ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

ମୁଖ୍ୟ ନିର୍ବାଚନ ଆୟୁକ୍ତ

ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ ସଂଘର ଅଧ୍ୟକ୍ଷତା ଦାୟିତ୍ୱ ଭାରତ ଗ୍ରହଣ କରିଛି ।

୨୦୧୭ରେ ବୁକାରେଷ୍ଟ ଠାରେ ଅନୁଷ୍ଠିତ ଏଡବ୍ଲୁଇବିର ଗତ ସାଧାରଣ ପରିଷଦ ବୈଠକରେ ଭାରତକୁ ସର୍ବସମ୍ମତିକ୍ରମେ ସଂଘର ଉପାଧ୍ୟକ୍ଷ ପଦବୀ ଲାଗି ମନୋନିତ କରାଯାଇଥିଲା । ତେବେ ଆଜି ବିଦାୟୀ ଅଧ୍ୟକ୍ଷ ତଥା ରୋମାନିଆର ସ୍ଥାୟୀ ନିର୍ବାଚନ ପ୍ରାଧିକରଣର ପରାମର୍ଶଦାତା ମିଃ ଇଓନ ମିନକୁ ରାଡୁଲେସ୍କୁ ସଂଘର ନୂଆ ଅଧ୍ୟକ୍ଷ ଶ୍ରୀ ସୁନୀଲ ଆରୋରାଙ୍କୁ ଏଡବ୍ଲୁଇବିର ପତାକା ହସ୍ତାନ୍ତର କରିଥିଲେ ।

ଦୁଇ ବର୍ଷ ଲାଗି ୨୦୨୧ ପର୍ଯ୍ୟନ୍ତ ଏହି ପତାକା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ରହିବ ।

ଏହି ବୈଠକରେ ୪୫ଟି ରାଷ୍ଟ୍ରର ୧୧୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଆରୋରାଙ୍କ ସମେତ ଦୁଇ ନିର୍ବାଚନ ଆୟୁକ୍ତ ଶ୍ରୀ ଅଶୋକ ଲାଭାସା ଓ ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ସମେତ ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଉମେଶ ସିହ୍ନା ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତ୍ରୈମାସିକ ପତ୍ରିକା- ‘ଭଏସ ଇଂଟରନ୍ୟାସନାଲ’ର ଉନ୍ମୋଚନ କରିଥିଲେ ।

ଏଥିରେ ଶ୍ରେଷ୍ଠ ୨୫ଟି ରାଷ୍ଟର ନିର୍ବାଚନ ପରିଚାଳନା ବ୍ୟବସ୍ଥା ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି ।

ବେଙ୍ଗାଲୁରୁଠାରେ ଏହି ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇ ଶ୍ରୀ ଆରୋରା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରି କହିଥିଲେ, “ସାମଗ୍ରୀକ କଲ୍ୟାଣ ଉଦ୍ଦେଶ୍ୟରେ ସମାଜର ସବୁବର୍ଗର ଲୋକମାନଙ୍କ ସମସ୍ତ ଭୌତିକ, ଅର୍ଥନୈତିକ ଏବଂ ଅଧ୍ୟାତ୍ମିକ ସମ୍ବଳକୁ ବିନିଯୋଗ କରିବାର କଳା ଓ ବିଜ୍ଞାନ ହେଉଛି ଗଣତନ୍ତ୍ର ।” ବିଶ୍ୱବ୍ୟାପୀ ନିର୍ବାଚନ ପ୍ରକ୍ରିୟାକୁ ମୁକ୍ତ, ସ୍ୱଚ୍ଛ ଏବଂ ଅବାଧ କରିବା, ଲିଙ୍ଗଗତ ସମାନତା ଆଣିବା ଏବଂ ଭିନ୍ନକ୍ଷମମାନଙ୍କୁ ପ୍ରକ୍ରିୟାରେ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ବିଶ୍ୱର ଦୁଇ ତୃତୀୟାଂଶ ଜନସଂଖ୍ୟା ଏବେ ଗଣତନ୍ତ୍ର ଶାସନ ଅଧୀନରେ ରହୁଥିବା ସେ ଉଲ୍ଲେଖ କରିଥିଲେ ।

ନୂତନ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏଡବ୍ଲୁଇବି ସଚିବାଳୟ ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବା ଓ ସଂଘକୁ ଆହୁରି ସୁଦୃଢ଼ କରିବା ଉପରେ ଶ୍ରୀ ଆରୋରା ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ଏଡବ୍ଲୁଇବିର ନୂତନ ଉପସଭାପତି ଭାବେ ଦକ୍ଷିଣ ଆଫ୍ରିକାର ନିର୍ବାଚନ ଆୟୋଗର ଅଧ୍ୟକ୍ଷ ଗ୍ଲେନ ୱୁମା ମାଶନିନିଙ୍କୁ ଏବଂ ନୂତନ ମହାସଚିବ ଭାବେ ଦକ୍ଷିଣ କୋରିଆର ଜୋଙ୍ଗୟୁନ ଚୋଙ୍କୁ ନିର୍ବାଚିତ କରାଯାଇଥିଲା ।

ବେଙ୍ଗାଲୁରୁରେ ଉଦଯାପିତ ହୋଇଯାଇଥିବା ଏଡବ୍ଲୁଇବିର ଏହି ଚତୁର୍ଥ ସାଧାରଣ ପରିଷଦ ବୈଠକରେ ସୋମାଲିଆ, କଙ୍ଗୋ, ଡୋମିନିକାନ ରିପବ୍ଲିକ, ବୋସନିଆ ଓ ହର୍ଜିଗୋଭିନା ଆଦି ସଦସ୍ୟଙ୍କୁ ସାଧାରଣ ପରିଷଦରେ ସାମିଲ କରାଯାଇଥିଲା ।

ସେହିପରି ନିର୍ବାଚନ ପରିଚାଳନା ପରିଷଦରେ ବୁର୍କିନା ଫାସୋ, ମରିସସ ଓ ସାମୋଆକୁ ସାମିଲ କରାଯାଇଥିଲା ।

ଏହି ଅବସରରେ ଶ୍ରୀ ଆରୋରା ଘୋଷଣା କରିଥିଲେ ଯେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଏଡବ୍ଲ୍ୟୁଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ନିର୍ବାଚନ ପରିଚାଳନା ଲାଗି ବର୍ତମାନ ସୁଦ୍ଧା ଏହି ସଂସ୍ଥାନରେ ୭୫୦ରୁ ଉର୍ଦ୍ଧ୍ଵପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇସାରିଲାଣି ।

ଏଥିରେ ୨୭ ହଜାରରୁ ଊଦ୍ଧ୍ୱର୍ ନିର୍ବାଚନ ଅଧିକାରୀ ତାଲିମ ନେଇସାରିଛନ୍ତି । ସେହିପରି ୯୬ଟି ଦେଶରୁ ୧୧୬୫ ଜଣ ନିର୍ବାଚନ ଅଧିକାରୀଙ୍କ ପାଇଁ ଏଠାରେ ୬୨ଟି ଅନ୍ତର୍ଜାତୀୟ କ୍ଷମତା ବିକାଶ କାର୍ଯ୍ୟକ୍ରମ କରାଯାଇସାରିଛି ।

Categories
KNOWLEDGE
Newsroll

RELATED BY

  • ନୂତନ କ୍ୟାବିନେଟ ସଚିବ ରାଜୀବ ଗୌବା

    ନୂତନ କ୍ୟାବିନେଟ ସଚିବ ଭାବେ ଆଜି ଶ୍ରୀ ରାଜୀବ ଗୌବା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ କ୍ୟାବିନେଟ ସଚିବ ଶ୍ରୀ ପି.କେ. ସିହ୍ନାଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ୧୯୮୨ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର...
  • ବିପର୍ଯ୍ୟୟ ପ୍ରଶମନ ପାଇଁ ବିଜ୍ଞାନ: ଡଃ ପି.କେ.ମିଶ୍ର

    ପାରସ୍ପରିକ ଭାବେ ସଂଯୁକ୍ତ ଆଧୁନିକ ବିଶ୍ୱ ପାଇଁ ବିପର୍ଯ୍ୟୟ ଓ ଜରୁରିକାଳୀନ ବିପଦ ଅଧିକ ଜଟିଳ ଏବଂ ଅସାଧ୍ୟ ହୋଇ ଉଠୁଛି । ଏଣୁ ବିପର୍ଯ୍ୟୟ ଏବଂ ଜରୁରିକାଳୀନ ପରିସ୍ଥିତି ଜନିତ ବିପଦକୁ ବୁଝିବା, ହ୍ରାସ କରିବା ତଥା ଏହାର...
  • ଅଗଷ୍ଟ 29 ରେ ଆରମ୍ଭ ହେବ ‘ଫିଟ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ...
  • ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

    ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ....