ଅମିତ ଶାହ ନୂଆଦିଲ୍ଲୀ-କାଟ୍ରା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ

ଜାମ୍ମୁ କାଶ୍ମୀରରେ ଧାର୍ମିକ ପର୍ଯ୍ୟଟନ ବିକାଶରେ ସହାୟକ ବନ୍ଦେ ଭାରତ ଏକ୍ସପ୍ରେସ

ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀ-କାଟ୍ରା ‘ବନ୍ଦେ ଭାରତ’ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

ନବରାତ୍ରିରେ ଦେଶବାସୀଙ୍କୁ ଏହି ବଡ ଉପହାର ପ୍ରଦାନ କରୁଥିବାରୁ ଶ୍ରୀ ଶାହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ ।

ସେ କହିଲେ ଯେ ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ଧାର୍ମିକ ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଜୀବନକାଳ ମଧ୍ୟରେ ଅତିକମରେ ଥରେ ବୈଷ୍ଣୋଦେବୀ ମନ୍ଦିର ଯାତ୍ରା କରିବା ପାଇଁ ଭାରତର ପ୍ରତ୍ୟେକ ନାଗରିକଙ୍କର ଅଭିଳାଷା ରହିଛି ।

ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଦେଶର ଧାର୍ମିକ ସ୍ଥଳଗୁଡ଼ିକୁ ନିରାପଦ, ସ୍ୱଚ୍ଛନ୍ଦପୂର୍ଣ୍ଣ ଓ ଉଚ୍ଚ ଗତି ସମ୍ପନ୍ନ ରେଳ ନେଟୱର୍କ ସହିତ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପରିକଳ୍ପନା ରହିଛି ।

ଏହି ଧାର୍ମିକ ସ୍ଥଳଗୁଡ଼ିକୁ ଯାତ୍ରା କରିବା ତଥା ତୀର୍ଥଯାତ୍ରାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

‘ବନ୍ଦେ ଭାରତ’ଏକ୍ସପ୍ରେସ ଏ ଦିଗରେ ଏକ ବଡ ପଦକ୍ଷେପ ।

ନୂଆଦିଲ୍ଲୀ-ବାରାଣସୀ ସେମି-ହାଇସ୍ପିଡ ଟ୍ରେନ ପରେ ଏହା ହେଉଛି ଦ୍ୱିତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ ।

ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ମାସରେ ଶୁଭାରମ୍ଭ କରିଥିଲେ ।

ଏହି ଟ୍ରେନର କୋଚ ଗୁଡ଼ିକୁ ଚେନ୍ନାଇ ରେଳ କୋଚ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ।

୫ ଟ୍ରିଲିଅନ ଡଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଳବାଇର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମନେକରୁଥିବାର ଶ୍ରୀ ଶାହ କହିଥିଲେ ।

‘ବନ୍ଦେ ଭାରତ’ ହେଉଛି ମେକ ଇନ ଇଣ୍ଡିଆର ଏକ ବଡ ସଫଳତା ଏବଂ ଅର୍ଥନୀତିକୁ ବଳ ଦେବା ଦିଗରେ ଏହାର ଏକ ବଡ ଭୂମିକା ରହିଛି ।

ଶ୍ରୀ ମୋଦୀଙ୍କ ନେତୃତ୍ୱରେ ରେଳବାଇ କ୍ଷେତ୍ରର ଆଧୁନିକୀକରଣ ଯେପରି ଭାବେ ଦ୍ରୂତଗତିରେ ହେଉଛି ଏଥିରୁ ତାହା ସ୍ପଷ୍ଟ ।

“ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନରେ ରେଳବାଇ ଯେପରି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ୫ ଟ୍ରିଲିଅନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ନେଇ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ସାକାର କରିବାକୁ ମଧ୍ୟ ରେଳବାଇ ଏହାର ଦ୍ରୂତ ବିକାଶକୁ ବଳବତର ରଖିବାକୁ ପଡିବ ।

ଧାରା ୩୭୦ର ଉଚ୍ଛେଦ ସମ୍ପର୍କରେ ମତପ୍ରକାଶ କରି ଶ୍ରୀ ଶାହ କହିଲେ ଯେ ଏହା ଜାମ୍ମୁ-କାଶ୍ମୀରର ବିକାଶ ଓ ଭାରତ ସହିତ ଏହାର ସଂହତିରେ ଏକ ବାଧକ ଥିଲା ।

ଏହି ଧାରାର ଉଚ୍ଛେଦ ପରେ ଭାରତରୁ ସନ୍ତ୍ରାସବାଦକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇ ପାରିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ ।

“ମୁଁ ବିଶ୍ୱାସ କରୁଛି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ବିକାଶ କ୍ଷେତ୍ରରେ କାଶ୍ମୀର ଏକ ପ୍ରମୁଖ ସ୍ଥାନରେ ପହଂଚିବ ।

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପରେ ଏହି ଧାରା ଆରମ୍ଭ ହୋଇଛି ।

ରାଜ୍ୟର ବିକାଶ ପାଇଁ ଓ ଏଠାରେ ଧାର୍ମିକ ପର୍ଯ୍ୟଟନର ବିକାଶ ପାଇଁ ଏହା ହେଉଛି ଜାମ୍ମୁ କାଶ୍ମୀରର ଜନସାଧାରଣଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଉପହାର,” ବୋଲି ଶ୍ରୀ ଶାହ କହିଛନ୍ତି ।

ମେକ ଇନ ଇଣ୍ଡିଆ ମାଧ୍ୟମରେ ରେଳବାଇ ଯେପରି ଭାବେ ରୂପାନ୍ତରିତ ହେଉଛି ଏବଂ ଅର୍ଥନୀତିର ବିକାଶରେ ଯେଉଁଭଳି ଯୋଗଦାନ କରୁଛି ତାହାକୁ ନେଇ ଶ୍ରୀ ଶାହ ସନ୍ତୋଷ ପ୍ରକାଶ କରିଥିଲେ ।

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY