ମୁଖ୍ୟମନ୍ତ୍ରୀ ୧୦ଟି ନମ୍ବରକୁ Random Selection କରିି ଅଭିଯୋଗକାରୀଙ୍କ ସହିତ କଥା ହେବେ

ମୋ ସରକାର ପୋଟାଲରୁ

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ ୬୩୫ଥାନା ଅଧିକାରୀମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡିକ ସଂପର୍କରେ ଆଲୋଚନା କରିଥିଲେ ।

ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅକ୍ଟୋବର ୨ ଠାରୁ ସେ ନିଜେ ପ୍ରତି ଦିନ ଥାନାକୁ ଆସୁଥିିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ କରି ସେମାନେ ଥାନାରେ କିପରି ବ୍ୟବହାର ଓ ସେବା ପାଇଲେ, ସେ ବିଷୟରେ ପଚାରି ବୁଝିବେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର ।

ମୋ ସରକାର ହେଉଛି ସେମାନଙ୍କ ସରକାର ।

ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛିି, ପୋଲିସ ଷ୍ଟେସନ ଚାଲୁଛି । ତେଣୁ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ୱ ।

ଯେତେବେଳେ କୌଣସି ଅଭିଯୋଗକାରୀ ଥାନାକୁ ଆସୁଛି, ସେତେବେଳେ ସେମାନଙ୍କୁ ଆମେ ସଂପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିିବା ଅତ୍ୟନ୍ତ ଜରୁରୀ ।

 ମୁଖ୍ୟମନ୍ତ୍ରୀ କହିଲେ ଯେ ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ ।

ଏଥିପାଇଁ ସେ ନିଜେ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେବେ ଏବଂ କାମ ସନ୍ତୋଷଜନକ ନ ହେଲେ କାର୍ଯ୍ୟାନୁଷ୍ଠାନ କରାଯିବ ।

ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜୀକରଣ କରାଯିବ ଏବଂ ଏହା ଏସ୍.ପି.ଙ୍କ୍ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବ ।

 ମୋ ସରକାର କାର୍ଯ୍ୟକ୍ରମରେ ନାଗରିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡାଇବ ନାହିଁ । ବରଂ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବେ ।

ମହିଳାମାନଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ପାଇଁଁ ମୁଖ୍ୟମନ୍ତ୍ରୀ କହିିଥିଲେ ।

 ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ସରକାର ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି ।

ପୂର୍ବରୁ ରାଜ୍ୟ ପୋଲିସ ବାମପନ୍ଥି ଉଗ୍ରବାଦକୁ ଦମନ କରିବା ହେଉ, ହକି ୱାର୍ଲଡ କପ୍ ପରିିଚାଳନାରେ ହେଉ, ବା ରଥଯାତ୍ରା ପରିଚାଳନା ହେଉ, ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଦେଖାଇ ପାରିଛନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ପୋଲିସ ଖୁବ୍ ସଫଳତାର ସହିତ କାର୍ଯ୍ୟକାରୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଲେ ଯେ ପୋଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ସହିତ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଚିତ୍ ।

 ସବୁ କର୍ମଚାରୀଙ୍କର ୫ଟି Performance ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।

 ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚାଲିଥିବା ବ୍ୟାପକ ତାଲିମ କାର୍ଯ୍ୟକ୍ରମ ସଂପର୍କରେ ପୋଲିସ ମହାନିିର୍ଦ୍ଦେଶକ ଶ୍ରୀ ବି.କେ ଶର୍ମା ସୂଚନା ଦେବା ସହିତ ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକକୁ ସମ୍ମାନର ସହିତ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇ ୫-T  ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ “ମୋ ସରକାର” ୫-T ର କାର୍ଯ୍ୟକ୍ରମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ ।

ଏଥିରେ ଅଭିିଯୋଗକାରୀକୁ ଆଉ କୁଆଡେ ଯିବାକୁ ଦରକାର ପଡିବ ନାହିଁ ।

ପୋଲିସ ଥାନାରେ ତାର ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବ ।

ଏହା ହିଁ ପରିବର୍ତ୍ତନ ।

ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସିିଥାନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମ ଏହି ଦୁଇ ବିଭାଗରୁ ହିଁ ପ୍ରଥମେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

 

ଅଭିଯୋଗକାରୀ

ଥାନା

(ଅଭିଯୋଗକାରୀର ମୋବାଇଲ ନମ୍ବରକୁ ମୋ ସରକାର ପୋଟାଲ ତୁରନ୍ତ ପଂଜୀକରଣ କରାଯିବ)

ମୋ ସରକାର ପୋଟାଲ

(ମୋବାଇଲ ନମ୍ବର ପଂଜୀକରଣ ହେବା ସଂଗେ ସଂଗେ ଅଭିଯୋଗକାରୀଙ୍କ ପାଖକୁ ତୁରନ୍ତ SMSଯିବ)

ମୁଖ୍ୟମନ୍ତ୍ରୀ

(ମୋ ସରକାର ପୋଟାଲରୁ ୧୦ଟି ନମ୍ବରକୁ Random Selection କରିି ଅଭିଯୋଗକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ  ସିଧାସଳଖ  କଥା ହେବେ)

 

ଯଦି ଅଭିିଯୋଗକାରୀର ମୋବାଇଲ ନମ୍ବର ନ ଥାଏ, ତେବେ ସେ ତାଙ୍କର ଆତ୍ମୀୟ ମାନଙ୍କ ନମ୍ବର ଦେଇ ପାରିବେ ।

ସେହିପରି ଯଦିି ଥାନା ଅଧିକାରୀ ଅବହେଳାକ୍ରମେ ଅଭିଯୋଗକାରୀର ମୋବାଇଲ ନମ୍ବର ପଂଜୀକରଣ ନ କରନ୍ତି, ସେ କ୍ଷେତ୍ରରେ ଅଭିଯୋଗକାରୀ Toll free number  କୁ ଫୋନ କଲାପରେ SMS ପାଇପାରିବେ । ଥାନା ଅଧିକାରୀଙ୍କର ଏହି ଅବହେଳାକୁ ଗୁରୁତର ସହ ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଯଦି ଥାନା ଅଧିକାରୀମାନେ ମୋ ସରକାରରେ ଭଲ କାମ କରିବେ, ଲୋକଙ୍କ ପ୍ରତିକ୍ରିୟା ସେମାନଙ୍କ ଥାନା ପ୍ରତି ଭଲ ରହିବ, ତେବେ ସଂପୃକ୍ତ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଭାବରେ out of turn ପଦୋନ୍ନତି ଦିିଆଯିିବ ।

ପ୍ରତି ମାସରେ ଜିଲ୍ଲାସ୍ତରରେ ୫-T ରେ ଭଲ କାମ ପାଇଁ ମୋ ସରକାର ପୁରସ୍କାର ଏବଂ ରାଜ୍ୟସ୍ତରରେ ମଧ୍ୟ ଆନ୍ତଃ ବିଭାଗୀୟ ପୁରସ୍କାର ଦିଆଯିବ ବୋଲି ବୈଠକରେ ଘୋଷଣା କରାଯାଇଥିଲା ।

 ଭିଡିଓ କନ୍ଫରେନ୍ସିଂରେ ବିଭିନ୍ନ ଜିିଲ୍ଲାର IIC ମାନଙ୍କ ସହିତ ମୋ ସରକାର କାର୍ଯ୍ୟକ୍ରମର ସଫଳ ପ୍ରୟୋଗ ସଂପର୍କରେ ସିଧାସଳଖ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ସ୍ୱରାଷ୍ଟ ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY