ବିିଶିଷ୍ଟ ବୈଜ୍ଞାନିକ ତଥା ଗବେଷକ ଡଃ ରେଣୁ ସ୍ୱରୂପଙ୍କୁ ସମ୍ମାନସୂଚକ ଡି.ଏସ.ସି ଡିଗ୍ରୀ

ପ୍ରଦାନ

ଭୁବନେଶ୍ୱର :  ଆଜି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ  ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଷି ଲାଲ ବିଶିଷ୍ଟ ବୈଜ୍ଞାନିକ ଓ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡଃ ରେଣୁ ସ୍ୱରୂପଙ୍କୁ ସମ୍ମାନ ସୂଚକ ଡି.ଏସ.ସି ଡିଗ୍ରୀ ପ୍ରଦାନ କରିଛନ୍ତି ।

ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଏକ ବିଶେଷ ସଭାରେ ମାନ୍ୟବର ରାଜ୍ୟପାଳ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସେ କାରିଗରୀ କୌଶଳର ପୂଜକ କିନ୍ତୁ ଉଭୟ ନୀତିଶାସ୍ତ୍ର ଓ କାରିଗରୀ କୌଶଳ ମିଳିତ ଭାବେ ଆଗେଇବା ଦରକାର ।

ଆଜିର ମୁଖ୍ୟ ସମସ୍ୟା ହେଉଛି ସାର୍ବଜନୀନ ମଣିଷ ।

ବିଶ୍ୱ ବିଦ୍ୟାଳୟମାନେ ଏପରି ମଣିଷ ସୃଷ୍ଟି କରିବାରେ ବ୍ରତୀ ହେବା ଉଚିତ ।

ଜଣେ ଅନ୍ୟଜଣଙ୍କର ଯନ୍ତ୍ରଣାକୁ ଉପଲବ୍ଧି କଲେ ଯାଇ ଜୀବନ ସାର୍ଥକ ହେବ ।

ବିଜ୍ଞାନ ଓ ବିକାଶ ଆଜି ମଣିଷର ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ଧିଷ୍ଟ କିନ୍ତୁ ଆଧ୍ୟାତ୍ମିକ ଓ ଭାବପ୍ରବଣ ଆବଶ୍ୟକତା ଅପୂରଣୀୟ ରହିଲେ ମାନବ ଜୀବନ ସାର୍ଥକ ହେବା କଷ୍ଟକର ।

ଏଣୁ ପରମ୍ପରା ଓ ବିଜ୍ଞାନର ସମନ୍ୱୟ ରହିବାର ଆବଶ୍ୟକତା ଅଛି ।

ମଣିଷର ଭଲ ଗୁଣ, ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ପରିଚୟର ଉର୍ଦ୍ଧ୍ଵରେ ।

ଯେଉଁମାନେ ଅଧିକ ଜ୍ଞାନ ଆହରଣ କରୁଛନ୍ତି ସେମାନେ ସ୍ୱଳ୍ପ ସମୟ ବାହାର କରି ଚିନ୍ତା କରିବା ଦରକାର ଏ ସୁନ୍ଦର ପୃଥିବୀ କିପରି ଧ୍ୱଂସ ମୁଖରୁ ବଞ୍ଚିବ ଆଜି ବୈଜ୍ଞାନିକମାନେ ଏ ପ୍ରଶ୍ନ ଆଧ୍ୟାତ୍ମିକ ଗୁରୁମାନଙ୍କୁ ପଚାରୁଛନ୍ତି ।

ଭୌଗଳିକ ଭାବରେ ଓଡିଶା ଏକ ରାଜ୍ୟ କିନ୍ତୁ ଏହାର ପରମ୍ପରା, ଐତିହ୍ୟ ଓ ଚେତନା ବିଶ୍ୱବ୍ୟାପୀ ।

ଜଗନ୍ନାଥ ଧର୍ମ, ପରମ୍ପରା ଓ ସଂସ୍କୃତି ବିଶ୍ୱକୁ ସଙ୍କଟରୁ ମୁକ୍ତି କରିବାରେ ଦିଗ୍ଦର୍ଶନ ଦେବାପାଇଁ ସକ୍ଷମ ।

ଓଡିଶାରେ ଯେଉଁମାନେ ଜନ୍ମ ନେଇଛନ୍ତି ସେମାନେ ଭାଗ୍ୟବାନ ।

 ଏହି ଡିଗ୍ରୀ ଗ୍ରହଣ ପରିପ୍ରେକ୍ଷୀରେ ଡଃ ସ୍ୱରୂପ କହିଥିଲେ ଯେ ମହିଳା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରି ସରକାର ନାରୀଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ବିଜ୍ଞାନ, ଶିକ୍ଷା, ନେତୃତ୍ୱ ଆଦି ପ୍ରତ୍ୟକ କ୍ଷେତ୍ରରେ ନାରୀମାନଙ୍କ ଉପସ୍ଥିତି କମ୍ ।

ଏହି ଅଭାବ ପୂରଣ କରିବାରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

କେବଳ ନାରୀଙ୍କ ଉପସ୍ଥିତି ନୁହେଁ, ନାରୀ ନେତୃତ୍ୱାଧୀନ ବିକାଶ ଆଜିର ଆବଶ୍ୟକତା ବୋଲି ସେ ମତ ପ୍ରକାଶ କରିଥିଲେ ।

ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ବିଶେଷକରି ଗ୍ରାମାଞ୍ଚଳରେ କାରିଗରୀ ବିଦ୍ୟାର ବିକାଶ ଚାହୁଁଛି ।

ଏଥିପାଇଁ ନାରୀମାନେ ଅଧିକ ସଂଖ୍ୟାରେ ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଯୋଗ ଦେବା ଉଚିତ ।

ଏହି ବିଶ୍ୱବିଦ୍ୟାଳୟ ଏହି କ୍ଷେତ୍ରରେ ପୂର୍ବ ଭାରତରେ ନେତୃତ୍ୱ ନେବା ଆବଶ୍ୟକ ।

 ବିଶ୍ୱ ବିଦ୍ୟାଳୟ କୁଳପତି ନିଜସ୍ୱ ବକ୍ତବ୍ୟରେ କହିଥିଲେ ଯେ ମାତ୍ର ଚାରିବର୍ଷରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଶିକ୍ଷା ମାନଚିତ୍ରରେ ନିଜର ଉପସ୍ଥିତି ଜାହିର କରିପାରିଛି ।

ନାରୀଶିକ୍ଷାର ଅଗ୍ରଗତି ପାଇଁ ବିଶ୍ୱବିଦ୍ୟାଳୟ ପ୍ରତିଶୃତି ବଦ୍ଧ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନଙ୍କୁ କୁଳସଚିବ ଇତିଶ୍ରୀ ଦାସ ସ୍ୱାଗତ କରିଥିଲେ ।

ଏଠାରେ ଉଲଲ୍ଲେଖଯୋଗ୍ୟ ଯେ, ଡଃ ରେଣୁ ସ୍ୱରୂପ ଦେଶର ବାୟୋଟେକ୍ନୋଲୋଜି ଗବେଷଣା କ୍ଷେତ୍ରରେ ଏକ ପରିଚିତ ନାମ ।

ସେ ଦୀର୍ଘ ୨୯ବର୍ଷ ଧରି କେନ୍ଦ୍ରସରକାରଙ୍କ ଏହି ବିଭାଗରେ କାର୍ଯ୍ୟରତ ।

ବାୟୋଟେକ୍ନୋଲୋଜି ଶିଳ୍ପ ଗବେଷଣା ସହାୟତା ପରିଷଦର ସେ ଅଧ୍ୟକ୍ଷା ଅଛନ୍ତି ।

ସେ ବିଭିନ୍ନ ସ୍ଥାନରେ ନିଜର ଗବେଷଣା ପାଇଁ ପୁରସ୍କୃତ ହୋଇଛନ୍ତି ।

ବିଜ୍ଞାନରେ ନାରୀ ସମ୍ପର୍କିତ ଟାସ୍କ ଫୋର୍ସରେ ସେ ସଦସ୍ୟା ଅଛନ୍ତି । ଇଂଲଣ୍ଡରେ ନିଜର ପି.ଏଚ.ଡି କରିଥିବା ଡଃ ସ୍ୱରୂପ ଦେଶର ବିଜ୍ଞାନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ଅଛନ୍ତି ।

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY