ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନବୀନ ପଟ୍ଟନାୟକ

Share this:

ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟ ସରକାର ମନ୍ଦିର ଚତୁଃପାଶ୍ୱର୍ରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ୍ କରାଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି ।

 ସୂଚନାଯୋଗ୍ୟ ଯେ, ମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ୱ ଐତିହ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୨୩ ତାରିଖ ଦିନ ଏକ ପ୍ୟାକେଜ୍ ଘୋଷଣା କରିଥିଲେ ।

ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ Right to fair Compensation and Transparency in Land Acquisition, Rehabilitation and Resettlement Act, 2013  ସହିତ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ (Relief and Rehabilitation Policy) ନୀତି ଘୋଷଣା କରିଛନ୍ତି ।

ଏହି ନୀତି ଅନୁଯାୟୀ: ବାସଗୃହ ଅଧିକରଣ – ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ(Right to Fair Compensation and Transperency in Land Acqusition Rehabilitation and Resettlement Act, 2013) ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।

 ଥଇଥାନ ଓ ପୁନର୍ବାସ ସହାୟତା – ଅଧିଗୃହିତ ଅଞ୍ଚଳରେ ଥିବା ଘର ଗୁଡ଼ିକ ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ ।

 ୧.ସ୍ଥାନାନ୍ତରିତ ହୋଇଥିବା ପରିବାରଗୁଡ଼ିକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୫୦ହଜାର ଟଙ୍କା ତୁରନ୍ତ ସହାୟତା ଦିଆଯିବ ।

୨. ବିସ୍ଥାପିତ ପରିବାରଗୁଡ଼ିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ହଜାର ଟଙ୍କା ଘରଭଡ଼ା ସହିତ ଦିଆଯିବ ।

ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।

ପୁନର୍ବାସ ଯୋଜନା : ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାର ନିମ୍ନଲିଖିତ ତିନୋଟି ଇଚ୍ଛାଧିନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏକୁ ବାଛି ପାରିବେ ।

ଏହା ହେଉଛି (୧) ଗୋଟିଏ ପରିବାର ଏକକାଳୀନ ୩୦ଲକ୍ଷ ଟଙ୍କାର ସହାୟତା ନେଇପାରିବେ କିମ୍ବା (୨) ମନ୍ଦିରର ୧.୫ କି.ମି. ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର କିମ୍ବା (୩) ମନ୍ଦିରର ୨ କି.ମି. ମଧ୍ୟରେ ୪୦x୨୫ ଫୁଟର ଏକ ଜାଗା ।

ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ସହାୟତା ପାଇବେ ନାହିଁ ।

 ଦୋକାନ ଗୃହ ଅଧିଗୃହ ସହାୟତା:  କ୍ଷତିପୂରଣ – ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ହଜାର ଟଙ୍କା ସହାୟତା ।

 ଘରଭଡ଼ା ସହାୟତା – ଦୋକାନ ଘର ପାଇଁ ମଧ୍ୟ ୨ପ୍ରକାର ସହାୟତା ଘୋଷଣା କରାଯାଇଛି ।

ଏଥିରୁ ଯେ କୌଣସି ଗୋଟିଏ କୁ ବାଛି ପାରିବେ । (୧) ୨୦୦ ବର୍ଗ ଫୁଟରୁ କମ୍, ୨୦୦ ରୁ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫୦୦ ବର୍ଗ ଫୁଟରୁ ଅଧିକ Builtup Area ରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ହଜାର, ୧୦ହଜାର ଓ ୧୫ହଜାର ଟଙ୍କା ଘରଭଡ଼ା ଦିଆଯିବ ।

 (୨) ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ Market Complex ରେ ଉପଲବ୍ଧ ଦୋକାନ ଘର ଦିଆଯିବ ।

 ପୁନର୍ବାସ ସହାୟତା – Security Zone ଭିତରେ ଥିବା ପ୍ରତ୍ୟେକଟି ଦୋକାନ ଘର ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ।

 ଲଜ୍ (Lodge) ଅଧିଗ୍ରହଣ – ଯେଉଁ ଲଜ୍ ଗୁଡ଼ିକ ୧୫୦୦ବର୍ଗ ଫୁଟରୁ ଅଧିକ ସେମାନଙ୍କ ପାଇଁ ନିର୍ଦ୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥା କରାଯାଇଛି ।

୩୦୦୦ ବର୍ଗ ଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍ ଗୁଡ଼ିକୁ ୧୦ଲକ୍ଷ ଟଙ୍କା ଏବଂ ୩୦୦୦ ବର୍ଗ ଫୁଟରୁ କମ୍ ଅଞ୍ଚଳରେ ଥିବା ଲଜ୍ ଗୁଡ଼ିକ ପାଇଁ ୫ଲକ୍ଷ ଟଙ୍କା ତୁରନ୍ତ ସହାୟତା ଦିଆଯିବ ।

ଏତଦ୍ ବ୍ୟତୀତ ପ୍ରତି ଲଜ୍  ବର୍ଗଫୁଟ ପିଛା ୨୫ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ୧୮ମାସ ପର୍ଯ୍ୟନ୍ତ ଦିଆଯିବ ।

 ପୁନର୍ବାସ ସହାୟତା – ଲଜ୍ ମାଲିକମାନେ Builtup Area ର ପ୍ରତି ବର୍ଗଫୁଟ ପାଇଁ ୨୦୦୦ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ କିମ୍ବା ବଡ଼ଦାଣ୍ଡର ଉଭୟ ପାଶ୍ୱର୍ର ୩୦୦ମିଟର ମଧ୍ୟରେ ସେମାନେ ଚାହିଁଲେ ୫୦ଙ୍x ୩୦, ୫୦x୪୦, ୫୦ଙ୍ଘ୬୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ ।

ଏଥିରେ ଲଜ୍ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ଟଙ୍କା ଲେଖାଏଁ ସହାୟତା ଦିଆଯିବ ।

 ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ – ଏକକାଳୀନ ସହାୟତା ୩୦ହଜାର ଟଙ୍କା ।

 ସେମାନଙ୍କର ବ୍ୟବସାୟ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଧାରିତ ଜାଗା ଜୋଗାଇ ଦେବେ ।

 ମଠ: ସୁରକ୍ଷିତ ଜୋନ୍ ମଧ୍ୟରେ ଥିବା ମଠ ପାଇଁ ଏକ ବିସ୍ତୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି ।

ପୁରୀ ଜିଲ୍ଲାପାଳ ସଂପୃକ୍ତ ପକ୍ଷମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ ।

 ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ ।

 ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ରହିଥିବାରୁ ସେଗୁଡ଼ିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବା ପାଇଁ ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରଖାଯିବ ।

ଏହି ମଠ ଗୁଡ଼ିକରେ ପାର୍କିଙ୍ଗ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ Market Complex ମାନଙ୍କରେ ଦୋକାନ ଘର ଯୋଗାଇ ଦିଆଯିବ ।

 ଏହି Package ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ ।

ଜିଲ୍ଲାପାଳ ସଂପୃକ୍ତ ପକ୍ଷଙ୍କ ସହିତ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁମୋଦନ କ୍ରମେ ଏହି Package ରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରିପାରିବେ ।

 ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା ଜୋନ୍  ଥିବା ସେମାନଙ୍କର ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ୍ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ସୁରକ୍ଷା ଓ ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟର  ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ କମିଶନରଙ୍କ କେତେକ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।

ଜଷ୍ଟିସ ଦାସ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ଶ୍ରୀମନ୍ଦିରର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମନ୍ଦିର ଚତୁପାଶ୍ୱର୍ରେ ୭୫ ମିଟର ପ୍ରସ୍ଥ ବିଶିଷ୍ଟ ଏକ ସୁରକ୍ଷା ଜୋନ୍ ବା ନିରାପତ୍ତା ଅଞ୍ଚଳ ନିର୍ମାଣ କରିବା ।

ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।

ଏଥିପାଇଁ ସୁରକ୍ଷିତ ଜୋନ୍ ମଧ୍ୟରେ ଘର, ଦୋକାନ ଓ ମଠ ଗୁଡ଼ିକର ସ୍ଥାନାନ୍ତରଣ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ପୁରୀର ଜନସାଧାରଣଙ୍କର ସହଯୋଗ କାମନା କରୁଛନ୍ତି ।

 ବିଶେଷ ଦ୍ରଷ୍ଟବ୍ୟ- ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ବିସ୍ଥାପିତ ମଠ, ବାସଗୃହ, ଦୋକାନଘର ଓ ଲଜ୍ ମାଲିକ ମାନଙ୍କ ନିମନ୍ତେ ୨୦୧୩ରେ ଘୋଷିତ ଥଇଥାନ ନୀତି ସହିତ ଅତିରିକ୍ତ ଭାବରେ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ଓ ସହାୟତା ପ୍ରଦାନ କରାଯିବ ।

RELATED BY

EDITOR
OFFICE