନ୍ତି (କରାଟେ)

ସୁଶ୍ରୀ ଶ୍ୱେତପଦ୍ମା ଦଲାଇ (ଟେବୁଲ୍ ଟେନିସ୍)

ଶ୍ରୀମାନ୍ ଆରୟନ ବ୍ରାହ୍ମିନ୍ (ହାଣ୍ଡବଲ୍)

ଶ୍ରୀମାନ୍ ରାକେଶ ଭୁକତା (ପାୱାର ଲିଫଟର୍)

ଶ୍ରୀ ସୁଭେନ୍ଦୁ ସାମନ୍ତରାୟ (କ୍ରୀଡ଼ା ପ୍ରଶିକ୍ଷକ)

ଶ୍ରୀମାନ୍ ବୁଦ୍ଧାଦିତ୍ୟ ସ୍ୱାଇଁ (ଧାବକ)

ଶ୍ରୀଯୁକ୍ତ ସନ୍ଦିପ ମିଶ୍ର (ସଭାପତି, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)

ପ୍ରମୁଖଙ୍କୁ “ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ -୨୦୧୯”ରେ ସମ୍ମାନିତ କରାଯାଇଥିଲା ।

ପାଇକ ଆଖଡ଼ା ଓ ବନ୍ଦେ ମାତରମ୍ ସାଂସ୍କୃତିକ କାର୍ଯ୍ୟକ୍ରମ (ଓମ୍ ଡ୍ୟାନ୍ସ ଟ୍ରୁପ୍), ଓଡ଼ିଶୀ ଆଦି ପରିବେଷଣ କରାଯାଇଥିଲା ।

ସୁଶ୍ରୀ ଅର୍ପିତା ନନ୍ଦ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Categories
SPORTS
Newsroll

RELATED BY

  • ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

     ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚମ୍ପିଆନସିପ ହାସଲ କରିଥିବା...
  • ଇତିହାସ ରଚିଲେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଲେ

    ଭୁବନେଶ୍ୱର: ଋଷିଆର କାଜାନ ସହରରେ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଅଶ୍ୱଥ ନାରାୟଣ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ସି.ଭି. ରମଣ...
  • The World Champion

    The World Champion, Shuttler P.V. Sindhu meeting the Prime Minister, Shri Narendra Modi, in New Delhi on August 27, 2019. The Minister of State for Youth Affairs & Sports...
  • ଓଡିଶାର ସୁବ୍ରତ କୁମାର ଦାସଙ୍କୁ ଜାତୀୟ ଯୁବ ପୁରସ୍କାର

    ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦି...