ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ

କେତେକ ପ୍ରସ୍ତାବ ପାରିତହେବ

ପୁଷ୍କର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତ୍ରିଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ପବିତ୍ର ନଗରୀ ପୁଷ୍କରରେ ଆଜି ସକାଳେ ଆରମ୍ଭ ହୋଇଛି ।

ଏହି ବୈଠକ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି ବୈଠକରେ  ସରସଂଘଚାଳକ ଡ. ମୋହନରାଓ ଭାଗବତ,  ସରକାର୍ଯ୍ୟବାହ ଶ୍ରୀ ଭାୟାଜୀ ଜୋଷୀ, ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସମାଜ ଜୀବନରେ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୩୫ରୁ ଉଦ୍ଧ୍ୱର୍ ସଂଗଠନର ଅଖିଳ ଭାରତୀୟସ୍ତରର ପ୍ରାୟ ୨୦୦ରୁ ଅଧିକ କାର୍ଯ୍ୟକର୍ତା ଭାଗ ନେଇଛନ୍ତି ।

ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଶ୍ରୀ ନରେନ୍ଦ୍ର ଠାକୁର କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତା ନିଜର ଅନୁଭବ ଏବଂ ଆକଳନର ପରସ୍ପର ଆଦାନ ପ୍ରଦାନର ଏହି କାର୍ଯ୍ୟକ୍ରମ ।

ରାଷ୍ଟ୍ରୀୟ ମହତ୍ୱ ରଖୁଥିବା ସମସାମୟୀକ ବିଷୟ ଉପରେ ମଧ୍ୟ ଏହି ବୈଠକରେ ଚିନ୍ତନ ମନ୍ଥନ ହେବ । ଏଥିରେ ମଧ୍ୟ କେତେକ ପ୍ରସ୍ତାବ ପାରିତହେବ ।

ସେପ୍ଟେମ୍ବର ୯ ତାରିଖ ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ସହସରକାର୍ଯ୍ୟବାହ ଶ୍ରୀ ଦତାତ୍ରେୟ ହୋସୱାଲେ ବୈଠକର ସମସ୍ତ ବିଷୟ ଓ ଅନ୍ୟ ପ୍ରଶ୍ନର ଉତର ଦେବେ ।

Categories
NATIONAL
Newsroll

RELATED BY

  • ଆଜିର ରାଶିଫଳ

    ମଙ୍ଗଳବାର ମକର ରାଶିର ଘାତବାର  ରାହୁକାଳ- ଦିବା ଘ ୦୨/୧୯ ରୁ ଦିବା ଘ ୦୩/୪୩ ମିନିଟ୍ ମଧ୍ୟରେ ମେଷରାଶି : ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ, କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହେବେ,...
  • CHIEF MINISTER REVIEWS

    New Delhi ,9/11/2019 : Chief Minister Naveen Patnaik reviewed the Central Fund release position under Centrally Sponsored Schemes (CSS) and implementation of 5T framework, i.e. Team Work, Transparency, Technology...
  • ୯ ନଭେମ୍ବର ହେଉଛି ସେହି ତାରିଖ, ଯେଉଁ ଦିନ ବର୍ଲିନ ପ୍ରାଚୀର ଧରାଶାୟୀ ହୋଇଥିଲା:ପ୍ରଧାନମନ୍ତ୍ରୀ

    ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ   ମୋର ପ୍ରିୟ ଦେଶବାସୀ, ମୁଁ ସାରା ଦିନ ପଞ୍ଜାବରେ ଥିଲି । ମୋର କର୍ତବ୍ୟ ହେଉଛି କି ମୁଁ ଆପଣମାନଙ୍କ ସହିତ ସିଧାସଳଖ କଥା ହୁଏ । ଆଜି ସୁପ୍ରିମକୋର୍ଟ...
  • ୭୮ ଟନ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କଲା ରିଲାଏନ୍ସ ଫାଉଣ୍ଡେସନ

    ଭୁବନେଶ୍ୱର: ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ଏହାର “ରିସାଇକଲ ୪ ଲାଇଫ ‘ ଅଭିଯାନରେ ସ୍ୱେଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ...