ତାଳଚେର ସାର କାରଖାନା ଦ୍ୱାରା ୪,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

କୋଇଲା ବାଷ୍ପୀକରଣ ୟୁନିଟ ପ୍ରତିଷ୍ଠା ଲାଗି ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ଖୋଲିବା ନେଇ ଆଜି ଦିଲ୍ଲୀରେ ଏକ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଓଡିଶାର ଅନୁଗୁଳ ଜିଲ୍ଲାରେ ୧୩,୨୭୭ କୋଟି ଟଙ୍କା ନିବେଶ କରାଯାଇ ଜିଏଆଇଏଲ, ଆରସିଏଫ, ସିଆଇଏଲ ଓ ଏଫସିଆଇଏଲର ମିଳିତ ସହଭାଗୀତାରେ ଏହି କାରଖାନା ପ୍ରତିଷ୍ଠା କରାଯିବ ।

ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ ଟନ୍ ୟୁରିଆ ଓ ୦.୭୩ ମିଲିୟନ ମେଟ୍ରିକ ଟନ ଆମୋନିଆ ଉତ୍ପାଦିତ ହେବ ।

ମେସର୍ସ ଉହାନ ଇଞ୍ଜିନିୟରିଂ କୋ ଲିମିଟେଡ ତରଫରୁ ଏହି ପ୍ଲାଂଟ ପାଇଁ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ପ୍ରଦାନ କରାଯିବ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତାଳଚେର ସାର କାରଖାନା କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ ଯାହାକି ଭାରତର ବିକାଶ ଯାତ୍ରାରେ ଏକ ନୂତନ କିର୍ତୀମାନ ହେବ ।

ସେ କହିଲେ, ଅଙ୍ଗାରକ ପରିମାଣ ହ୍ରାସ କରିବା ପାଇଁ ଭାରତ ସିଓପି୨୧ ନିକଟରେ ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ଏବଂ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଏ ଦିଗରେ ଏକ ପଦକ୍ଷେପ ।

‛ ପୂର୍ବ ଭାରତରେ ବନ୍ଦ ହୋଇଯାଇଥିବା ସମସ୍ତ ସାର କାରଖାନାକୁ ପୁଣିଥରେ ଚାଲୁ କରିବା ନେଇ ସରକାର ନିଷ୍ପତି ନେଇଥିବା ସେ ପ୍ରକାଶ କରିଥିଲେ ।

ପୂର୍ବାଞ୍ଚଳ ଗ୍ୟାସ ଗ୍ରୀଡ ପାଇଁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଏଥିରେ ଗୋରଖପୁର ଓ ବାରାଉନିକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଖୁବଶୀଘ୍ର ସିନ୍ଦରିକୁ ଅନ୍ତର୍ଭୁକ୍ତ କରାଯିବ ।

ସାର ଉତ୍ପାଦନ ପାଇଁ ଏହି ପ୍ରକଳ୍ପରେ କୋଇଲା ଓ ପିଟକୋକର ବ୍ୟବହାର କରାଯିବ ବୋଲି ସେ କହିଥିଲେ ।

ଟିଏଫଏଲକୁ ପ୍ରଦାନ କରାଯାଇଥିବା ତାଳଚେର ଅଞ୍ଚଳର ଉତର ଅର୍ଖପାଳ ଖଣିର ଉତର ଭାଗରୁ ଏହି ପ୍ରକଳ୍ପ ପାଇଁ କୋଇଲା ଅଣାଯିବ ଏବଂ କ୍ୟାପ୍ଟିଭ ଖଣିର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ଏହି ପ୍ରକଳ୍ପ ପାଇଁ ପାରାଦୀପ ବିଶୋଧନାଗାରରୁ ପିଟକୋକ ଯୋଗାଇ ଦିଆଯିବ ।

ପରିବେଶ ଅନୁକୂଳ ପଦ୍ଧତିରେ ରାଜ୍ୟରେ ଉପଲବ୍ଧ ପ୍ରଚୁର କୋଇଲା ଏହି ପ୍ରକଳ୍ପ ପାଇଁ ଉପଯୋଗ କରାଯିବ ।

ଶ୍ରୀ ପ୍ରଧାନ କହିଲେ ଯେ ସିନଗ୍ୟାସ, ଡିଜେଲ, ମିଥାନଲ ଓ ପେଟ୍ରୋକେମିକାଲ ଭଳି ଉତ୍ପାଦ ପାଇଁ କୋଇଲାର ବ୍ୟବହାର ଏହି ପ୍ରଯୁକ୍ତି ବିଦ୍ୟାର ସଫଳତା ପରେ ବୃଦ୍ଧି ପାଇବ ।

ଭାରତ ପ୍ରସଙ୍ଗରେ ଏକ ବିରାଟ ପରିବର୍ତନ ଆଣିବାରେ ଏହି ପ୍ରକଳ୍ପ ପାଖରେ ସାମର୍ଥ୍ୟ ରହିଛି ।

ଏହାଫଳରେ ଶକ୍ତି ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ କୋଇଲାକୁ ପରିବେଶର ଶୁଦ୍ଧତା ରଖାଯାଇ ବ୍ୟବହାର କରାଯାଇ ପାରିବ ।

ଏହାଫଳରେ ୨.୩୮ଏମଏମଏସସିଏମଡି ପରିମାଣର ପ୍ରାକୃତିକ ଗ୍ୟାସର ଉତ୍ପାଦନ ହୋଇପାରିବ ଏବଂ ଏହାଦ୍ୱାରା ଏଲଏନଜି ଉତ୍ପାଦନ ଦେୟ ହ୍ରାସ ପାଇବ ।

ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡା କହିଲେ ଯେ ଦେଶରେ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ସାର ବିଶେଷ କରି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଏହି ଚାହିଦା ମେଣ୍ଟାଇବା ପାଇଁ ଭାରତ ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ୟୁରିଆ ଉତ୍ପାଦନ କରୁଛି ।

ଘରୋଇ ଭାବେ ୟୁରିଆର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ଚେଷ୍ଟା କରୁଛି ।

ସମ୍ପ୍ରତି ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଯାଇ ୟୁରିଆ ଉତ୍ପାଦନ କରାଯାଉଛି ।

ଏଥି ମଧ୍ୟରେ ରହିଛି ଘରୋଇ ପ୍ରାକୃତିକ ବାଷ୍ପ ଓ ଆମଦାନୀ କରାଯାଉଥିବା ଏଲଏନଜି ।

ଏଲଏନଜିର ଉତ୍ପାଦନ ଅତ୍ୟନ୍ତ ମହଙ୍ଗା ଏବଂ ଏଥିପାଇଁ ଭାରତକୁ ଅନେକ ମୂଲ୍ୟବାନ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡିଥାଏ । ତେଣୁ ଦେଶରେ ୟୁରିଆ ଓ ଅନ୍ୟାନ୍ୟ ସାରର ଉତ୍ପାଦନ ପାଇଁ ସ୍ୱଦେଶୀ କଞ୍ଚାମାଲର ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ।

ସେ କହିଲେ ଯେ ତାଳଚେର ସାର ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ ଯେଉଁଠିି ୟୁରିଆ ଉତ୍ପାଦନ ପାଇଁ ସ୍ୱଦେଶୀ କୋଇଲା ଓ ପିଟକୋକର ମିଶ୍ରଣକୁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ ।

ଏହି ପ୍ରକଳ୍ପ ଫଳରେ ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ଏବଂ ଓଡିଶାରେ କୃଷିର ବିକାଶ ହେବ ।

ଏହାଛଡ଼ା ଦେଶ ତଥା ରାଜ୍ୟର କୃଷକଙ୍କ ପାଇଁ ଯଥେଷ୍ଟ ପରିମାଣର ୟୁରିଆ ଉପଲବ୍ଧ ହୋଇପାରିବ ।

ଶ୍ରୀ ଗୌଡା କହିଥିଲେ ଯେ ‘ମେକ ଇନ ଇଣ୍ଡିଆ’ ଅନ୍ତର୍ଗତ ଏହି ପଦକ୍ଷେପ ଭାରତକୁ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ଏବଂ ଏଥିସହିତ ୪,୫୦୦ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Categories
BUSINESS
Newsroll

RELATED BY

  • ଆମେରିକା ଠାରୁ ଭାରତ ୩.୫୮ ବିଲିୟନର ଅଶୋଧିତ ତୈଳ ଆମଦାନୀ କରିଛି:ଧର୍ମେନ୍ଦ୍ର

    ନୂଆଦିଲ୍ଲୀ/ ଭୁବନେଶ୍ୱର: ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ଫରୋମ(ୟୁଏସ୍ଆଇଏସପିଏଫ୍ର)ର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ...
  • ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

    ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ୟୁନିଟ୍‌ ୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଆନୁକୂଲ୍ୟରେ ବାର୍ଷିକ ‘ମୃତ୍ତିକା’ ହସ୍ତଶିଳ୍ପ(ଟେରାକୋଟା) ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିକାଶ ଆୟୁକ୍ତ ତଥା...
  • ୧୯ ତାରିଖରୁ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

    ଭୁବନେଶ୍ୱର : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ଏକ ବର୍ଷ ବ୍ୟାପି ଅନୁଷ୍ଠିତ ହେଉଥିବା ୧୫୦ ତମ ଜୟନ୍ତୀ ପାଳନ ଅବସରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ...
  • ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି...