ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି

କେବଳ ଶାସକ ଦଳର ନେତାମାନଙ୍କ ସୁପାରିଶ ଆଧାରରେ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର‌୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା ।

ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି)ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିତ ଅର୍ଥ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ବୋଟ ଓ ମସ୍ତ୍ର‌୍ୟଧରା ଡଙ୍ଗା ଦିଆଗଲା ।

ଏହା ଏକ ସରକାର କାର୍ଯ୍ୟକ୍ରମ ଥିଲା ।

ନିୟମ ଅନୁସାରେ ସରକାରଙ୍କ କାର୍ଯ୍ୟକ୍ରମରେ ସେଠାକାର ସ୍ଥାନିୟ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଡାକିବା କଥା । କିନ୍ତୁ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ପୁରୀ ଓ ବ୍ରହ୍ମଗିରିର ବିଧାୟକମାନଙ୍କୁ ସରକାର ଡାକିଲେ ନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ ଅଭିଯୋଗ କରିଛନ୍ତି ।

ବ୍ରହ୍ମଗିରି ଓ ପୁରୀ ନିର୍ବାଚନ ମଣ୍ଡଳୀ ଫନିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ।

ଏହି ଦୁଇ ନିର୍ବାଚନ ମଣ୍ଡଳିର ବିଧାୟକ ବିଜେପି ଦଳର ହୋଇଥିବାରୁ ଫନିର କ୍ଷୟକ୍ଷତି ଆକଳନ ହେଉ କି କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୁରଣ ପ୍ରଦାନ ହେଉ କେଉଁଥିରେ ବି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଡାକିଲେ ନାହିଁ କି କୌଣସି ପରାମର୍ଶ ନେଲେ ନାହିଁ ବୋଲି ବ୍ରହ୍ମଗିରୀ ବିଧାୟକ ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର କହିଛନ୍ତି ।

କେବଳ ଶାସକ ଦଳର ନେତାମାନଙ୍କ ସୁପାରିଶ ଆଧାରରେ ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି ।

ଏହି ଦୁଇ ନିର୍ବାଚନ ମଣ୍ଡଳିରେ ବିଜେଡିର ନେତା କିଏ, ସେମାନେ କେତେ ସ୍ୱଛ ଓ କେତେ ଦୁର୍ନିତିଗ୍ରସ୍ତ ତାହା ସମସ୍ତଙ୍କୁ ଜଣାଅଛି ।

ବିଜେଡିର କିଛି ନେତାମାନଙ୍କର ସୁପାରିଶରେ ଫନିର ପରବର୍ତୀ କ୍ଷତିପୁରଣ ଓ ସରକାରଙ୍କର ଅନ୍ୟ ସମସ୍ତ ଯୋଜନାର ହିତାଧିକାରି ଚୟନରେ ବ୍ୟାପକ ଅନିୟମିତତା ହେଉଛି ।

ଏହି ଅନିୟମିତତାରେ ତୃତୀୟ ମହଲାର ଏଥିରେ ସିଧାସଳଖ ସମ୍ପୃକ୍ତି ଅଛି ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଇଙ୍ଗିତରେ ଏହି ଜିଲ୍ଲା ପ୍ରଶାସନ ପୁରୀ ଜିଲ୍ଲାର କିଛି ବିଜେଡି ନେତାଙ୍କର ସଖୀ କଣ୍ଢେଇ ପାଲଟିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ୫ଟି ର କଥା କହୁଛନ୍ତି । ହେଲେ ଏପଟେ ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକର ଜିଆରଏସ, ଭିଏଲଡବ୍ଲୁ, ବିଡିଓ ଦଳୀୟ ନେତା ତାଙ୍କ କର୍ମୀମାନଙ୍କୁ ବିଭିନ୍ନ ଯୋଜନାରେ ବେଆଇନ ଭାବେ ସାମିଲ କରାଇ ଚାଲିଛନ୍ତି ।

ରାଜ୍ୟ ସରକାର ଏପରି ପାତର ଅନ୍ତରରୁ ନିଜକୁ ଦୁରେଇ ରଖନ୍ତୁ ।

ଗଣତନ୍ତ୍ରରେ ଜଣେ ବିଧାୟକର ଯାହା ଅଧୀକାର ଅଛି ତାକୁ କ୍ଷୁର୍ଣ୍ଣ କରିବା ପାଇଁ ହୀନ ରାଜନୀତି କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏବେ ଜିଲ୍ଲା ପ୍ରଶାସନର ସମସ୍ତ ଭତା ବାର୍ଧ୍ୟକ ଭତା, ବିଧବା ଭତା, ଦିବ୍ୟାଙ୍ଗ ଭତାର ହିତାଧିକାର ଚୟନକୁ ପଂଚାୟତ ଠାରୁ ଛଡାଇ ନିଆଯାଇ ଅଙ୍ଗନବାଡିକୁ ଦିଆଯାଉଛି ।

ଏହା କେବଳ ପୁରୀ ଜିଲ୍ଲାରେ ଲାଗୁ ହୋଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

କେବଳ ପୁରୀ ଜିଲ୍ଲାରେ ଗୋଟିଏ ନୂଆ ନିୟମ ଲାଗୁ ହେବ କାହିଁକି ?

କାହିଁକି ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରାଯାଉଛି ?

ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କଥା କହୁଥିବା ବେଳେ ଖାଲି ବିଧାୟକ ନୁହେଁ ବଂର ପଞ୍ଚାୟତର ସରପଞ୍ଚ ମାନଙ୍କଠାରୁ କ୍ଷମତା ଛଡାଇ ନେଉଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି ।

ଯେଉଁ ବୋଟ ଓ ଡଙ୍ଗା ମାଛଧରାଳି ମାନଙ୍କୁ ଦିଆଯାଇଛି ତାହା କେନ୍ଦ୍ରୀୟ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି) ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡର ଏକ ବଡ ଅଂଶକୁ କେନ୍ଦ୍ର ସରକାରଙ୍କର ପିଏସୟୁ (କେନ୍ଦ୍ରୀୟ କମ୍ପାନୀମାନେ ) ରିଲିଫ ପଣ୍ଡକୁ ଓଡିଶାର ବିକାଶ ପାଇଁ ଦିଅନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଫନି କ୍ଷତିଗସ୍ତ ବିଦ୍ୟୁତ ଭିତିଭୂମିର ମରାମତି ପାଇଁ କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ୫୦ କୋଟି ୩୨ ଲକ୍ଷ ଟଙ୍କା ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ଦେଇଥିବାରୁ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । 

Categories
STATE
Newsroll

RELATED BY

  • ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ:କେନ୍ଦ୍ର ଶ୍ରମ ମନ୍ତ୍ରୀ

    ଆଜି ଭୁବନେଶ୍ୱର ଠାରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ...
  • ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ୫ ଦିନିଆ ପ୍ରଦର୍ଶନୀ

    କଟକ:ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ...
  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...