ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେଲେ ସୁମିତ୍ରା

ବଡ଼ିବିଲଡ଼ିଂ

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଭଲ ଖବର ।

ବଡ଼ିବିଲଡ଼ିଂରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେବାର ଗୌରବ ଅର୍ଜନ କରିଛନ୍ତି ସୁମିତ୍ରା ତ୍ରିପାଠୀ ।

ସୁମିତ୍ରାଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଖାଲି ବଡ଼ିିବିଲଡ଼ିଂ ନୁହେଁ ଫିଜିକ ସ୍ପୋର୍ଟସରେ ମଧ୍ୟ ସେ ଅନ୍ତର୍ଜାତୀୟ ବିଚାରକ ହେବାର ସୌଭାଗ୍ୟ ପାଇଛନ୍ତି ।

ସେ ଏବେ ଓଡ଼ିଶା ବଡ଼ି ବିଲଡ଼ିଂ ଆସୋସିଏସନର ସଭାପତି ଅଛନ୍ତି ।

ସେହିପରି ପୂର୍ବରୁ ସେ ବଡ଼ିବିଲଡ଼ିଂରେ ଜାତୀୟ ବିଚାରକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି ।

ସାଧାରଣତଃ ପୁରୁଷମାନେ ହିଁ ବଡ଼ିବିଲଡ଼ିଂ କରିଥା’ନ୍ତି । କିନ୍ତୁ ଖୁବ କମ ମହିଳା ଏକ୍ଷେତ୍ରରେ ପାଦ ଦେଇ ଅନ୍ୟକୁ ଚମକାଇ ଦେବାରେ ସଫଳ ହୋଇଛନ୍ତି ।

ସୁମିତ୍ରା ବଡ଼ିବିଲଡ଼ିଂରେ ଅନ୍ତର୍ଜାତୀୟ ବିଚାରକ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଫଳରେ ଆଗକୁ ମହିଳାମାନେ ବଡ଼ିବିଲଡ଼ିଂ ପ୍ରତି ଆକର୍ଷିତ ହେବେବୋଲି ଆଶା କରାଯାଉଛି । ଏବେ ସେ ଇଣ୍ଡୋନେସିଆରେ ଥିବାବେଳେ ଆସନ୍ତା ୭ରେ ସେ ଭୁବନେଶ୍ୱର ଫେରିବେ ବୋଲି ଜାଣିବାକୁ ମିଳିଛି ।

Categories
SPORTS
Newsroll

RELATED BY

  • ସମର୍ଥକଙ୍କୁ ଖୁସି କରିବା ଚାହାଁନ୍ତି

    ଜାମସେଦପୁର : ହିରୋ ଇଣ୍ଡିଆନ ସୁପର ଲିଗରେ ତୃତୀୟ ସିଜନ ଖେଳିବାକୁ ଯାଉଥିବା ଜାମସେଦପୁର ଏଫସି ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ ଲକ୍ଷ୍ୟ ରଖିବ ।   ଗତ ସିଜନରେ ସେମାନେ ଅଳ୍ପକେ ଏହି ସୁଯୋଗ ହାତଛଡ଼ା କରିଥିଲେ ।  ଆସନ୍ତା...
  • ଉଦଘାଟନୀ ମ୍ୟାଚ ଜିତିବାକୁ ଆଗ୍ରହୀ କେରଳ ବ୍ଳାଷ୍ଟର୍ସ

    କୋଚି ସ୍ଥିତ ଜବାହାରଲାଲ ନେହରୁ ଆନ୍ତର୍ଜାତିକ ଷ୍ଟାଡିଅମ ଠାରେ ଆସନ୍ତା କାଲି ଏକ ବୃହତ ମ୍ୟାଚ ସହିତ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ ସୁପର ଲିଗର ଷଷ୍ଠ ସିଜନ  । ଏହି ମ୍ୟାଚରେ ଦୁଇ ଥରର ଚାମ୍ପିଅନ ଏଟିକେ...
  • ମୋ ଖେଳରେ ଉନ୍ନତି ପାଇଁ ଅନଲାଇନ ଭିଡିଓ ଦେଖିଲି

    ପରିବର୍ତନ କେବେହେଲେ ସହଜ ନୁହେଁ, ଆଉ ୨୭ ବର୍ଷ ବୟସରେ ନିଶ୍ଚିତ ନୁହେଁ  ।  ଗତବର୍ଷ ହିରୋ ଇଣ୍ଡିଆନ ସୁପର ଲିଗରେ ଏଫସି ଗୋଆ ପ୍ରଶିକ୍ଷକ ତାଙ୍କୁ ଯେତେବେଳେ ଲେଫ୍ଟ-ବ୍ୟାକ ସ୍ଥାନରେ ଖେଳିବା ପାଇଁ କହିଲେ ମନ୍ଦର ରାଓ ଦେଶାଇଙ୍କ ପାଖରେ...
  • ODISHA FC unveil new kit for 6th edition

     ...