“କାଳିଆ” ସହାୟତା ରାଶି ଫେରସ୍ତ ପାଇଁ ଆକାଉଣ୍ଟ ନମ୍ବର,୯୦୦୦ ନାବାଳକ/ନାବାଳିକା ସହାୟତା ପାଇଛନ୍ତି

ଆକାଉଣ୍ଟ ନାମ -Voluntary  refund of KALIA assistance

ଭୁବନେଶ୍ଵର: ୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେବା ପରେ ୨୦୧୯ ମେ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ନାମମାତ୍ର/ ପ୍ରକୃତ ଚାଷୀ (ଭାଗଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ୍  ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ସେହିପରି ୧୪ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ କୃଷି ପରିବାରଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଅନ୍ଲାଇନ ମାଧ୍ୟମରେ ୫୦୦୦ଟଙ୍କା ହିସାବରେ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ସର୍ବମୋଟ ୫୧ ଲକ୍ଷ ୫ ହଜାର ୨୯୦ ଜଣ କୃଷକ/ଭାଗଚାଷୀ/ଭୂମିହୀନ କୃଷି ପରିବାର ୨୯.୦୫.୨୦୧୯ ସୁଦ୍ଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପାଇଥିଲେ ।

ଏହି ଯୋଜନାର ସ୍ୱଚ୍ଛତା ଓ ଏଥିରେ ସଂଶ୍ଲିଷ୍ଟ ସମସ୍ତ ହିତାଧିକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ହିତାଧିକାରୀ ତାଲିକା ପ୍ରତି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ୱେବ ପୋର୍ଟାଲରେ ୦୬ ଅଗଷ୍ଟ ୨୦୧୯ ଦିନ ପ୍ରକାଶ କରାଯାଇଥିଲା ।

ହିତାଧିକାରୀ ମାନଙ୍କ ପ୍ରକୃତ ଯୋଗ୍ୟତା ତଦାରଖ କରିବା ସହ ବାକି ରହିଥିବା ୪୦ ଲକ୍ଷ ୨୧ ହଜାର ୧୧୩ ଗୋଟି ଦରଖାସ୍ତ (୨୨ ଲକ୍ଷ ୨୭ ହଜାର ୫୪୨ କ୍ଷୁଦ୍ର/ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୯୩ ହଜାର ୫୭୧ ଭୂମିହୀନ କୃଷି ପରିବାର) ତଥ୍ୟ ଯାଞ୍ଚ କରିବା ପାଇଁ ୦୬ ଅଗଷ୍ଟ ୨୦୧୯ ଠାରୁ ୩୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ମଧ୍ୟ ସମୟ ଧାର୍ଯ୍ୟ କରାଯାଇଥିଲା ।

ଏତଦ୍ ବ୍ୟତୀତ ଯେଉଁ ଗ୍ରାମପଞ୍ଚାୟତ ମାନଙ୍କରେ କୃଷି ପରିବାର ସଂଖ୍ୟା ତୁଳନାରେ କମ୍ ସଂଖ୍ୟକ ହିତାଧିକାରୀ ଚୟନ ହୋଇଛନ୍ତି, ସେହି ପଞ୍ଚାୟତମାନଙ୍କରୁ କ୍ଷୁଦ୍ର/ନାମମାତ୍ର ଚାଷୀ/ଭୂମିହୀନ କୃଷି ପରିବାରଙ୍କଠାରୁ ପଞ୍ଚାୟତ ସ୍ତରରେ ଦରଖାସ୍ତ ଗ୍ରହଣ କରାଯାଇଥିଲା ।

ସେହିପରି ଅନ୍ୟ ପଞ୍ଚାୟତର ଯୋଗ୍ୟ ହିତାଧିକାରୀମାନଙ୍କୁ ସିଧାସଳଖ ସେବାକେନ୍ଦ୍ର ଜରିଆରେ ଅନଲାଇନ୍ ଦରଖାସ୍ତ ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା ।

 ଯାଞ୍ଚ ପରେ ଜଣାଗଲା ଯେ କିଛି ହିତାଧିକାରୀ ମାନେ ନିମ୍ନଲିଖିତ କାରଣରୁ ଅଯୋଗ୍ୟ ବିବେଚିତ ହୋଇଅଛନ୍ତି ।

ପ୍ରାୟ ୧୨ ହଜାର ବଡ଼ଚାଷୀ କାଳିଆ ସହାୟତା ପାଇଛନ୍ତି ।

ସେହି ଚାଷୀମାନଙ୍କୁ କାଳିଆ ଯୋଜନାରେ ପାଇଥିବା ସହାୟତା ଅର୍ଥ ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ, କାରଣ ସେମାନେ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

 ପ୍ରାୟ ୯୦୦୦ ନାବାଳକ/ନାବାଳିକା କାଳିଆ ଯୋଜନାରେ ସହାୟତା ପାଇଛନ୍ତି ।

ଯେହେତୁ ସେମାନଙ୍କ ପରିବାର ମୁଖ୍ୟମାନେ ସହାୟତା ରାଶି ପାଇଛନ୍ତି, ସେହିପରିବାରମାନଙ୍କୁ ପରବର୍ତ୍ତୀ କିସ୍ତି ସହାୟତା ରାଶିରେ ବ୍ୟବସ୍ଥିତ କରାଯିବ ।

 ପ୍ରାୟ ୨୦୦୦୦ସରକାରୀ ଚାକିରିଆ ବା ପେନସନ ଭୋଗୀ ଯେଉଁମାନେ କି କାଳିଆ ସହାୟତା ପାଇଛନ୍ତି ସେମାନଙ୍କୁ ଏହି ରାଶି ଫେରସ୍ତ କରିବାକୁ କୁହାଯିବ ଅନ୍ୟଥା ସେମାନଙ୍କ ବେତନ ବା ପେନସନ ରୁ ଏହି ରାଶି ଭରଣା କରିଯିବାର ବ୍ୟବସ୍ଥା କରାଯିବ ।

 ପ୍ରାୟ ୩ ଲକ୍ଷ ହିତାଧିକାରୀ, ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ହିତାଧିକାରୀ ଭାବେ କାଳିଆ ସହାୟତା ପାଇଛନ୍ତି ।

ସେମାନଙ୍କ କ୍ଷେତ୍ରରେ ପରିବାରର ଜଣକୁ ସହାୟତା ପାଇଁ ଯୋଗ୍ୟ ବିବେଚନା କରି ଅନ୍ୟମାନେ ପାଇଥିବା ରାଶି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ ।

ଅର୍ଥାତ୍ ଗୋଟିଏ ପରିବାରରୁ ୩ ଜଣ ସହାୟତା ପାଇଥିଲେ ପରବର୍ତ୍ତୀ କିସ୍ତିରେ ଜଣଙ୍କୁ ଯୋଗ୍ୟ ବିବେଚନା କରି ଅନ୍ୟମାନେ ପାଇଥିବା ଅର୍ଥ ବ୍ୟବସ୍ଥିତ କରାଯିବ ।

 ଯଦି କୌଣସି ଯୋଗ୍ୟ ହିତାଧିକାରୀମାନେ ଅନୁଭବ କରନ୍ତି ଯେ ସେମାନେ ଭୁଲକ୍ରମେ ଯୋଗ୍ୟ ବିବେଚିତ ତାଲିକାରୁ ବାଦ ପଡିଯାଇଛନ୍ତି ତେବେ ସେମାନେ ସମସ୍ତ ଦସ୍ତାବିଜ ସହ ୱେବସାଇଟ kalia.co.in ମାଧ୍ୟମରେ ଆବେଦନ କରିପାରିବେ ।

ସେହି ଦରଖାସ୍ତ ଗୁଡ଼ିକ ଯାଞ୍ଚ କରାଯାଇ ସେମାନଙ୍କୁ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ ।

 ସେପ୍ଟେମ୍ବର ୨୦୧୯ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ, ଖରିଫ୍ ୨୦୧୯ ପାଇଁ କାଳିଆ ସହାୟତା ପାଇପାରିବେ ।

 କୌଣସି ଯୋଗ୍ୟ ହିତାଧିକାରୀ ସ୍ୱେଚ୍ଛାକୃତ ଭାବରେ ପାଇଥିବା କାଳିଆ ସହାୟତା ଫେରସ୍ତ କରିବାକୁ ଚାହୁଁଥିଲେ କିମ୍ବା କୌଣସି ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ରାଶି ନିମ୍ନଲିଖିତ ଆକାଉଣ୍ଟରେ ଫେରସ୍ତ କରିପାରିବେ ।

ଆକାଉଣ୍ଟ ନାମ -Voluntary  refund of KALIA assistance

ଆକାଉଣ୍ଟ ନମ୍ବର -38474500762  / ୩୮୪୭୪୫୦୦୭୬୨

IFSC Code – SBIN0010236

ବ୍ୟାଙ୍କ ନାମ – ଭାରତୀୟ ଷ୍ଟେଟ ବ୍ୟାଙ୍କ, ଓଡିଶା ସଚିବାଳୟ ଶାଖା, ଭୁବନେଶ୍ଵର

 କାଳିଆ ସହାୟତା ପାଇଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଆଉଥରେ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କାଳିଆ ସହାୟତା ଫେରସ୍ତ ପାଇଁ ପ୍ରବର୍ତ୍ତା ଯାଇ ଉତ୍ସାହିତ , ବାଧ୍ୟ କରାଯିବ ।

 ବାକିଥିବା ୪୦ ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତର ତଥ୍ୟ ଯାଞ୍ଚ ହୋଇସାରିଛି ଏବଂ ତନ୍ମଧ୍ୟରୁ କେତେବାଦ ପଡିବେ ତାହାର ପ୍ରକ୍ରିୟା ମଧ୍ୟ କ୍ଷେତ୍ରୀୟସ୍ତରରେ ଶେଷ ହୋଇଛି ।

ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପି-ପାସ୍ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, SFSS, SECC ଓ HRMS ରେ ଥିବା ଡାଟାବେସ୍ ଆଧାରରେ ଯାଞ୍ଚ କରି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି ।

ଏହି ହିତାଧିକାରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଠିକ୍ ଅଛି ।

ଏହି ଯୋଗ୍ୟ ବିବେଚିତ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାର ମାନଙ୍କୁ ସେପ୍ଟେମ୍ବର ୨୦୧୯ରେ କାଳିଆ ସହାୟତା ରାଶି ପ୍ରଦାନ କରାଯିବ ।

ଏଥିସହିତ ହିତାଧିକାରୀମାନଙ୍କ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ଏବଂ ଯେଉଁ ହିତାଧିକାରୀମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ମଧ୍ୟ ଏହି ବର୍ଷ ୨୦୧୯ରେ କାଳିଆ ସହାୟତା ରାଶି ପ୍ରଦାନ କରାଯିବ ।

Categories
STATE
Newsroll

RELATED BY

  • ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ:କେନ୍ଦ୍ର ଶ୍ରମ ମନ୍ତ୍ରୀ

    ଆଜି ଭୁବନେଶ୍ୱର ଠାରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ...
  • ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ୫ ଦିନିଆ ପ୍ରଦର୍ଶନୀ

    କଟକ:ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ...
  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...