ବିଜେଡିରେ ଯୋଗଦେଲେ

ଉଦଳା ବ୍ଲକ ଅଧ୍ୟକ୍ଷାଙ୍କ ସହ ୫୦ରୁ ଉର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଉଦଳା ବ୍ଲକ ଅଧ୍ୟକ୍ଷା ବିଜେପିର ଶ୍ରୀମତୀ କାର୍ମୀ ମୁର୍ମୁ, ଥୁମ୍ପୁ ମୁର୍ମୁ, ବାହୁବନ୍ଧ ପଞ୍ଚାୟତ ବିଜେପି ସଭାନେତ୍ରୀ ଶ୍ରୀମତୀ ପୁଷ୍ପଲତା ଦାସ, ପାଟଶାଣୀପୁର ପଞ୍ଚାୟତ ବିଜେପି ସଭାପତି ବୀର ସିଂହ, ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ଝୁନୁମଣୀ ନାଏକଙ୍କ ସମେତ ଉଦଳା ବ୍ଲକର ୫୦ରୁ ଉର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ଆଜି ନବୀନ ନିବାସ ଆସି  ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତଙ୍କୁ  ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ଆଜି ବିଜୁ ଜନତା ଦଳରେ ଉଦଳା ବ୍ଲକର ବହୁ ବିଜେପି ଓ କଂଗ୍ରେସ କର୍ମୀ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ।

ଏହି ଯୋଗଦାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍,  ସଭାପତିଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଯୁଗଳ ମୁର୍ମୁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Categories
POLITICS
Newsroll

RELATED BY

  • ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ସ୍ଥଗିତ

    ଭୁବନେଶ୍ୱର : ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଅଯୋଧ୍ୟା ରାୟ ପ୍ରକାଶ ପରିପ୍ରେକ୍ଷୀରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ‘ଅର୍ଥନୈତିକ ଅବକ୍ଷୟ’ ସଂପର୍କରେ ନଭେମ୍ବର ୧୦ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିକ୍ଷୋଭ ଓ ଧାରଣା...
  • ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ କରୁଅଛି

    ଭୁବନେଶ୍ୱର : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ କରୁଅଛି । ପ୍ରଭୁ ଶ୍ରୀରାମ ହେଉଛନ୍ତି ଶୌର୍ଯ୍ୟ, ଶାନ୍ତି, ମୈତ୍ରୀ, ତ୍ୟାଗ, ଧୈର୍ଯ୍ୟ ଓ ସାମାଜିକ ସଦ୍ଭାବନାର ପ୍ରତୀକ । ତେଣୁ ଆମ୍ଭେ ସମସ୍ତେ...
  • ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

    ଭୁବନେଶ୍ୱର: ପୂର୍ବତନ ବିଧାୟକ, ଯୁବନେତା, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ୩ୟ ଶ୍ରାଦ୍ଧ ବାର୍ଷିକୀ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱର ରୋଟାରୀ ଭବନ ଠାରେ...
  • ସ୍ମିତାରାଣୀର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରାଯାଉ

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି । ସ୍ମିତାରାଣୀ ସହ ଦୁଷ୍କର୍ମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ବିଜେପି ବାରମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି...