ପ୍ରତି ବ୍ଳକ୍‌ରେ ଋଣ ମେଳା ଆୟୋଜନ କରିବା ପାଇଁ ପରାମର୍ଶ

୧୫୬ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି ।

ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୬ତମ ବ୍ୟାଙ୍କର୍ସ କମିଟି ଏବଂ ସ୍ୱତନ୍ତ୍ର ଏସ୍‌ଏଲ୍‌ବିସି ବୈଠକରେ ରିଜର୍ଭ ବ୍ୟାଙ୍କ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ନାବାର୍ଡ, ଏସ୍‌ବିଆଇ, ୟୁକୋ ବ୍ୟାଙ୍କ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ ।

ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦେବାଶିଷ ପଣ୍ଡା କହିଥିଲେ ଯେ ବର୍ତ୍ତମାନ ବ୍ୟାଙ୍କମାନେ ପର୍ଯ୍ୟଟନ, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଋଣ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେବା ଉଚିତ ।

ଏଥି ସହ ରାଜ୍ୟରେ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ।

ବ୍ୟାଙ୍କର ସମସ୍ତ ଗ୍ରାହକମାନଙ୍କୁ ବୀମା ଯୋଗାଇଦେବା ଏବଂ ଏସ୍‌ଏଲ୍‌ବିସି ରାଜ୍ୟରେ ଋଣ ମେଳାର ସଫଳ ଆୟୋଜନକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ଯୋଗଦେଇ ପ୍ରକାଶ କରିଥିଲେ ଯେ ରାଜ୍ୟ ଅର୍ଥନୀତିର ସୁଦୃଢ଼ୀକରଣ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ପ୍ରତି ବ୍ଳକ୍‌ସ୍ତରରେ ଋଣ ମେଳା ଆୟୋଜନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ୟୁକୋ ବ୍ୟାଙ୍କର ସିଇଓ ଶ୍ରୀ ଏ.କେ. ଗୋୟଲ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ମନ୍ତ୍ରକୁ ଆପଣେଇ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଜନସାଧାରଣଙ୍କୁ ଉନ୍ନତ ବ୍ୟାଙ୍କ ସେବା ଯୋଗାଇବା ନିମନ୍ତେ କାର୍ଯ୍ୟକରିବା ଉଚିତ ।

ବାତ୍ୟା ଫନୀ ପରବର୍ତ୍ତୀ ସମୟରେ ୧୨୩୦୯୦ ଜଣ ହିତାଧିକାରୀଙ୍କୁ ୫୮୫୩ କୋଟି ନଗଦ ଋଣ ପ୍ରଦାନ କରାଯାଇଛି ।

ଓଡ଼ିଶାରେ କମସଂଖ୍ୟକ ବ୍ୟାଙ୍କ ଶାଖା କାର୍ଯ୍ୟକରୁଥିବା ଏବଂ ଗମନାଗମନର ଅସୁବିଧା ହେତୁ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିରେ ବାଧା ଉପୁଜୁଛି ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କେ. ମୀନା କହିଛନ୍ତି ।

ସରକାରୀ ତାଲିକାଭୁକ୍ତ ହୋଇଥିବା ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ଆଦୌ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରରେ ଅତିକମ୍‌ରେ ପାଞ୍ଚଟି ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ।

୨୦୧୮-୧୯ ଆର୍ଥିକ ବର୍ଷରେ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ୭୧,୪୨୦ କୋଟି ରହିଥିବାବେଳେ ୫୯୯୩୬ କୋଟି ଟଙ୍କା ଅର୍ଥାତ୍‌  ଶତକଡ଼ା ୮୪ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ।

କୃଷି କ୍ଷେତ୍ରରେ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲ ୬୮.୬୭ ପ୍ରତିଶତ ହୋଇଥିବାବେଳେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୨୧.୪୫ ପ୍ରତିଶତ ଏବଂ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏହା ୧୬.୩୩ ପ୍ରତିଶତ ହୋଇଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଯଥେଷ୍ଟ କମ୍‌ ।

ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ସତୋଟି ଜିଲ୍ଲାରେ ଋଣ ମେଳା ଆୟୋଜନ କରାଯାଉଛି ।

ଏସ୍‌ଏଲ୍‌ବିସିର ସହଯୋଗରେ କୃଷି ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରିଟେଲ୍‌ କ୍ଷେତ୍ରକୁ ଋଣ ଦେବା ପାଇଁ ଏହି ଋଣମେଳାର ଆୟୋଜନ ହେଉଛି ।

ରାଜ୍ୟ ବ୍ୟାଙ୍କର୍ସ କମିଟିର ୧୫୬ତମ ଏବଂ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ କୃଷି, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ ଆଦି କ୍ଷେତ୍ରକୁ ଗୁରୁତ୍ୱ ଦେବା ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହି ବୈଠକରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ସୌରଭ ଗର୍ଗ, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ମଲ୍‌, ନାର୍ବାର୍ଡର ଚିଫ୍‌ ଜେନେରାଲ ମ୍ୟାନେଜର ଶ୍ରୀ ଚନ୍ଦ୍ରଶେଖର,ଏସ୍‌.ବି.ଆଇ. ଚିଫ୍‌ ଜେନେରାଲ ମ୍ୟାନେଜର ଶ୍ରୀମତୀ ପ୍ରବୀଣା କାଲା, ୟୁକୋ ବ୍ୟାଙ୍କ୍‌ର ଜେନେରାଲ ମ୍ୟାନେଜର ତଥା ଏସ୍‌.ଏଲ୍‌.ବି.ସିର ଆବାହକ ଶ୍ରୀ ଚୋକିଲିଙ୍ଗମ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

 

Categories
BUSINESS
Newsroll

RELATED BY

  • ଆମେରିକା ଠାରୁ ଭାରତ ୩.୫୮ ବିଲିୟନର ଅଶୋଧିତ ତୈଳ ଆମଦାନୀ କରିଛି:ଧର୍ମେନ୍ଦ୍ର

    ନୂଆଦିଲ୍ଲୀ/ ଭୁବନେଶ୍ୱର: ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ଫରୋମ(ୟୁଏସ୍ଆଇଏସପିଏଫ୍ର)ର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ...
  • ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

    ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ୟୁନିଟ୍‌ ୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଆନୁକୂଲ୍ୟରେ ବାର୍ଷିକ ‘ମୃତ୍ତିକା’ ହସ୍ତଶିଳ୍ପ(ଟେରାକୋଟା) ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିକାଶ ଆୟୁକ୍ତ ତଥା...
  • ୧୯ ତାରିଖରୁ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

    ଭୁବନେଶ୍ୱର : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ଏକ ବର୍ଷ ବ୍ୟାପି ଅନୁଷ୍ଠିତ ହେଉଥିବା ୧୫୦ ତମ ଜୟନ୍ତୀ ପାଳନ ଅବସରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ...
  • ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି...