ସେପ୍ଟେମ୍ବର ୧୪ ରୁ୨୦ ତାରିଖ ସେବା ସପ୍ତାହ

୧୭ ସେପ୍ଟେମ୍ବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯିବ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ବୋଲି କେନ୍ଦ୍ର ସଂସଦୀୟ ବ୍ୟପାର, ବୃହତ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ସେବା ସପ୍ତାହ ସମିତିର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଅର୍ଜୁନ ରାମ ମେଘୱାଲ ସୂଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମେଘୱାଲ କହିଛନ୍ତି ଯେ, ଏହି ସେବା ସପ୍ତାହ ମଧ୍ୟରେ ଦଳର ସାଂସଦ, ବିଧାୟକ, ଜିଲ୍ଲାଧ୍ୟକ୍ଷ, ଜନ ପ୍ରତିନିଧୀ ଏବଂ ରାଜ୍ୟ ପଦାଧିକାରୀମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଶିବିର ଏବଂ ଔଷଧ ବଂଟନ ଆଦି ଆୟୋଜିତ କରାଯିବ ।

ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ ।

ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବ ।

ପ୍ରଧାନମନ୍ତ୍ରୀ ମୋଦୀଜୀ ‘ସିଙ୍ଗଲ ୟୁଜ ପ୍ଲାଷ୍ଟିକ ତଥା ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବେ ।

ଏହି ପରିପ୍ରେକ୍ଷୀରେ ବିଜେପି କାର୍ଯ୍ୟକର୍ତାମାନେ ନିଜ ଅଂଚଳର ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ ।

ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ମେଘୱାଲ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରତ୍ୟେକ ସାର୍ବଜନୀନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ।

ପ୍ରଧାନମନ୍ତ୍ରୀ ମୋଦୀଜୀ ଛୋଟବେଳୁ ସେବାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ ଜୀବନଧାରା ଏବଂ ଉପଲବ୍ଧୀ ସଂର୍ପକୀତ ପୁସ୍ତକକୁ ସମସ୍ତ ସହର ଏବଂ ଜିଲ୍ଲାରେ ପ୍ରଦର୍ଶିତ କରାଯିବା ସହ ବରିଷ୍ଠ ନେତାମାନେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଏହି ପୁସ୍ତକକୁ ପ୍ରଦାନ କରିବେ ବୋଲି ଶ୍ରୀ ମେଘୱାଲ କହିଛନ୍ତି ।

ସେବା ସମିତିର ରାଜ୍ୟ ସଂଯୋଜକ ଭାବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏବଂ ସହ ସଂଯୋଜକ ଭାବେ ମହେଶ ମହାନ୍ତିଙ୍କୁ ଦାୟୀତ୍ୱ ଦିଆଗଲା ବୋଲି ଶ୍ରୀ ମେଘୱାଲ ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସଂପାଦକ ଡ.ଯତିନ ମହାନ୍ତି, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ମହେଶ ମହାନ୍ତି ଏବଂ ଡା. କୈଳାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । 

Categories
POLITICS
Newsroll

RELATED BY

  • ରାଜ୍ୟ ସରକାର ନିର୍ମାଣ ହେଉଥିବା ପକ୍କାଘରରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଫଳକ ଲଗାନ୍ତୁ

    ଭୁବନେଶ୍ୱର : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’...
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ ତମ ଜନ୍ମଦିନ ପାଳନ

    ଭୁବନେଶ୍ୱର: ଆଜି ଦୃଢ ଇଚ୍ଛାଶକ୍ତି, ନିର୍ଣ୍ଣାୟକ ନେତୃତ୍ୱ, ଏବଂ ଅକ୍ଲାନ୍ତ ପରିଶ୍ରମର ପ୍ରତୀକ ଦେଶର ସର୍ବାଧିକ ଲୋକପ୍ରିୟ ଜନନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୬୯ ତମ ଜନ୍ମଦିନ । ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସତ୍ୟନଗର ସ୍ଥିତ ଉତ୍କଳ...
  • ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗ ଓ ‘ପକ୍କା ଘର’ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି

    ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗ ଓ ‘ପକ୍କା ଘର’ ନାଁ ଦେଇ...
  • ଇତିଶ୍ ପ୍ରଧାନ ଜଣେ ଧୋକାବାଜ, ଦଲାଲ ଓ ବେଇମାନ

    ଭୁବନେଶ୍ୱର:ଦଳୀୟ ବିଶୃଙ୍ଖଳାକୁ ଆଧାର କରି ଗତ ୧୪.୯.୨୦୧୯ ରିଖ ଦିନ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଶ୍ରୀ ଇତିଶ ପ୍ରଧାନଙ୍କୁ ନିଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ମୋଥା ରୋହିତ୍ ଛାତ୍ର କଂଗ୍ରେସର...