ଉପନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ,ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ

ବରଗଡ ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରେ ନିର୍ବାଚନ ଲଢିବା ଯୋଗୁଁ ବିଜେପୁରରେ ଆଜି ଉପନିର୍ବାଚନ ହେଉଛି ।

ଉପନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ।

୬ ମାସ ଧରି ବିଜେପୁର ନିର୍ବାଚନ ମଣ୍ଡଳୀ ଅପ୍ରତିନିଧୀତ୍ୱ ହୋଇ ଚାଲିଛି ।

ସେ ଅଞ୍ଚଳର ଯେଉଁ ବିକାଶର କ୍ଷତି ହେଲା ସେଥିପାଇଁ ବି ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମ ମାଧ୍ୟମରେ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି ।

(୧) ମୁଖ୍ୟମନ୍ତ୍ରୀ ବିଜେପୁର ସାଧାରଣ ନିର୍ବାଚନ ପାଇଁ କାହିଁକି ଆସିଥିଲେ ଏବଂ କାହିଁକି ଛାଡିକି ପଲେଇଲେ ତା’ର ଉତର ଦିଅନ୍ତୁ । ହିଞ୍ଜିଳି ନଛାଡି କାହିଁକି ବିଜେପୁର ଛାଡିଲେ । ହିଞ୍ଜିଳିରେ ହାରିବା ଭୟ ଯୋଗୁଁ ବିଜେପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିଲେ କି?

(୨) ୨୦୧୮ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ କି ବିଜେପୁର ବିକାଶର ଦାୟୀତ୍ୱ ମୁଁ ମୋ ହାତକୁ ନେଉଛି । ଏକ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ବିଜେପୁରରେ କ’ଣ ବିକାଶ କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ ।

(୩) ବିଜେପୁରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେଥିମଧ୍ୟରୁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଏଯାବତ ଆରମ୍ଭ ହେଲା ନାହିଁ କାହିଁକି? ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ଗୁଡିକରୁ କେତୋଟି ପ୍ରକଳ୍ପ ଆରମ୍ଭ ହୋଇଛି ତାହା ସ୍ପଷ୍ଟ କରନ୍ତୁ ।

(୪) ବରଗଡରେ ଚାଷୀମାନଙ୍କୁ ୧୦୦ ଟଙ୍କା ଦେବା ଲାଗି ବୋନସ ଘୋଷଣା ମୁଖ୍ୟମନ୍ତ୍ରୀ କରିଥିଲେ । କିନ୍ତୁ ଦେଲେ ନାହିଁ କାହିଁକି ?

(୫) ୨୦୧୮ ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପୁରରେ ଡାକ୍ତର, ଶିକ୍ଷକ ଆଦି ବିଭିନ୍ନ ପଦବୀ ପୂରଣ କରାଗଲା । କିନ୍ତୁ ର୍ଦୁଭାଗ୍ୟର କଥା କି, ନିର୍ବାଚନ ଭୋଟ ଗଣତି ଦିନ କେହି ବି ରହିଲେ ନାହିଁ । ସାଧାରଣ ନିର୍ବାଚନରେ ବି ସମାନ ଢଙ୍ଗରେ ଅସ୍ଥାୟୀ ଭାବେ କିଛି ସରକାରୀ କର୍ମଚାରୀଙ୍କୁ ଆଣି ବିଭିନ୍ନ ପଦପଦବୀରେ ରଖି ପରେ ସେମାନଙ୍କୁ ଫେରାଇ ନେବା ବିଜେପୁରବାସୀଙ୍କ ସ୍ୱାର୍ଥ ପାଇଁ କେତେ ଶୁଭଙ୍କର ତା’ର ଉତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ।

 ନିର୍ବାଚନ ଲଢେଇ ସଂସ୍କାର ଏବଂ ମର୍ଯ୍ୟାଦା ଭିତରେ ରହିବା କଥା । ଆଦର୍ଶ ଆଚରଣ ବିଧିକୁ ମାନି ପ୍ରତ୍ୟେକ ଦଳ ନିର୍ବାଚନ ଲଢିବାର ଆବଶ୍ୟକତା ରହିଛି । ନିର୍ବାଚନକୁ ଜିତିବା ପାଇଁ ହିଂସା ସୃଷ୍ଟି କରିବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।

ବିଜେପୁର ଉପନିର୍ବାଚନ ଫଳାଫଳ ଅପେକ୍ଷା ଓଡିଶାର ସ୍ୱାର୍ଥ, ଶାନ୍ତି ଏବଂ ଗଣତନ୍ତ୍ରର ରକ୍ଷା ସବୁଠୁ ମହତ୍ୱପୂର୍ଣ୍ଣ ।

ବିଜେପୁର ଉପନିର୍ବଚନକୁ ଜିତିବା ପାଇଁ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।

ବିଜେପୁରର କାର୍ଯ୍ୟକର୍ତାଙ୍କୁ ନେଇ ବିଜେପି ପଞ୍ଚାୟତ ନିର୍ବାଚନରେ ୯୨ ହଜାର ଭୋଟ ପାଇଥିଲା ।

ପଂଚାୟତ ନିର୍ବାଚନରେ ବିଜେଡି ଠାରୁ ୪୫ ହଜାର ଭୋଟରେ ବିଜେପି ଆଗୁଆ ଥିଲା ।

ବୁଥ କାର୍ଯ୍ୟକର୍ତା ବିଜେପିର ସେନାପତି ।

ଏହି ନିର୍ବାଚନ ରଣଭୂମିରେ ସାଧାରଣ କାର୍ଯ୍ୟକର୍ତା ଅର୍ଜ୍ଜୁନ ସାଜି ମୁଖ୍ୟ ଭୂମିକା ତୁଲାଇବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

Categories
POLITICS
Newsroll

RELATED BY

  • ମନ୍ତ୍ରୀଙ୍କୁ ଅଭିଯୋଗ କଲେ ଓଡ଼ିଶାରେ ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି...
  • ସଚିବାଳୟର ୩ୟ ମହଲା ସହ ରାମକୋ ସିମେଣ୍ଟ ଅଧିକାରୀଙ୍କ କ’ଣ ସଂପର୍କ ରହିଛି ?

    ଭୁବନେଶ୍ୱର: ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ବ୍ୟତୀତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ...
  • ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁଷ୍କର୍ମ, ସିବିଆଇ ତଦନ୍ତ ହେଲେ ସତ ବାହାରିବ

    ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ ଗଣଦୁର୍ଷ୍କମ, ହତ୍ୟା ଆଦି...
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

    ଭୁବନେଶ୍ୱର : ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଏହି ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ...