ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲକୁ ପରାମର୍ଶ

ରାଉରକେଲା: ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର ବନାଇବାର ମଧ୍ୟ ଲକ୍ଷ୍ୟ ରହିଛି ।

ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍ କୁ ପରାମର୍ଶ ଦିଆଯାଇଛି ।

ରାଉରକେଲାର ସ୍ଥାନୀୟ ଖଣିଜ ଦ୍ରବ୍ୟକୁ କଞ୍ଚାମାଲ ଭାବେ ଉପଯୋଗ କରି ରାଉରକେଲାର ଅର୍ଥନୀତିକୁ ଦୁଇଗୁଣା କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ବୁଲି ଦେଖିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ୍ ଶିଳ୍ପ ବିଶ୍ୱରେ ଗୋଟିଏ ଚ୍ୟାଲେଞ୍ଜିଂ ସମୟରେ ଗତି କରୁଛି ।

ଏହା ଭିତରେ ମଧ୍ୟ ଭାରତୀୟ ଇସ୍ପାତ୍ ଶିଳ୍ପକୁ ପ୍ରାସଙ୍ଗୀକ କରି ରଖିବା ତଥା ସେଲକୁ ପ୍ରାସଙ୍ଗୀକ କରି ରଖିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ ।

ସେଥିପାଇଁ ସେଲର ଭାୟାବିଲ୍ଟି ଅଧିକ ହେଉ ତା ପାଇଁ ବିଭିନ୍ନ ପଦକ୍ଷେପ ଭାରତ ସରକାର ଗତ ୫ ବର୍ଷରେ ନେଇଛନ୍ତି ଏବଂ ଆଗାମୀ ଦିନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତରେ ଷ୍ଟିଲ୍ ଉତ୍ପାଦନର କ୍ଷମତା ଆଜି ଦିନରେ ୧୪୦ ଥିଲାବେଳେ ତାହାକୁ ବୃଦ୍ଧି କରି ୩୦୦ କରିବାର ଯୋଜନା କରାଯାଇଛି ।

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟକୁ ସଂପ୍ରସାରଣ କରାଯିବାର ଯୋଜନା ମଧ୍ୟ ଏହାରି ମଧ୍ୟରେ ରହିଛି ।

ଆଜିର ପ୍ଲାଣ୍ଟର ଯେଉଁ କାମ ଅସମ୍ପୂର୍ଣ୍ଣ ଅଛି ସେଗୁଡିକୁ ମଧ୍ୟ ପୂରଣ କରାଯିବ, ନୂଆ କ୍ଷମତା ବିଶିଷ୍ଟ କରାଯିବ ।

୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅନେକ ଖଣିକୁ ନିଲାମ କରାଯିବା ପାଇଁ ଭାରତ ସରକାର ନିଷ୍ପତି ନେଇଥିବା ବେଳେ ଓଡିଶା ଭଳି ରାଜ୍ୟରେ ସେକେଣ୍ଡାରୀ ସେକ୍ଟରକୁ ମିନେରାଲ୍ ରିସୋର୍ସ କିପରି ଉବଲବ୍ଧ ହେବ ତାହା ଚିନ୍ତାର ବିଷୟ ।

ପ୍ରଥମେ ସେଲ୍ ନିଜ ଆବଶ୍ୟକତା ପୂରଣ କରିବା ସହ ନିଜ ଉତ୍ପାଦନର ୨୫ ପ୍ରତିଶତ ଅଧିକ ଉତ୍ପାଦନ କରିବାର ନିତିଗତ ନିଷ୍ପତି ସେଲ୍ ପକ୍ଷରୁ କରାଯାଇଛି ।

ସେଲ୍ ପାଖରେ ପାଖାପାଖି ୭୦ ମିଲିୟନ ମେଟ୍ରିକ୍ ଟନର୍ ଲୋଗ୍ରେଡ୍ ଆଇରନ ଫାଇନ୍ସ ଉପଲବ୍ଧ ଅଛି ।

ଏହି ଲୋଗ୍ରେଡ୍ ଆଇରନ୍ ଫାଇନ୍ସକୁ ଭଲ୍ୟୁ ଆଡିସନ କରି ବଜାରରରେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି ।

ରାଉରକେଲାର ଷ୍ଟିଲ୍ କାରଖାନା ପାଖାପାଖି ୪ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି ।

ସେହିପରି ଆଗାମୀ ଦେଢ ବର୍ଷ ଭିତରେ ରାଉରକେଲାର ସ୍ଥାନୀୟ ଖଣିଜକୁ କଞ୍ଚାମାଲ ଭାବେ ଉପଯୋଗ କଲେ ରାଉରକେଲାର ଅର୍ଥନୀତି ଦୁଇ ଗୁଣା ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡିଶାରେ ରାଉରକେଲା ଏକ ବଡ ମାନୁଫ୍ୟାକ୍ଟରିଂ ହବ୍ ହେବା ନେଇ ଲକ୍ଷ୍ୟ ରହିଥିବା ବେଳେ ଏହି ଦୁଇଟି ନିଷ୍ପତି ରାଉରକେଲା ଅର୍ଥନୀତିକୁ ମଜବୁତ୍ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲାରେ ପାଖାପାଖି ୩୨ ହଜାର ଏକର ଜମି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ରହିଛି ।

ତେବେ ରାଉରକେଲାର ଷ୍ଟିଲ୍ ପ୍ଲାଣ୍ଟର ସଂପ୍ରସାରଣ ପାଇଁ ଜମିର ଆବଶ୍ୟକତା ଅଛି ।

ରାଉରକେଲାର ବସ୍ତି ଲୋକଙ୍କୁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଘର ଉପଲବ୍ଧ କରାଇବାର ଯୋଜନା ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ବସ୍ତି ଲୋକଙ୍କ ପାଇଁ ସେଲ୍ ଓ ରାଜ୍ୟ ସରକାର ମିଳିତ ଭାବରେ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ।

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY