୧୧ତମ କଟନଫ୍ୟାବ୍-୨୦୧୯ ର ଶୁଭାରମ୍ଭ

ଅଗଷ୍ଟ ୩୦ ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲୁ ରହିବ

ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ଖାରବେଳ ନଗର, ଗେଟ୍ ନଂ-୩, ପ୍ରଦର୍ଶନୀ ପଡିଆରେ କଟନଫ୍ୟାବ-୨୦୧୯ର ରେଶମ ଓ ସୂତା ବସ୍ତ୍ରକୁ ସମ୍ଭାର କରି ଏକ ବିରାଟ ପ୍ରଦର୍ଶନୀର ଆଜି ଶୁଭାରମ୍ଭ ହୋଇଛି ।

ଏହି ପ୍ରଦର୍ଶନୀକୁ  ବିଧାୟକ, ଭୁବନେଶ୍ୱର ମଧ୍ୟମ  ଅନନ୍ତ ନାରାୟଣ ଜେନା  ଉଦ୍ଘାଟନ କରିଛନ୍ତି ।

ଏହି ପ୍ରଦର୍ଶନୀ ପ୍ରତ୍ୟହ ସକାଳ ଘ.୧୦.୩୦ମି. ରୁ ୯ ଘ. ପର୍ଯ୍ୟନ୍ତ ଅଗଷ୍ଟ ୩୦ ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଚାଲୁ ରହିବ ।

ଏହି ପ୍ରଦର୍ଶନୀ ୧୧ତମ ଥର ପାଇଁ ଭୁବନେଶ୍ୱରରେ ଚାଲୁଛି ।

୧୨ଟି ରାଜ୍ୟର ୧୨୨ଟି ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇ ତାଙ୍କର ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି ।

 ଡ୍ରେସ ମ୍ୟାଟେଲିଆଲସ୍, ଶାଢୀ, କୁର୍ତ୍ତା ପାଇଜାମା, ଟପସ୍, ଗୁଜୁରାଟର ଏଥିନିକ୍ ପ୍ରିଣ୍ଟ, କୁର୍ତ୍ତା, ଡ୍ରେସ୍ ମ୍ୟାଟେରିଆଲସ୍, ରାଜସ୍ଥାନି ବ୍ଲକ ପ୍ରିଣ୍ଟେଡ୍, କୋଟା ଦରୀ ଡ୍ରେସ୍ ମ୍ୟାଟେରିଆଲସ୍, ଲେଡିଜ୍ କୁର୍ତ୍ତା, ଲେହେଙ୍ଗା-ଛୋଲି, ମଲମଲ୍, ବନେ୍ଧଜ୍ ସୁଇଟସ୍, ସ୍କିଟସ-ଟପ୍, ସାଲୱାର ଏବଂ ଦୁପଟା, ପଞ୍ଜାବର ଫୁଲ୍କରୀ ଡ୍ରେସ୍, ପଟିଆଲା ସାମଗ୍ରି, ମଧ୍ୟ ପ୍ରଦେଶର ଚନ୍ଦେରୀ, ମହେଶ୍ୱରୀ, ବାଗ୍ ପ୍ରିଣ୍ଟ, ବାଟିକ୍ ପ୍ରିଣ୍ଟ ଡ୍ରେସ୍ ସାମଗ୍ରି, ୱେଷ୍ଟ ବେଙ୍ଗଲର ସାନ୍ତିନିକେତନ ତନ୍ତ, କନ୍ଥା, ଧକାଇ ଜାମଦାନୀ ଶାଢୀ, ଟସର ଡ୍ରେସ୍ ସାମଗ୍ରି, ସିଫୋନ୍ ଏବଂ କ୍ରାପ୍, ଆନ୍ଧ୍ର ପ୍ରଦେଶର କଲାମକରୀ ଭେଜିଟେବୁଲ ଡାୟଡ, ମଙ୍ଗଲଗିରୀ, ଗଢୱାଲ ଜରୀ ବର୍ଡର , ଡ୍ରେସ୍ ମ୍ୟାଟେରିଆଲ, ତାମିଲନାଡୁର ମଦୁରାଇ ଶାଢୀ, ଡ୍ରେସମ୍ୟାଟେରିଆଲ୍, ପର୍ଡା ଏବଂ ବେଡ୍ କଭରସ, ହିମାଚଲ ପ୍ରଦେଶର କଟନ କୁର୍ତ୍ତା ଏବଂ ଟପସ୍, ଉତ୍ତର ପ୍ରଦେଶର ପ୍ରସିଦ୍ଧ ବନାରସ ସିଲ୍କ ଏବଂ କଟନ ଶାଢୀ, ସୁଇଟ୍ ମ୍ୟାଟେରିଆଲସ୍, ଛତିସ୍ଗଡର ସିଲ୍କ ଓ କଟନ ଏବଂ ଖଦି ଡ୍ରେସ୍ ମ୍ୟାଟେରିଆଲସ, ଝାରଖଣ୍ଡର ଟସର ସିଲ୍କ ଡ୍ରେସ ଏବଂ ଶାଢୀ, ଦିଲ୍ଲୀର ଚିକନ୍ ଏମ୍ବ୍ରୋଡରୀ ଡ୍ରେସ୍ ମ୍ୟାଟେରିଆଲସ୍ ଏବଂ ଶାଢୀ, ସିତାପୁରୀର ଏକ୍ସପୋର୍ଟ କ୍ୱାଲିଟ୍ ଦରି (ସାତରଙ୍ଗି), ମ୍ୟାଟସ୍, ରନର ଏବଂ ରଗସ୍, ବିଭିନ୍ନ ପ୍ରକାରର ଗହଣା, ରାଜସ୍ଥାନ ଷ୍ଟୋନ୍ ଓ ମେଟାଲ ଗହଣା, ଦିଲ୍ଲୀ ଆର୍ଟିଫିସିଆଲ ଗହଣା ଏବଂ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ପ୍ରକାରର ହସ୍ତତନ୍ତ ସାମଗ୍ରୀ ମିଳିପାରିବ । ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଦର୍ଶନୀର ଆୟୋଜକ ଜାଭେଦ ଆଲାମ୍ ସହିତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।