ଗଣ ଦୁଷ୍କର୍ମ  ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି

ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ଶାସକ ଦଳ ଚାପରେ ଜୁନାଗଡ ଗଣଦୁଷ୍କର୍ମ  ଘଟଣାକୁ ଚପେଇଦେବା ଲାଗି ଚାଲିଛି ବଡ ଷଡଯନ୍ତ୍ର ।

ଏହି ଘଟଣାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଭୋଦ ରଥଙ୍କ ସଂପୃକ୍ତି ରହିଛି ।

ଶାସକ ଦଳର ଇଙ୍ଗିତରେ ପ୍ରଥମେ ଜିଲ୍ଲା ଏସପି ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ କରି ଖସେଇ ଦେବାର ଯୋଜନା କରିଥିଲେ ।

ଏବେ ପୀଡିତା କହିବା ପରେ ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବରକୁ ଗିରଫ କରାଯାଇଛି ।

ଏବେ ଶାସକ ଦଳର ନିର୍ଦ୍ଦେଶରେ ପୋଲିସ ଘଟଣାକୁ ଗୁରୁତର ସହ ନନେଇ କେସକୁ ରଫାଦଫା କରିବା ପାଇଁ ଯୋଜନା କରୁଛି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଡ.ସାମନ୍ତସିଂହାର କହିଛନ୍ତି ଯେ, ଏହି ଗଣଦୁଷ୍କର୍ମ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପ୍ରଭୋଦ ରଥ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଫୋନ୍ କରିଛି ।

ଅନ୍ୟପକ୍ଷରେ ପୀଡିତା କିପରି ଲଳିନ୍ଦ୍ର ଶବରକୁ ଚିହ୍ନିଲା ଏବଂ ଘଟଣା ଦିନ କିପରି ମୁଖ୍ୟ ଅଭିଯୁକ୍ତ ଏ ଅଭାବନୀୟ କାଣ୍ଡ ଘଟାଇବା ପାଇଁ ଷଡଯନ୍ତ୍ର ରଚିଥିଲା ତାହାର ବି ତଦନ୍ତ ହେବା ଆବଶ୍ୟକ ।

ଘଟଣା ଘଟିବା ପୂର୍ବରୁ ଏବଂ ପରେ ମୁଖ୍ୟ ଅଭିଯୁକ୍ତ କାହା ସାଙ୍ଗେ କଥା ହୋଇଛି ତା’ର ମୋବାଇଲ କଲ ରେକର୍ଡକୁ ପୋଲିସ ଯାଞ୍ଚ କରିବା ଦରକାର ।

ସେହିପରି ଚଳିତ ମାସ ୨୭ ତାରିଖ ଦିନ ବିଜେଡି ଏ ଘଟଣା ସଂର୍ପକରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ସ୍ଥାନୀୟ ଥାନାକୁ ଯାଇ ପୋଲିସ ଉପରେ ରାଜନୈତିକ ଚାପ ପକାଇଥିଲା ।

ଜିଲ୍ଲା ସଭାପତି ପ୍ରଭୋଦ ରଥ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବ୍ୟକ୍ତିିଗତ ସଚିବ ଦିନେଶ ଭର୍ଗତି ଓ ସଂର୍ପକୀୟ ଭଣଜା ସୁଧୀର ବେହେରା ଘଟଣାକୁ ରଫାଦଫା କରିବା ପାଇଁ ଆଇଆଇସିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ ।

ସେମାନେ ପୋଲିସ ସହ କେଉଁ ସମ୍ବନ୍ଧରେ ଆଲୋଚନା କରୁଥିଲେ ପୋଲିସ ତାହା ସ୍ପଷ୍ଟ କରିବା ଦରକାର ।

ଏଥି ସହ ଥାନାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନକୁ ଅଣାଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି ।

ଏହି ଗଣଦୁଷ୍କର୍ମ ଘଟଣାରେ ଶାସକ ଦଳ ସଂପୃକ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ପୀଡିତାକୁ ତୁରନ୍ତ ନ୍ୟାୟ ଦିଅନ୍ତୁ ।

ଅନ୍ୟପଟେ ପୀଡିତାର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି । 

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY