ଶ୍ରୀ ରାମ ଜେଠମାଲାନୀ ଜୀଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି

ଶ୍ରୀ ନରେନ୍ଦ୍ର ମୋଦୀ

ବରିଷ୍ଠ ଆଇନଜ୍ଞ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି ।

“ଶ୍ରୀ ରାମ ଜେଠମାଲାନୀ ଜୀଙ୍କ ବିୟୋଗରେ ଭାରତ ଜଣେ ଅସାଧାରଣ ଆଇନଜ୍ଞ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି, ଯିଏକି ଉଭୟ ନ୍ୟାୟାଳୟ ଏବଂ ସଂସଦରେ ଉଚ୍ଚକୋଟ୍ଟୀର ଯୋଗଦାନ ଦେଇଛନ୍ତି । ସେ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଓ ସାହସୀ ଥିଲେ ତଥା ଯେକୌଣସି ବିଷୟରେ ନିର୍ଭୀକତାର ସହ ମତ ବ୍ୟକ୍ତ କରିବାକୁ ସଙ୍କୋଚ କରୁନଥିଲେ ।

ଶ୍ରୀ ରାମ ଜେଠମାଲାନୀଙ୍କ ସବୁଠାରୁ ଭଲ ଦିଗ ଥିଲା ସେ ଖୋଲାଖୋଲି ଭାବରେ ତାଙ୍କ ମତ ପ୍ରକାଶ କରୁଥିଲେ । ଖୁବ ନିର୍ଭୀକତାର ସହ ସେ ଏହା କରୁଥିଲେ ।

ଜରୁରିକାଳୀନ ପରିସ୍ଥିତିର କଳା ଦିନଗୁଡ଼ିକରେ ଜନସାଧାରଣଙ୍କ ସ୍ୱାଧୀନତା ପାଇଁ ସାହସ ଓ ଦୃଢ଼ତାର ସହ ସଂଘର୍ଷ ଲାଗି ସେ ସ୍ମରଣୀୟ ହୋଇ ରହିବେ ।

ଅସହାୟଙ୍କୁ ସହାୟତା ପ୍ରଦାନ କରିବା ତାଙ୍କ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା ।

ଶ୍ରୀ ରାମ ଜେଠମାଲାନୀ ଜୀଙ୍କ ସହିତ ଭାବ ବିନିମୟ କରିବାର ଅନେକଥର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି ।

ଏହି ଦୁଃଖଦ ମୁହୂର୍ତରେ, ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ପ୍ରଶଂସକମାନଙ୍କୁ ମୁଁ ସହାନୁଭୂତି ଜଣାଉଛି ।

ସେ ଏବେ ଆଉ ଆମ ଗହଣରେ ନାହାନ୍ତି, ମାତ୍ର ତାଙ୍କ ଅଭିନବ କାର୍ଯ୍ୟ ସବୁବେଳେ ଜୀବନ୍ତ ରହିବ ! ଓମ ଶାନ୍ତି!” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Categories
NATIONAL
Newsroll

RELATED BY

  • ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଞ୍ଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା...
  • ସମ୍ବଲପୁର ମାଟିର ପୁଅ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

    ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତ ହୋଇଛନ୍ତି । ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି । ବିଶେଷକରି କୃଷି, ବିପର୍ଯ୍ୟୟ...
  • ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ୩୦୦୦ ଟଙ୍କା ପେନସନ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ...
  • ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି

    ଭୁବନେଶ୍ୱର: ଦିଲ୍ଲୀପ ଭାଇ ଓଡିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ...