ଆରକେଏସ ଭଦୌରିଆ ପରବର୍ତୀ ବାୟୁ ସେନା ମୁଖ୍ୟ ହେବେ

ବାୟୁସେନା ଉପମୁଖ୍ୟ

ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର ମାର୍ଶାଲ ବିଏସ ଧନୋଆ, ପିଭିଏସଏମ, ଏଭିଏସଏମ, ୱାଇଏସଏମ, ଭିଏମଙ୍କ ଅବସର ପରେ ପରବର୍ତୀ ବାୟୁ ସେନା ପ୍ରମୁଖ ଭାବେ ନିଯୁକ୍ତି ଦିଆଯିବାକୁ ନିଷ୍ପତି ନିଆଯାଇଛି ।

ଏୟାର ଚିଫ ମାର୍ଶାଲ ବିଏସ ଧନୋଆ ସେପ୍ଟେମ୍ବର ୩୦, ୨୦୧୯ରେ ଅବସର ଗ୍ରହଣ କରିବେ ।

ଏୟାର ମାର୍ଶାଲ ଆରକେଏସ ଭଦୌରିଆ ଜୁନ ୧୯୮୦ରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମରେ କମିଶନ ହାସଲ କରିଥିଲେ ।

ସେ ବିଭିନ୍ନ କମାଣ, ଷ୍ଟାଫ ଏବଂ ଇନଷ୍ଟ୍ରକ୍ସସନାଲ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

ଏୟାର ମାର୍ଶାଲ ଭଦୌରିଆ ପିଭିଏସଏମ, ଏଭିଏସଏମ, ଭିଏମ ଅଟନ୍ତି ଏବଂ ସେ ସର୍ବୋଚ୍ଚ କମାଣ୍ଡରର ଏଡିସି ମାନଙ୍କ ମଧ୍ୟରୁ ଜଣେ ।

Newsroll
EDITOR
OFFICE