ଭାରତର ୧୬୦୦ ସହରରେ ଜିଓ ଫାଇବରର ଶୁଭାରମ୍ଭ

ଡିଜିଟାଲ ଭାରତର ଭବିଷ୍ୟତ ହେଉଛି ଜିଓ ଫାଇବର

ଭୁବନେଶ୍ୱର: ବିଶ୍ୱର ସବୁଠୁ ବଡ଼ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ଭାରତର ୧୬୦୦ ସହରରେ ଫାଇବର ଟୁ ହୋମ ସେବା ଜିଓ ଫାଇବରର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି ।

ଅନକନେକ୍ଟଡକୁ କନେକ୍ଟେଡ କରିବା ଏବଂ ଭାରତୀୟଙ୍କ ଘରେ ପରିବର୍ତନ ଆଣିବା ଲାଗି ଜିଓ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲା ତାହାକୁ ପାଳନ କରିଛି ।

ତିନି ବର୍ଷ ତଳେ ୨୦୧୬ ସେପ୍ଟେମ୍ବର ୫ରେ ନିଜ ଯାତ୍ରାର ଶୁଭାରମ୍ଭ କରିବା ଅବସରରେ ଜିଓ ଏହି ପ୍ରତିଶ୍ରୁତି ଦେଇଥିଲା ।

ଭାରତରେ ଏବେ ହାରାହାରି ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ବେଗ ହେଉଛି ୨୫ ଏମବିିଏସ ।

ଏଭଳିକି ଆମେରିକା ଭଳି ବିକଶିତ ଦେଶରେ ମଧ୍ୟ ଏହି ବେଗ ହେଉଛି ୯୦ ଏମବିିଏସ ।

ଜିଓ ଫାଇବର ଯାହା ଭାରତର ପ୍ରଥମ ୧୦୦% ସମ୍ପୂର୍ଣ୍ଣ ଫାଇବର ବ୍ରଡ୍ବ୍ୟାଣ୍ଡ୍ ସେବା ତାହାର ବେଗ ୧୦୦ ଏମବିିଏସରୁ ଆରମ୍ଭ ହେବ ଏବଂ ୧ ଜିବିିଏସ ପର୍ଯ୍ୟନ୍ତ ବଢିପାରିବ ଏହା ଦ୍ୱାରା ଭାରତ ବିଶ୍ୱ ସ୍ତରରେ ପ୍ରଥମ ୫ଟି ବ୍ରଡ୍ବ୍ୟାଣ୍ଡ୍ ବ୍ୟବହାରକାରୀ ରାଷ୍ଟ୍ରଙ୍କ ମଧ୍ୟରେ ସାମିଲ ହୋଇପାରିବ ।