ମନ୍ଦାର ଫୁଲ

ର ଉପକାରୀତା

ମନ୍ଦାର ଫୁଲ ସମସ୍ତଙ୍କର ପରିଚିତ ଫୁଲ ଅଟେ । ଏହି ଫୁଲ ବର୍ଷସାରା ମିଳିଥାଏ । ମନ୍ଦାର ଗଛ ୫-୧୫ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଫୁଲ ସାଧାରଣତଃ ଶିବ ମନ୍ଦିର, ଦେବୀ ମନ୍ଦିର ଓ ହନୁମାନ ମନ୍ଦିରରେ ପୂଜାରେ ଲାଗିଥାଏ । ମନ୍ଦାର ଫଲ ଅନେକ ପ୍ରକାରର ଦେଖାଯାଇଥାଏ ଯଥା- ଲଙ୍କା ମନ୍ଦାର, ଲାଲା ମନ୍ଦାର, ବହୁପାଖୁଡ଼ା ମନ୍ଦାର, ରଙ୍ଗରେ ମଧ୍ୟ- ଧଳା ମନ୍ଦାର, ଲାଲ୍ ମନ୍ଦାର, ଗୋଲାପି, ହଳଦିଆ ଓ ହନୁମାନଙ୍କ ସିନ୍ଦୁର ରଙ୍ଗର ମନ୍ଦାର ଦେଖିବାକୁ ମିଳେ । ମନ୍ଦାର ଗଛର ଫୁଲ, ପତ୍ର ଓ ଚେରକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ ।

 

ଯୌନ ଶକ୍ତି ଓ ସ୍ମରଣ ଶକ୍ତି ପାଇଁ: ମନ୍ଦାର ଫୁଲ ଓ ପତ୍ର ସମାନ ମାତ୍ରାରେ ନେଇ ଶୁଖାଇ ଚୂର୍ଣ୍ଣ କରି ଏକ ଚାମଚ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ କ୍ଷୀର ସହିତ ଖାଇଲେ ଯୌନ ଶକ୍ତି ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।

ଚନ୍ଦାପଣ: ମନ୍ଦାର ଫୁଲକୁ ବାଟି କଳା ଗାଈ ମୂତ୍ରରେ ମିଶାଇ ମୁଣ୍ଡରେ ଲଗାଇଲେ କିଛିଦିନରେ ଚନ୍ଦାପଣ ଦୂର ହୋଇଥାଏ ।

ମୁଖ ଛାଲି: ମନ୍ଦାର ଗଛର ଚେରକୁ ସଫା କରି ଏକ ଇଞ୍ଚି କରି କାଟି ରଖନ୍ତୁ । ଦିନରେ ୩-୪ ଥର ଖଣ୍ଡିଏ ଲେଖାଏଁ ଚେର ଚୋବାଇ ଛେପ କାଢ଼ିଲେ ୧-୨ ଦିନରେ ମୁଖ ଛାଲି ଠିକ୍ ହୁଏ ।

କାଶ: ମନ୍ଦାର ଚେରକୁ ପାଣିରେ ସିଝାଇ ସେହି କ୍ୱାଥରୁ ଅଳ୍ପ ଅଳ୍ପ ପିଇଲେ କାଶ ଭଲ ହୁଏ ।

ଅର୍ଶ ଓ ରକ୍ତାତିସାର: ମନ୍ଦାର ଫୁଲର କଢ଼କୁ ଘିଅରେ ଭାଜି ସେଥିରେ ମିଶ୍ରୀ ମିଶାଇ କିମ୍ବା ନାଗ କେଶର ମିଶାଇ ସକାଳେ ଓ ସନ୍ଧ୍ୟାରେ ଏକ ଚାମଚ ମାତ୍ରାରେ ଖାଇଲେ ଲାଭ ମିଳିଥାଏ ।

ସନ୍ତାନ ପାଇଁ: ଧଳା ମନ୍ଦାର ଚେରକୁ ଗାଈ କ୍ଷୀରରେ ବାଟି ସେଥିରେ ଲେମ୍ବୁ ମଞ୍ଜି ୧ ଗ୍ରାମ ମାତ୍ରାରେ ମିଶାଇ ମାସିକ ଧର୍ମ ସମୟରେ ଖାଇଲେ ଗର୍ଭଧାରଣ ହୋଇଥାଏ ।

ପ୍ରଦର ରୋଗ: ମନ୍ଦାର କଢ଼ ୫-୭ଟି ଘିଅରେ ଭାଜି ୭ ଦିନ ପର୍ଯ୍ୟନ୍ତ ସକାଳେ ମିଶ୍ରୀ ମିଶାଇ ଖାଇ ଗାଈକ୍ଷୀର ପିଇଲେ ପ୍ରଦର ରୋଗ ଠିକ୍ ହୋଇଥାଏ ।

ରକ୍ତ ଶୂନ୍ୟତା: ମନ୍ଦାର ଫୁଲକୁ ଶୁଖାଇ ଗୁଣ୍ଡକରି ଏକ ଚାମଚ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ଏକ କପ୍ ଗାଈ କ୍ଷୀର ସହିତ ନିୟମିତ ରୂପେ ଖାଇଲେ କିଛି ମାସରେ ରକ୍ତଶୂନ୍ୟତା ଦୂର ହୋଇଥାଏ ।

ପୁରୁଷାର୍ଥ ବଢ଼ାଇବା ପାଇଁ: ମନ୍ଦାର ଫୁଲକୁ ଛାଇରେ ଶୁଖାଇ ଗୁଣ୍ଡ କରି ସମାନ ମାତ୍ରାରେ ମିଶ୍ରୀ ଗୁଣ୍ଡ ମିଶାଇ ୪୦ ଦିନ ପର୍ଯ୍ୟନ୍ତ ଖାଇଲେ ପୁରୁଷାର୍ଥ ବଢ଼ିଥାଏ ।

ଫୁଲା ଓ ଦରଜ: ମନ୍ଦାର ପତ୍ରକୁ ବାଟି ଲେପ ଦେଲେ ଫୁଲା ଓ ଦରଜ ଭଲ ହୋଇଥାଏ ।

ଘା’ରୋଗ: ମନ୍ଦାର ପତ୍ରକୁ ଶୁଖାଇ ଚୂର୍ଣ୍ଣକରି ଘା’ ଉପରେ ଛିଞ୍ଚିିଲେ ଶୀଘ୍ର ଶୁଖିଯାଇଥାଏ ।

କେଶ ଉପୁଡୁଥିଲେ : ମରିଚ ମନ୍ଦାର ଫୁଲ ୮-୧୦ଟି ଓ ପତ୍ର ୮-୧୦ଟିକୁ ଛେଚି ୨୫୦ ଗ୍ରାମ ରାଶିତେଲରେ ପକାଇ ଗରମ କରିବ । ଜଳୀୟ ଅଂଶ ମରିଯାଇ ଖାଲି ତେଲ ରହିଲେ ଥଣ୍ଡା କରି ଛାଣି ନିୟମିତ ରୂପେ କେଶ ମୂଳରେ ମାଲିସ୍ କଲେ କେଶ ଉପୁଡିବା ବନ୍ଦ ହୁଏ ଓ କେଶ ଲମ୍ବା ହୋଇଥାଏ ।

ଜ୍ୱର ରୋଗ: ମନ୍ଦାର ଛେଲି, ଚିରେଇତା, ଧନିଆଁକୁ ସମାନ ମାତ୍ରାରେ ନେଇ ସେଥିରୁ ୧୦-୧୫ ଗ୍ରାମ ମାତ୍ରାରେ ପାଣିରେ ସିଝାଇ କ୍ୱାଥକୁ ୪୦-୫୦ ଗ୍ରାମ ମାତ୍ରାରେ ଦିନକୁ ଥରେ ୩ ଦିନ ପର୍ଯ୍ୟନ୍ତ ପିଇଲେ ଜ୍ୱର ଭଲ ହୋଇଥାଏ ।

ହାନିକାରକ: ମନ୍ଦାରର ଅଧିକ ସେବନ ଆଖି ପାଇଁ ଓ ଶୀତ ପ୍ରକୃତିର ଲୋକଙ୍କ ପାଇଁ ହାନିକାରକ ଅଟେ । ହାନି ନିବାରଣ ନିମନ୍ତେ ଖାଇଲା ବେଳେ ଗୋଲମରିଚ ଓ ମିଶ୍ରୀ ସହିତ ଖାଇବା ଉଚିତ୍ ।

Categories
HEALTH
Newsroll

RELATED BY

  • ମାତ୍ର ୧ ଟଙ୍କାରେ ମିଳିବ ସାନିଟାରୀ ନାପକିନ

    କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ‘ଜନୌଷଧି ସୁଗମ’ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି । ଏଥିସହିତ “ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳିବ...
  • ଭୃଙ୍ଗରାଜ

    ଭୃଙ୍ଗରାଜ  ଏକ ଲତା ଜାତୀୟ ଗଛ । ପାଣି ଓ ସନ୍ତସନ୍ତିଆ ଜାଗାରେ ବିଶେଷ ଭାବରେ ଦେଖାଯାଏ । ଏହାର ପତ୍ରକୁ ମକଚିଲେ ଏକ ପ୍ରକାର ବାସନାଯୁକ୍ତ ସବୁଜ ରଙ୍ଗର ରସ ବାହାରେ ଓ ସଙ୍ଗେ ସଙ୍ଗେ କଳାପଡ଼ି ଯାଇଥାଏ...
  • ୧କୋଟିରୁ ଅଧିକ ପିଲାମାନଙ୍କୁ ସୁସ୍ଥ ରଖିବା ଯୋଜନା

     ଭୁବନେଶ୍ୱର : ଉତମ ସ୍ୱାସ୍ଥ୍ୟ ଓ ପୃଷ୍ଟିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୃମିନାଶକର ଭୂମିକା ଗୁରୁତ୍ୱକୁ ଉପଲବ୍ଧି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଯୋଗରେ ଏହି...
  • ଭୁଆସୁଣୀ ବର୍ଜ୍ଜବସ୍ତୁ ପ୍ଲାଣ୍ଟ ଯୋଗୁଁ ୬୦ଜଣ ଲୋକ ମୃତ୍ୟୁବରଣ କଲେଣି ।

    ଭୁବନେଶ୍ୱର :  ଭୁବନେଶ୍ୱର ସହରର ବର୍ଜ୍ଜବସ୍ତୁକୁ ଦାରୁଠେଙ୍ଗ ମୌଜା ଭୁଆସୁଣୀ ଠାରେ ୬୪ ଏକର ଜମିରେ ପାଚେରୀ ନିର୍ମାଣ କରି ବର୍ଜ୍ଜବସ୍ତୁ ପରିଚାଳନା ପ୍ଲାଣ୍ଟ ସ୍ଥାପନ କରିଥିବାରୁ ସ୍ଥାନୀୟ ଏକ ଲକ୍ଷ ଲୋକ ବସତି ମଧ୍ୟରେ ବର୍ଜ୍ଜବସ୍ତୁ ଜମାହେବା ଫଳରେ ତାର...