ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ

୬୦ ବର୍ଷ ପରେ ମାସିକ ସର୍ବନିମ୍ନ ୩,୦୦୦ ଟଙ୍କା ପେନସନ ସୁନିଶ୍ଚିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଞ୍ଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହା ହେଉଛି ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତି) ମାନଙ୍କ ପାଇଁ ଏକ ପେନସନ ଯୋଜନା ।

ଏହି ଅବସରରେ ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତି ଦ୍ରୌପଦି ମୁର୍ମୁ, ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସ, ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, ଶ୍ରମ ଓ ନିଯୁକ୍ତି (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଯୋଜନାର ଶୁଭାରମ୍ଭ ହେବା ଦ୍ୱାରା, ସମଗ୍ର ଦେଶରେ ଥିବା ୩.୫ ଲକ୍ଷ ସାଧାରଣ ସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ପଞ୍ଜୀକରଣର ସୁବିଧା ଲାଭ କରିବେ ।

ଏଥିସହିତ www.maandhan.in/vyapari ପୋର୍ଟାଲକୁ ଯାଇ ହିତାଧିକାରୀ ନିଜେ ନିଜର ନାମ ପଞ୍ଜୀକୃତ କରିପାରିବେ ।

ବ୍ୟବସାୟୀମାନେ ସେମାନଙ୍କ ନିକଟସ୍ଥ ସାଧାରଣ ସେବା କେନ୍ଦ୍ରକୁ ଯାଇ ଏହି ଯୋଜନାରେ ନିଜକୁ ପଞ୍ଜୀକୃତ କରିପାରିବେ ।

ପଞ୍ଜୀକରଣ ସମୟରେ ହିତାଧିକାରୀଙ୍କ ପାଇଁ କେବଳ ଏକ ଆଧାର କାର୍ଡ, ବ୍ୟାଙ୍କ ସଂଚୟ ଖାତା/ଜନ-ଧନ ଆକାଉଂଟ ପାସବୁକର ଆବଶ୍ୟକତା ରହିଛି ।

ହିତାଧିକାରୀ ୧୮-୪୦ ବର୍ଷ ବୟସ ବର୍ଗ ମଧ୍ୟରେ ହୋଇଥିବା ଆବଶ୍ୟକ ।

୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଜିଏସଟିଆଇଏନ ଆବଶ୍ୟକ ।

ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ।

ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ସରକାର ଏହି ଜାତୀୟ ପେନସନ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

ଏହା ହେଉଛି ୧୮ରୁ ୪୦ ବର୍ଷର ବ୍ୟବସାୟୀମାନଙ୍କ ପାଇଁ ଏକ ସ୍ୱେଚ୍ଛାମୂଳକ ଓ ଯୋଗଦାନ ମୂଳକ ପେନସନ ଯୋଜନା ଯାହା ମାଧ୍ୟମରେ କି ୬୦ ବର୍ଷରେ ପହଞ୍ଚିବା ପରେ ଅତିକମରେ ମାସିକ ୩,୦୦୦ ଟଙ୍କା ପେନସନ ମିଳିବା ନିଶ୍ଚିତ ।

ହିତାଧିକାରୀ ଜଣେ ଆୟକର ଦାତା ହୋଇନଥିବେ ଏବଂ ଇପିଏଫ ଓ ଇଏସଆଇସି/ଏନପିଏସ (ସରକାରୀ)/ପିଏମ-ଏସୱାଇଏମର ସଦସ୍ୟ ହୋଇନଥିବେ ।

କେନ୍ଦ୍ର ସରକାର ମାସିକ ଯୋଗଦାନ ରାଶିର ୫୦ ପ୍ରତିଶତ ପ୍ରଦାନ କରିବେ ଓ ବାକି ୫୦ ପ୍ରତିଶତ ହିତାଧିକାରୀ ପ୍ରଦାନ କରିବେ ।

ଯୋଗଦାନକୁ ସହଜ କରିବା ପାଇଁ ମାସିକ ଯୋଗଦାନକୁ କମ ରଖାଯାଇଛି ।

ଉଦାହରଣ ସ୍ୱରୂପ ୨୯ ବର୍ଷର ମଧ୍ୟମ ପ୍ରବେଶ ଲାଗି ହିତାଧିକାରୀଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡିବ ।

ଦ୍ୱିତୀୟ କାର୍ଯ୍ୟକାଳରେ ଏହି ପେନସନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ପ୍ରମୁଖ ଗୁରୁତ୍ୱ ପ୍ରଦାନ କରୁଛନ୍ତି ।

ମନ୍ତ୍ରଣାଳୟର ୧୦୦ ଦିନର ଯୋଜନା ଅନୁଯାୟୀ ୨୦୧୯-୨୦ରେ ଏହି ଯୋଜନାରେ ୨୫ ଲକ୍ଷ ଏବଂ ୨୦୨୩-୨୦୨୪ରେ ୨ କୋଟି ଗ୍ରାହକଙ୍କୁ ପଞ୍ଜୀକୃତ କରାଯିବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ।

ଏହି ପେନସନ ଯୋଜନା ଅଧୀନରେ ଦେଶର ଆନୁମାନିକ ୩ କୋଟି ବ୍ୟବସାୟୀ ଲାଭ ପାଇବେ ବୋଲି ଆଶା କରାଯାଉଛି ।

Categories
NATIONAL
Newsroll

RELATED BY

  • ଓଡ଼ିଶାରେ ୬ ବର୍ଷ ମଧ୍ୟରେ ୯ହଜାର ୯ ଶହ ୩୭ ଦଳିତ ଅତ୍ୟାଚାର ହୋଇଛନ୍ତି : କେନ୍ଦ୍ରମନ୍ତ୍ରୀ

    ଭୁବନେଶ୍ୱର: ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ...
  • ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା...
  • ଦ୍ୱାଦଶ ସ୍ଥାନରେ ଓଡ଼ିଶା,ଶୀର୍ଷରେ କର୍ଣ୍ଣାଟକ

    ଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ...
  • ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

    କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ...