ଅନ୍ନ ଦାତା ହେବେ ଉର୍ଜା ଦାତା : ଧର୍ମେନ୍ଦ୍ର ପ୍ରଧାନ

ଆଖୁର ବିଭିନ୍ନ ଉତ୍ପାଦରୁ ଇଥାନୋଲ ତିଆରି ଉପରେ ବଡ ଆର୍ଥିକ ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ: ଦେଶର ଅନ୍ନଦାତା ମାନେ ଉର୍ଜା ଦାତା ହେବେ ।

ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି । ତେଣୁ ଦେଶର ଅନ୍ନଦାତା ମାନଙ୍କୁ ଉର୍ଜାଦାତା କରିବା ସହ ସେମାନଙ୍କର ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି ଉତ୍ପାଦରୁ ପ୍ରସ୍ତୁତ ଇଥାନୋଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ଆର୍ଥିକ ମାମଲାର ସମିତି ବଡ ନିଷ୍ପତି ଗ୍ରହଣ କରିଥିବା କେନ୍ଦ୍ର ପେଟ୍ରୋଲିମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକ ପରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ଦ୍ୱାରା ଆଖୁ ଚାଷୀ ମାନଙ୍କୁ ଲାଭ ହେବା ସହ ପରିବେଶ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲାର ସମିତି ଡିସେମ୍ବର୧, ୨୦୧୯ରୁ ୩୦ ନଭେମ୍ବର ୨୦୨୦ ଯାଏ ଇଥାନୋଲ ଯୋଗାଣ ବର୍ଷ ରେ ଇଥାନୋଲ ବ୍ଲେଣ୍ଡେଡ ପେଟ୍ରୋଲ (ଇପିବି) କାର୍ଯ୍ୟକ୍ରମରେ ବିଭିନ୍ନ କୃଷି ଉତ୍ପାଦରୁ ନିର୍ମିତ ଇଥାନୋଲର ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି ।

ସେ କହିଛନ୍ତି ଯେ ସି ହେଭି ମୋଲେସରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୪୩.୪୬ ଟଙ୍କା ପ୍ରତି ଲିଟରରୁ ବଢାଇ ୪୩.୭୫ ଟଙ୍କା ପ୍ରତି ଲିଟର କରା ଯାଇଛି ।

ସେହିପରି ବି ହେଭି ମୋଲେସରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୫୨.୪୩ ଟଙ୍କା ପ୍ରତି ଲିଟରରୁ ବଢାଇ ୫୪.୪୩ ଟଙ୍କା ପ୍ରତି ଲିଟର କରା ଯାଇଛି ।

ସେହିପରି ଆଖୁ ରସ, ଚିନି, ଚିନି ସିରପରୁ ପ୍ରାପ୍ତ ଇଥାନୋଲର ମୂଲ୍ୟକୁ ୫୯.୫୮ ଟଙ୍କା ପ୍ରତି ଲିଟର କରା ଯିବାକୁ ନିଷ୍ପତି ଗ୍ରହଣ କରା ଯାଇଛି ।

ଏହା ବ୍ୟତୀତ ଜିଏସଟି ଓ ପରିବହନ ଶୁଳ୍କ ମଧ୍ୟ ଦେବାକୁ ହେବ । ତେଳ କମ୍ପାନୀ ମାନଙ୍କୁ ବାସ୍ତବିକ ପରିବହନ ଶୁଳ୍କ ନିର୍ଧାରିତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆ ଯାଇଛି, ଯାହା ଫଳରେ ଇଥାନୋଲକୁ ଲମ୍ବା ରାସ୍ତା ଦେଇ ପରିବହନ ପାଇଁ କେହି ହତୋତ୍ସାହିତ ହେବେ ନାହିଁ ।

ସେ କହିଛନ୍ତି ଯେ ସମସ୍ତ ଆଖୁ ଆଧାରିତ ଉପାୟରୁ ୁପ୍ରାପ୍ତ ଇଥାନୋଲ ଖରିଦ ପାଇଁ ଅଧିକ ମୂଲ୍ୟ ପ୍ରଦାନ କରିବା ନିଷ୍ପତି ଦ୍ୱାରା ଇଥାନୋଲର ଉପଲବ୍ଧତାରେ ବୃଦ୍ଧି ହେବ ବୋଲି ଆଶା କରା ଯାଉଛି ।

ଏହା ଦ୍ୱାରା ପେଟ୍ରୋଲର ଆମଦାନୀରେ ନିର୍ଭରତା କମିବା, କୃଷି କ୍ଷେତ୍ର ଓ କୃଷକ ମାନଙ୍କୁ ସହାୟତା, ପରିବେଶ ଅନୁକୂଳ ଇନ୍ଧନ ତଥା ପ୍ରଦୂଷଣକୁ କମ କରିବାରେ ସହାୟତା ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।

Categories
NATIONAL
Newsroll

RELATED BY

  • ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଞ୍ଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା...
  • ସମ୍ବଲପୁର ମାଟିର ପୁଅ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

    ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତ ହୋଇଛନ୍ତି । ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି । ବିଶେଷକରି କୃଷି, ବିପର୍ଯ୍ୟୟ...
  • ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ୩୦୦୦ ଟଙ୍କା ପେନସନ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ...
  • ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି

    ଭୁବନେଶ୍ୱର: ଦିଲ୍ଲୀପ ଭାଇ ଓଡିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ...