୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ୩୦୦୦ ଟଙ୍କା ପେନସନ

କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ ।

ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନ୍ୟୁନତମ ୩୦୦୦ ଟଙ୍କା ପେନସନ ଯୋଗାଇ ଦିଆଯିବ ।

ଏହି ଯୋଜନାରେ ଆଗାମୀ ୩ ବର୍ଷ ପାଇଁ ୧୦,୭୭୪ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି ।

୧୮ ରୁ ୪୦ ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିପାଇଁ ଆବେଦନ କରିପାରିବେ ।

ଚାଷୀମାନେ ସେମାନଙ୍କ ମାସିକ କିସ୍ତିକୁ ପିଏମ-କିଷାନ ଏବଂ ସିଏସସି ମାଧ୍ୟମରେ ଅଂଶଦାନ କରିପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷା ସୁବିଧା ଯୋଗାଇବା ପାଇଁ ୪୦୦ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ମଧ୍ୟ ଉଦ୍ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ ଝାଡଖଣ୍ଡ ବିଧାନ ସଭାର ନୂତନ କୋଠା ଉଦ୍ଘାଟନ କରିବା ସହିତ ନୂତନ ସଚିବାଳୟ କୋଠାର ଆଧାରଶିଳା ମଧ୍ୟ ରଖିବେ ।

ଗସ୍ତ କାଳରେ ସେ ସାହେବଗଞ୍ଜଠାରେ ବହୁମୂଖୀ ମଡେଲ ଟର୍ମିନାଲକୁ ମଧ୍ୟ ଉଦ୍ଘାଟନ କରିବେ । 

Categories
NATIONAL
Newsroll

RELATED BY

  • ଆଜିର ରାଶିଫଳ

    ମଙ୍ଗଳବାର ମକର ରାଶିର ଘାତବାର  ରାହୁକାଳ- ଦିବା ଘ ୦୨/୧୯ ରୁ ଦିବା ଘ ୦୩/୪୩ ମିନିଟ୍ ମଧ୍ୟରେ ମେଷରାଶି : ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ, କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହେବେ,...
  • CHIEF MINISTER REVIEWS

    New Delhi ,9/11/2019 : Chief Minister Naveen Patnaik reviewed the Central Fund release position under Centrally Sponsored Schemes (CSS) and implementation of 5T framework, i.e. Team Work, Transparency, Technology...
  • ୯ ନଭେମ୍ବର ହେଉଛି ସେହି ତାରିଖ, ଯେଉଁ ଦିନ ବର୍ଲିନ ପ୍ରାଚୀର ଧରାଶାୟୀ ହୋଇଥିଲା:ପ୍ରଧାନମନ୍ତ୍ରୀ

    ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ   ମୋର ପ୍ରିୟ ଦେଶବାସୀ, ମୁଁ ସାରା ଦିନ ପଞ୍ଜାବରେ ଥିଲି । ମୋର କର୍ତବ୍ୟ ହେଉଛି କି ମୁଁ ଆପଣମାନଙ୍କ ସହିତ ସିଧାସଳଖ କଥା ହୁଏ । ଆଜି ସୁପ୍ରିମକୋର୍ଟ...
  • ୭୮ ଟନ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କଲା ରିଲାଏନ୍ସ ଫାଉଣ୍ଡେସନ

    ଭୁବନେଶ୍ୱର: ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ଏହାର “ରିସାଇକଲ ୪ ଲାଇଫ ‘ ଅଭିଯାନରେ ସ୍ୱେଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ...