ଆମ୍ବୁଲାନ୍ସରୁ ତେଲ ସରିବା କାରଣରୁ ଅଧା ରାସ୍ତାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ,ଏହା କଣ ‘ମୋ ସରକାର’ର ନମୂନା ?

ମୃତକ ତୁଳସୀ ମୁଣ୍ଡା ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରନ୍ତୁ ରାଜ୍ୟସରକାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।

ସ୍ୱାସ୍ଥ୍ୟ ବିଭାଗର ଖାମ ଖିଆଲି ନୀତି ଯୋଗୁଁ ରୋଗୀ ସେବା ଅନେକ ସ୍ଥାନରେ ବାଧାପ୍ରାପ୍ତ ହେଉଛି ।

ମେଡିକାଲରେ ଡାକ୍ତର , ଆବଶ୍ୟକୀୟ ଉପକରଣର , ଉନ୍ନତ ମାନର ଔଷଧର ଅଭାବ, ନିମ୍ନ ମାନର ଚିକିତ୍ସା ଏବଂ ଆମ୍ବୁଲାନ୍ସ ସେବାରେ ବିଭ୍ରାଟ ଯୋଗୁଁ ରାଜ୍ୟରେ ଅନେକ ରୋଗୀଙ୍କ ଜୀବନ ଯାଉଛି ।

ବାଙ୍ଗିରୀପୋଷି ବ୍ଲକର ହାଣଦା ଗ୍ରାମର ଚିତରଞ୍ଜନ ମୁଣ୍ଡାଙ୍କ ପତ୍ନୀ ତୁଳସୀ ମୁଣ୍ଡା ଦ୍ୱିତୀୟ ସନ୍ତାନ ପ୍ରସବ ନିମନ୍ତେ ଗର୍ଭ ଯନ୍ତ୍ରଣା କାରଣରୁ ଶୁକ୍ରବାର ରାତିରେ ବାଙ୍ଗିରୀପୋଷି ଡାକ୍ତରଖାନାରେ ଭର୍ତି ହୋଇଥିଲେ ।

ଆଦିବାସୀ ମହିଳା ତୁଳସୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେବା ପାଇଁ ଡାକ୍ତର ରେଫର କରିଥିଲେ ।

୧୦୮ ଓ ୧୦୨ ଆମ୍ବୁଲାନ୍ସ ନଥିବା ଯୋଗୁଁ ମେଡିକାଲ ଆମ୍ବୁଲାନ୍ସରେ ତୁଳସୀଙ୍କୁ ନେଇ ଗଲାବେଳେ ବାଟରେ ତେଲ ସରିବା କାରଣରୁ ଆଧା ରାସ୍ତାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି ।

ଏଭଳି ଏକ ଅଭାବନୀୟ ଘଟଣା ପରେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୃତକ ତୁଳସୀ ମୁଣ୍ଡାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ।

ଏହା ପରେ ଶ୍ରୀ ଟୁଡୁ ବାଙ୍ଗିରୀପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଡାକ୍ତରଙ୍କ ସହ ପୂରା ଘଟଣା ସଂର୍ପକରେ ଆଲୋଚନା କରିଥିଲେ ।

ଶ୍ରୀ ଟୁଡୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କଥା କହି ଲୋକ ହିଁ ପ୍ରକୃତ ମାଲିକ ବୋଲି କହୁଛନ୍ତି । କିନ୍ତୁ ଏଠି ବାଙ୍ଗିରୀପୋଷି ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ନାହଁନ୍ତି ।

ସେହିପରି ୬ଟି ଡାକ୍ତର ପଦବୀରୁ ମାତ୍ର ୨ଜଣ ଡାକ୍ତର ଏଠି ନିଯୁକ୍ତ ଅଛନ୍ତି ।

ମେଡିକାଲରେ ନିୟମିତ ଆମ୍ବୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଆଜି ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି ।

ଏହା କଣ ‘ମୋ ସରକାର’ର ନମୂନା ? ଖୋଦ୍ ବାଙ୍ଗିରୀପୋଷି ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ସ୍ଥିତି ଦେଖା ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ରାଜ୍ୟସରକାର ତୁରନ୍ତ ମୃତକ ତୁଳସୀ ମୁଣ୍ଡା ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛନ୍ତି ।

ସ୍ୱାସ୍ଥ୍ୟସେବାକୁ ରାଜ୍ୟସରକାର ଗୁରୁତର ସହ ନେଉ ନାହାଁନ୍ତି ।

କେବଳ ବିଜ୍ଞାପନରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା, ଜନନୀ ସୁରକ୍ଷା, ମମତା, ନିରାମୟ, ନିଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ସ୍ଥାନ ପାଇଛି ।

ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଭୋଟ ହାତେଇବା ପାଇଁ ସ୍ୱାସ୍ଥ୍ୟ ସେବା ନାଁରେ ଏମିତି ଅନେକ ଯୋଜନା କରିଛନ୍ତି ରାଜ୍ୟସରକାର । କିନ୍ତୁ ଯାହାଙ୍କ ପାଇଁ ଏ ଯୋଜନା ହୋଇଛି ସେମାନଙ୍କ ପାଖରେ ଏ ଯୋଜନା ପହଞ୍ଚିବା ସାତସପନ ପାଲଟୁଛି ।

ଆମ୍ବୁଲାନ୍ସ ନପହଂଚିବା କାରଣରୁ ରାଜ୍ୟରେ ପ୍ରତ୍ୟେକ ଦିନ ଗର୍ଭବତୀ ମହିଳା ଖଟରେ, କାନ୍ଧରେ, ବେତ ଟୋକେଇରେ ବୁହା ହୋଇ ମେଡିକାଲରେ ପହଞ୍ଚୁଛନ୍ତି ।

ଅନେକ ସମୟରେ ଗର୍ଭବତୀ ମହିଳା ରାସ୍ତାକଡରେ ପ୍ରସବ କରି ମୃତ ଶିଶୁକୁ ଜନ୍ମ କରନ୍ତି ଅବା ମା’ ଶିଶୁ ଅଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁବରଣ କରନ୍ତି ।

ଏହା କ’ଣ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବିକାଶ ବୋଲି ଶ୍ରୀ ଟୁଡୁ ପ୍ରଶ୍ନ କରିଛନ୍ତି ।

ଏହି ପ୍ରତିନିଧୀ ଦଳରେ ବାଙ୍ଗିିରୀପୋଷ ବିଜେପି ବିଧାୟକ ପ୍ରାର୍ଥୀ ସୁକୁଡା ମୁର୍ମୁ, ମୟୁରଭଂଜ ଜିଲ୍ଲା ସଭାପତି ଓ ମୋରଡା ବିଜେପି ବିଧାୟକ ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଦୋଳ ଗୋବିନ୍ଦ ବେହେରା ପ୍ରମୁଖ ସାମିଲ ଥିଲେ ।

Categories
STATE
Newsroll

RELATED BY

  • ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ:କେନ୍ଦ୍ର ଶ୍ରମ ମନ୍ତ୍ରୀ

    ଆଜି ଭୁବନେଶ୍ୱର ଠାରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ...
  • ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ୫ ଦିନିଆ ପ୍ରଦର୍ଶନୀ

    କଟକ:ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ...
  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...