ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନବୀନ ପଟ୍ଟନାୟକ

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି ।

କ୍ରୀଡା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚମ୍ପିଆନସିପ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପାଇଛନ୍ତି ।

ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି ।

 ଏହି ଅବସରରେ ଉପସ୍ଥିତ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡା କ୍ଷେତ୍ରରେ ଓଡିଶାର ପ୍ରତିଭାବାନ ଖେଳାଳୀମାନେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରୁଛନ୍ତି ।

ସେମାନଙ୍କ ଏହି ସଫଳତା ଓ କ୍ରୀଡା ପାଇଁ ଅବଦାନ ଯୁବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବ ।

 ଭୁବନେଶ୍ୱର ବର୍ତ୍ତମାନ ଧିରେ ଧିରେ ଦେଶର କ୍ରୀଡା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି ।

କ୍ରୀଡା ପରିଚାଳନାରେ ଏହା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି ।

ଏସିଆନ ଆଥଲେଟିକ୍ସ ଚମ୍ପିଆନସିପ, ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ ଓ ପୁରୁଷ ହକି ବିଶ୍ୱ କପ୍ର ସଫଳ ଆୟୋଜନ ପରେ ଏବଂ ୧୭ ବର୍ଷ ବୟସରୁ କମ୍ ମହିଳା ହକି ବିଶ୍ୱ କପ୍ କ୍ରୀଡା ଆୟୋଜନର ଆଶା ଉଜ୍ଜଳ ହୋଇଛି ।

କ୍ରୀଡା ଆକାଶରେ ଭୁବନେଶ୍ୱର ଏବେ ଏକ ଉଜ୍ଜଳ ତାରକା ଭାବେ ସୁନାମ ଅର୍ଜନ କରିଛି ।

ବିଭିନ୍ନ କ୍ରୀଡା କ୍ଷେତ୍ର ଯଥା-ଆଥଲେଟିକ୍ସ, ଫୁଟବଲ, ଟେନିସ, ବ୍ୟାଡମିଣ୍ଟନ ଓ ଅନ୍ୟାନ୍ୟ ଖେଳରେ ଯୁବ ପ୍ରତିଭା ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିଷ୍ଠିତ Training Institute ମାନଙ୍କ ସହିତ ସହବନ୍ଧନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ତୃଷାରକାନ୍ତି ବେହେରା, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ ନାୟକ, କ୍ରୀଡା ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ, ନିର୍ଦ୍ଦେଶକ ଶ୍ରୀ ଭିଲିନ କ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ ।

Categories
SPORTS
Newsroll

RELATED BY

  • ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

    ଭୁବନେଶ୍ଵର : ସମ୍ବାଦଭିତ୍ତିକ ପତ୍ରିକା ଦୂରଦର୍ଶୀ ତରଫରୁ ଭୁବନେଶ୍ଵରସ୍ଥିତ ଇଡ଼କଲ୍ ଅଡିଟୋରିୟମ୍ ଠାରେ ଭାରତର ମହାନ କ୍ରୀଡ଼ାବିତ୍ ତଥା ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ‘ଅଷ୍ଟମ’ ଦୂରଦର୍ଶୀ କ୍ରୀଡ଼ା...
  • ଇତିହାସ ରଚିଲେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଲେ

    ଭୁବନେଶ୍ୱର: ଋଷିଆର କାଜାନ ସହରରେ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଅଶ୍ୱଥ ନାରାୟଣ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ସି.ଭି. ରମଣ...
  • The World Champion

    The World Champion, Shuttler P.V. Sindhu meeting the Prime Minister, Shri Narendra Modi, in New Delhi on August 27, 2019. The Minister of State for Youth Affairs & Sports...
  • ଓଡିଶାର ସୁବ୍ରତ କୁମାର ଦାସଙ୍କୁ ଜାତୀୟ ଯୁବ ପୁରସ୍କାର

    ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦି...