ନୂଆ ଓଡିଶା ନିର୍ମାଣରେ ଗଣମାଧ୍ୟମର ବଡ ଭୂମିକା ରହିବ:ଧର୍ମେନ୍ଦ୍ର ପ୍ରଧାନ

ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ

ଭୁବନେଶ୍ୱର: ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ ବୋଲି କନକ୍ ନ୍ୟୁଜ୍ ୧୦ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସାଢେ ୪ ବର୍ଷ ବିକାଶ ଓ ଶେଷ ୬ ମାସ ଖୋଲା ରାଜନୈତିକ ଓ ବୈଚାରିକ ଲଢେଇ ପାଇଁ ମତ ରଖିବା ସହ ଗଣମାଧ୍ୟମ ବିକାଶକୁ ମୂଳ ଏଜେଣ୍ଡା କରୁ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ।

ଗଣମାଧ୍ୟମ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ସମାଜରେ ବିତର୍କ ସୃଷ୍ଟି କରୁ ।

ଏହା ଦ୍ୱାରା ଲୋକଙ୍କୁ ସେମାନଙ୍କର ମତ ତିଆରି କରିବାରେ ସହଜ ହେବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜରେ ସମସ୍ତଙ୍କୁ ବିଶୁଦ୍ଧ ପାଣି ମିଳୁ, ସମସ୍ତେ ଆର୍ଥିକ ସମ୍ପନ୍ନତା ହୁଅନ୍ତୁ, ସମସ୍ତଙ୍କୁ ଶିକ୍ଷା, ପୃଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ଓ ରୋଜଗାର ମିଳୁ ଏ ଦିଗରେ କାହାର ଭିନ୍ନ ମତ ନଥାଏ ।

ମାତ୍ର ଏସବୁ କେଉଁ ବ୍ୟବସ୍ଥାରେ ଦିଆଯିବ, କିଭଳି ଦିଆଯିବ ସେ ବିଷୟରେ ସମସ୍ତଙ୍କ ଚିନ୍ତାଧାରା ଭିନ୍ନ ଆସିବା ସ୍ୱଭାବିକ । ତେଣୁ ଏହି ସବୁ ପ୍ରସଙ୍ଗକୁ ନିରପେକ୍ଷ ଭାବରେ ଉଚିତ୍ ବିତର୍କ କରି ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ଗଣମାଧ୍ୟମର ଦାୟିତ୍ୱ ।

ସେହିପରି ଓଡିଶାର ୨୫ଟି ଜିଲ୍ଲାରେ ନବଜାତ ଶିଶକୁୁ ୧୫ ବର୍ଷ ହେବା ପର୍ଯ୍ୟନ୍ତ ଯେତେ ପରିମାଣର ପୃଷ୍ଟିକର ଖାଦ୍ୟ ଖାଇବା କଥା ତାହାର ଅଭାବ କାରଣରୁ ରାଜ୍ୟରେ କୁପୋଷଣ ଦେଖାଯାଇଛି ।

ଆଉ ୧୭ ବର୍ଷ ପରେ ଓଡିଶା ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ ହେବ ।

ତେବେ ପୃଷ୍ଟିକର ଖାଦ୍ୟ ଉପଲବ୍ଧ କରିବା କେବଳ ସରକାରଙ୍କର ଦୟିତ୍ୱ ନା ସମାଜର ଭୂମିକା ରହିଛି ସେ ଦିଗରେ ଚିନ୍ତା କରିବା ଦରକାର ।

ଏହାକୁ ପ୍ରସଙ୍ଗ କରି ଗଣମାଧ୍ୟମ ବିତର୍କ କରିବାର ଆବଶ୍ୟକତା ରହିଛି ।

ଯେଉଁ ସମାଜ ନିଜର ଦାୟିତ୍ୱ ସମ୍ପର୍କରେ ଅଧିକରୁ ଅଧିକ ଜାଗୃତ ଅଛି ସେହି ସମାଜକୁ କେହି ଅଟକାଇପାରିବେ ନାହିଁ ।

ଜର୍ମାନ୍ ଓ ଇସ୍ରାଏଲ ଭଳି ରାଷ୍ଟ୍ର ପୃଥିବୀ ପାଇଁ ମଡେଲ୍ ସୃଷ୍ଟି କରିଛନ୍ତି ।

ଦୁଇଟି ବିଶ୍ୱଯୁଦ୍ଧର କେନ୍ଦ୍ର ବିନ୍ଦୁ ଜର୍ମାନ ବିକଟଳ ସ୍ଥିତିରୁ ବାହାରି ନୂଆ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହୋଇଛି ।

ସାମାଜିକ ଦୃଷ୍ଟିରୁ ଦେଖିବାକୁ ଗଲେ ଇସ୍ରାଏଲରେ ପାଣିର ଅଭାବ ଥିବା ପରେ ମଧ୍ୟ ସେମାନେ ଉନ୍ନତମାନର ଚାଷ କରି ଦୁନିଆ ପାଇଁ ଗୋଟେ ମଡେଲ୍ ତିଆରି କରିପାରିଛି । ଓଡିଶାରେ ନଅଙ୍କ ଦୁର୍ଭିକ୍ଷ ହେବା ପରେ ମଧ୍ୟ ରାଜ୍ୟରେ ଅଧିକ ଯେତେ ପ୍ରଗତି କରିବା କଥା କାହିଁକି ହୋଇନାହିଁ ।

ଏ ପ୍ରସଙ୍ଗରେ ମଧ୍ୟ ବିତର୍କ କରାଯିବା ଦରକାର ।

ଆଗାମୀ ଦିନରେ ବିଶ୍ୱ କେଉଁ ମୂଲ୍ୟବୋଧକୁ ନେଇ ଆଗକୁ ଯିବାପାଇଁ ଯାଉଛି ।

ଆଗାମୀ ଦିନରେ ଭାରତ କଣ ହେବ, ଭାରତରେ ଓଡିଶା କେଉଁଠି ରହିବ, ଲୋକମାନେ ରହିବେ ତାହାକୁ ଭାବିବାର ଆବଶ୍ୟକତା ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପୃଥିବୀର ଗୋଟେ କେନ୍ଦ୍ର ବିନ୍ଦୁ ହୋଇପାରିବ ।

ଏହାକୁ କ୍ରିୟାନ୍ୱୟନ କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଂପ୍ରତିକ ସମୟରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତି ଓଡିଶାର ସାମାନ୍ୟ ଲୋକଙ୍କ ଆସ୍ଥା ଓ ଭାରସା ରହିଛି ।

ସାଢେ ୪ କୋଟି ଓଡିଆ ଭାଷାଭାଷୀ ଲୋକଙ୍କର ଗଣମାଧ୍ୟମ ସମୂହ ପ୍ରତି ଆସ୍ଥାଭାଜନ ହୋଇପାରିଛି, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧିର ବିଷୟ ।

ଓଡିଆ ଗଣମାଧ୍ୟମ ଓଡିଆ ଜାତିର ବୁଦ୍ଧିମତା ଓ ଆଗକୁ ଦେଖିବାର ଦୃଷ୍ଟିଭଙ୍ଗୀ ପରିପ୍ରକାଶର ଏକ ଅଙ୍ଗ ହେବ ଏହା ରାଜ୍ୟର ଗଣମାଧ୍ୟମ ଠାରୁ ଆଶା ଓ ଅପେକ୍ଷା କରିବା ସ୍ୱଭାବିକ ।

ନୂଆ ଓଡିଶା ନିର୍ମାଣରେ ଗଣମାଧ୍ୟମର ବଡ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY