ରାଜ୍ୟ ସରକାର ନିର୍ମାଣ ହେଉଥିବା ପକ୍କାଘରରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଫଳକ ଲଗାନ୍ତୁ

ମୁଖ୍ୟଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି ।

ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି ।

ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହାର ପ୍ରତିବାଦ କରି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଅବଗତ କରାଇଛନ୍ତି ।

ହୀନ ରାଜନୀତିରୁ ନିବୃତି ରଖି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଲେଖିବା ସହ ନିର୍ମାଣ ହେଉଥିବା ପକ୍କାଘରରେ ବି “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ବୋଲି ଲେଖନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି ।

ଏବେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇଛି ।

ଚିରାଚରିତ ଢଙ୍ଗରେ ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।

ଏହି ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ।

ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ ନାହିଁ ।

ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି ।

ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ “ବିଜୁ ପକ୍କାଘର” ବୋଲି କହି ବିଜ୍ଞାପନ ଦେଉଛନ୍ତି ।

ଏହା ସଂଘୀୟ ବ୍ୟବସ୍ଥାରେ ରୁଗଣ ମାନସିକତାର ପରିଚୟ ।

ପୂର୍ବରୁ ରାଜ୍ୟ ସରକାର ଯେତେ ବିଜ୍ଞାପନ ଛପାଇଛନ୍ତି ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦଟିକୁ ବାଦ ଦେଇ ସାଧାରଣ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ।

ବିଜ୍ଞପ୍ତିରେ କେବଳ ପକ୍କା ଘର କହି ଲୋକମାନଙ୍କୁ ରାଜ୍ୟସରକାରଙ୍କ ଯୋଜନା ବୋଲି କହି ଭ୍ରମିତ କରିବା ରାଜ୍ୟସରକାରଙ୍କ ପୁରୁଣା ରୋଗ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି ।

ଏହି ଯୋଜନାରେ ସିଂହ ଭାଗ ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର କାହିଁକି ପ୍ରଧାନମନ୍ତ୍ରୀଙ୍କ ନାଁ ନେଉନାହାଁନ୍ତି କି ଧନ୍ୟବାଦ ଦେଉନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଆଜିବି ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ ।

୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି ।

୨୦୧୭-୧୮ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ବି ବ୍ୟୟବରାଦ କରିନଥିବା ବେଳେ କେନ୍ଦ୍ରସରକାର ୨୦୧୭-୧୮ରେ ୩ ହଜାର ୧୦୦ କୋଟି, ୨୦୧୮-୧୯ରେ ୩ହଜାର ୬୦୦ କୋଟି, ୨୦୧୯-୨୦ରେ ୪ ହଜାର ୮୨୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ଶ୍ରୀ ମହାନ୍ତି କହିଛନ୍ତି ।

ସେହିପରି ଅନ୍ୟ ଏକ ବିଜ୍ଞାପନରେ ‘ରୁରାଲ ହାଉସିଂଙ୍ଗ ଫର ଅଲ’ ରେ ରାଜ୍ୟ ସରକାରଙ୍କ ଲୋଗୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି ।

କେନ୍ଦ୍ର ସରକାରଙ୍କ ପଇସାରେ ନିଜ ଲୋଗୋ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି ।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ ।

କେନ୍ଦ୍ରସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ନାଁ ଓ ଲୋଗୋ ବଦଳାଇ ରାଜ୍ୟସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା- ଝିଅ ପାଇଁ ଚିଠି ଟିଏ’ କରି ବିଭିନ୍ନ ଗଣମାଧ୍ୟରେ ବିଜ୍ଞାପନ ପ୍ରକାଶ କରିଥିଲେ ।

ସେହିପରି ଗରୀବ ହିତାଧିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ବି ରାଜ୍ୟ ସରକାର କରିଆସିଛନ୍ତି ।

ରାଜ୍ୟସରକାର ପର ଘର ତିଅଣରେ ଅତିଥୀ ସତ୍କାର କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧୀ ଦଳରେ ପୂର୍ବତନ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ, ପୂର୍ବତନ ସାଂସଦ ଅନନ୍ତ ନାୟକ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଜୟନ୍ତ ଷଡଙ୍ଗୀ, ରାଜ୍ୟ ସଂପାଦକ ଡ. ଯତୀନ ମହାନ୍ତି ଓ ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 

Categories
POLITICS
Newsroll

RELATED BY

  • ମନ୍ତ୍ରୀଙ୍କୁ ଅଭିଯୋଗ କଲେ ଓଡ଼ିଶାରେ ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି...
  • ସଚିବାଳୟର ୩ୟ ମହଲା ସହ ରାମକୋ ସିମେଣ୍ଟ ଅଧିକାରୀଙ୍କ କ’ଣ ସଂପର୍କ ରହିଛି ?

    ଭୁବନେଶ୍ୱର: ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ବ୍ୟତୀତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ...
  • ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁଷ୍କର୍ମ, ସିବିଆଇ ତଦନ୍ତ ହେଲେ ସତ ବାହାରିବ

    ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ ଗଣଦୁର୍ଷ୍କମ, ହତ୍ୟା ଆଦି...
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

    ଭୁବନେଶ୍ୱର : ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଏହି ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ...