ମା’ ଦୁର୍ଗାଙ୍କ ସୁନାମୁକୁଟ ନିର୍ମାଣ କଲା ଖିମଜି

ରାଜଧାନୀରେ ପ୍ରଥମ

ଭୁବନେଶ୍ୱର : ମା ଦୁର୍ଗାଙ୍କ ଅପାର କରୁଣାରୁ ଓଡ଼ିଶାର ସବୁଠୁ ବଡ଼ ଅଳଙ୍କାର ନିର୍ମାତା ଖିମଜି ଜୁଏଲାର୍ସ ଓଡ଼ିଶାର ସର୍ବପ୍ରଥମ ନିଦା ଖାଣ୍ଟି ଗିନୀ ସୁନାରେ ନିର୍ମିତ ସହିଦ ନଗର ପୂଜା କମିଟିର ଦେବୀ ଦୁର୍ଗାଙ୍କ ମୁକୁଟ ତିଆରି କରିବାର ସୌଭାଗ୍ୟ ଲାଭ କରିଛି ।

ପ୍ରାୟ ୨.୫ କେଜି ୯୧୬ ବିଆଇଏସ ହଲମାର୍କ ସୁନା ରେ ନିର୍ମିତ ଏହି ମୁକୁଟ ରେ କଟକର ଐତିହାସିକ ତାରକସି ସୁକ୍ଷ୍ମ କାମ ର ଛାପ ରହିଛି ।

୬ ଜଣ ଦକ୍ଷ କାରିଗର ଙ୍କ ଦ୍ୱାରା ପ୍ରାୟ ୭ ମାସ ନିର୍ବିଛିନ୍ନ କଠିନ  ଫଳସ୍ୱରୂପ ଏହି ମୁକୁଟଟିକୁ ଆଜି ଖିମଜି ଜୁଏଲର୍ସ ମୁଖ୍ୟ ସୁମିତ ଖିମଜୀଙ୍କ ଦ୍ୱାରା ସହିଦନଗର ପୂଜା କମିଟି ର ସମ୍ପାଦକ ଶ୍ରୀ ନାରାୟଣ ସାହୁଙ୍କ ହାତରେ ହସ୍ତାନ୍ତର କରା ଯାଇ ପାରିଛି ।

ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ସହ ଭାବବିନିମୟ କରିବାକୁ ଯାଇ ସୁମିତ ଜୀ ଭାବବିହ୍ଵଳ ହୋଇ ପଡ଼ିଥିବା ପରିଲକ୍ଷିତ କରା ଯାଇଥିଲା ।

ସହିଦ ନଗର ପୂଜା କମିଟି ତାଙ୍କ ଉପରେ ବିଶ୍ୱାସ ରଖି ଦେବୀ ମାଆଙ୍କ ମୁକୁଟ ତିଆରି କରିବାର ସୁଯୋଗ ଦେଇଥିବାରୁ ସେ କମିଟି ର ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

୨୦୧୬ ମସିହାରୁ ଖିମଜୀ ଜୁଏଲର୍ସ ସହିଦନଗରର ଦେବୀ ଦୁର୍ଗାଙ୍କ ପ୍ରତିମାର ରୁପା ମୁକୁଟ କରି ଆସୁଥିଲା କିନ୍ତୁ ଓଡ଼ିଶାରେ ପ୍ରଥମଥର ପାଇଁ ଏଥର ସୁନା ମୁକୁଟ ନିର୍ମାଣ କରି ଖିମଜି ନିଜକୁ ଧନ୍ୟ ମଣୁଅଛି ।

ସ୍ଵର୍ଣ ନିଶ୍ଚିତ ଭାବେ କିଛି ନୂତନ ଆଶା ଓ ଶୁଭାଗମନର ଆଭାସ ଦିଏ ସେହିପରି ଏହି ନୂତନ ସ୍ଵର୍ଣ ମୁକୁଟ ସମଗ୍ର ସହର ଓ ସହରବାସୀଙ୍କ ଗର୍ବ ର ବିଷୟ ପାଲଟିବ ।

ବର୍ଷ ୧୯୩୬ ରେ ସ୍ବର୍ଗତ ଦୟା ଭାଇ ଖିମଜୀଙ୍କ ଦ୍ୱାରା ବାରିପଦା ରେ ଆରମ୍ଭ ହୋଇଥିବା ଖିମଜି ଜୁଏଲର୍ସ ଆଜି ନିଜ ଶାଖା କଟକ ଭୁବନେଶ୍ୱର ରାଉରକେଲା ବ୍ରହ୍ମପୁ ରେ ଖୋଲି ଓଡ଼ିଶାର ଏକ ଅଗ୍ରଣୀ ଜୁଏଲରୀ ନିର୍ମାତା ହିସାବରେ ଖ୍ୟାତି ଅର୍ଜନ କରିଛି ।

ଏହାଛଡା ଏହି ଖିମଜି ଜୁଏଲର୍ସ ଏଭଳି ଏକମାତ୍ର ଜୁଏଲର୍ସ ଯିଏ କି ପୁରୀ ର ଶ୍ରୀ ଜଗନ୍ନାଥ ,ଭୁବନେଶ୍ୱର ଲିଙ୍ଗରାଜ ଓ ଓଡ଼ିଶାର ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କରେ ଠାକୁରଙ୍କ ଗହଣା ତିଆରି କରିଥାଏ ।

ସମଗ୍ର ଓଡ଼ିଶା ମଧ୍ୟରେ ଖିମଜି ଜୁଏଲର୍ସ ଠାରେ ଭଲ ସୁନା ,ରୂପା ହୀରା ଓ ପ୍ଲାଟିନମ୍ ଗହଣାର ସମାହାର ଦେଖିବାକୁ ମିଳେ ।

ଏହାଛଡା ପ୍ରତେକ ପୂଜା ପର୍ବ କୁ ଆଖିଆଗରେ ରଖି ଏଠାରେ ବହୁତ ପ୍ରକାର ର ସୁଗନ୍ଧିତ ସେଣ୍ଟ ଓ ଘଣ୍ଟା ସମାହାର ଦେଖିବାକୁ ମିଳେ ।

 

Categories
BUSINESS
Newsroll

RELATED BY

  • ଆମେରିକା ଠାରୁ ଭାରତ ୩.୫୮ ବିଲିୟନର ଅଶୋଧିତ ତୈଳ ଆମଦାନୀ କରିଛି:ଧର୍ମେନ୍ଦ୍ର

    ନୂଆଦିଲ୍ଲୀ/ ଭୁବନେଶ୍ୱର: ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ଫରୋମ(ୟୁଏସ୍ଆଇଏସପିଏଫ୍ର)ର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ...
  • ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

    ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ୟୁନିଟ୍‌ ୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଆନୁକୂଲ୍ୟରେ ବାର୍ଷିକ ‘ମୃତ୍ତିକା’ ହସ୍ତଶିଳ୍ପ(ଟେରାକୋଟା) ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିକାଶ ଆୟୁକ୍ତ ତଥା...
  • ୧୯ ତାରିଖରୁ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

    ଭୁବନେଶ୍ୱର : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ଏକ ବର୍ଷ ବ୍ୟାପି ଅନୁଷ୍ଠିତ ହେଉଥିବା ୧୫୦ ତମ ଜୟନ୍ତୀ ପାଳନ ଅବସରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ...
  • ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି...