ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯୁଗ୍ମ ଉଦ୍ୟମରେ ଡିଜିଟାଲ ଦୁନିଆରେ ଲାଭ ପାଇଁ ପ୍ରୟାସ

ନୂଆଦିଲ୍ଲୀ/ଭୁବନେଶ୍ୱର:୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି ।

ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ ମଜବୁତ୍ କରିବ ବୋଲି ନୂଆଦିଲ୍ଲୀ ଠାରେ ଏଫ୍ଆଇସିସିଆଇ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ବ୍ୟବସାୟିକ ବୈଠକରେ ମଙ୍ଗୋଲିଆର ରାଷ୍ଟ୍ରତି ଏଚ୍.ଇ ଖଲ୍ଟମାଜିନ୍ ବାଟ୍ଟୁଲ୍ଗାଙ୍କ ଉପସ୍ଥିତିରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ମଙ୍ଗୋଲିଆ ମଧରେ ଦ୍ୱିପାକ୍ଷିକ ସହଯୋଗ ଏବଂ ବାଣିଜ୍ୟିକ ସମ୍ପର୍କ ସୁଦ୍ଧା ମୋଟ ଉପରେ ବ୍ୟବସାୟର ମାତ୍ରା କମ୍ ରହିଛି ।

ତେଣୁ ପୁଣି ଥରେ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧି ହେବା ପାଇଁ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ୍ କରିବାର ଆବଶ୍ୟକତା ରହିଛି ।

ଉଭୟ ଦେଶକୁ ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗ କ୍ଷେତ୍ରକୁ ସାମୂହିକ ଧ୍ୟାନରେ ରଖି ଆହୁରି ବୃଦ୍ଧି କାରବାର ଆବଶ୍ୟକତା ରହିଛି ।

ଏହି କ୍ଷେତ୍ରର ଭିତିଭୂମି ଉପରେ ମଙ୍ଗୋଲିଆକୁ ଭାରତ ସମର୍ଥନ ଦେଇଥିବା ମତବ୍ୟକ୍ତ ପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ ।

ସେହିରି ଗୋପାଳନ, ଶିକ୍ଷା ପାଇଁ ଦୁଇ ଦେଶ ମିଳିମିଶି କାମ କରିବାର ଆବଶ୍ୟକ ରହିଛି ।

ଏହା ଦ୍ୱାରା ଦୁଇ ଦେଶର ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି ।

ପୂର୍ବରୁ ହିଁ ଦୁଇ ଦେଶ ସାଇବର ନିରାପତା କ୍ଷେତ୍ରରେ ଏକ୍ ହୋଇ କାମ କରୁଛନ୍ତି ।

ଯୁଗ୍ମ ଉଦ୍ୟମରେ ଡିଜିଟାଲ ଦୁନିଆରେ ଲାଭ ହୋଇପାରିବ ବୋଲି ସେ କହିଥିଲେ ।

ସେହିରି ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସହଯୋଗର ବହୁତ ବଡ ସମ୍ଭାବନା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ-ମଙ୍ଗୋଲିଆ ବନ୍ଧୁତ୍ୱ ଗଣତନ୍ତ୍ରର ସାମାନ୍ୟ ଆଦର୍ଶର ମୂଳଦୁଆରେ ନିର୍ମିତ ହୋଇଛି ।

ଭାରତର ଏବଂ ମଙ୍ଗୋଲିଆ ଗୋଟିଏ ବୌଦ୍ଧିକ ପରମ୍ପରାକୁ ସେୟାର କରୁଛନ୍ତି ବୋଲି ସେ କହିଛନ୍ତି ।

 

Categories
INTERNATIONAL
Newsroll

RELATED BY

  • ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ:ଧର୍ମେନ୍ଦ୍ର ପ୍ରଧାନ

    ୠଷ/ନୂଆଦିଲ୍ଲୀ/ଭୁବନେଶ୍ୱର:  ଋଷର ପୂର୍ବାଞ୍ଚଳରେ ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ ରଖିଛନ୍ତି ।  ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି ଯୁଗ୍ମ ପ୍ରକଳ୍ପ ଦୁଇ ଦେଶ ମଧ୍ୟରେ...
  • ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ମଙ୍ଗୋଲିଆ/ନୂଆଦିଲ୍ଲୀ/ଭୁବନେଶ୍ୱର:ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୬ ତାରିଖରୁ ଭାରତର ଉଚ୍ଚ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଅଛନ୍ତି ।...
  • ପ୍ରଧାନମନ୍ତ୍ରୀଙ୍କୁ ‘ଗ୍ଲୋବାଲ ଗୋଲକିପର ପୁରସ୍କାର’

    ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି । ନ୍ୟୁୟର୍କରେ ୨୪ ସେପ୍ଟେମ୍ବର, ୨୦୧୯ରେ ଜାତିସଂଘର ସାଧାରଣ ଅଧିବେଶନ ସମୟରେ ଏହି...
  • ଭାରତର ଗ୍ୟାସ ଭିତିଭୂମି କାମରେ କତାରର ପୁଞ୍ଜିନିବେଶ ନେଇ ଆଲୋଚନା

    ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି...