ଆଗାମୀ ୧୦୦ ବର୍ଷରେ ଓଡ଼ିଶା ପୃଥିବୀର ଏକ ଶକ୍ତିଶାଳୀ ଅଞ୍ଚଳ ହେବ- ଧର୍ମେନ୍ଦ୍ର ପ୍ରଧାନ

ଓଡିଶାକୁ ବିଶ୍ୱର ଆଗୁଆ ଅଞ୍ଚଳ କରିବାର ନେତୃତ୍ୱ ନେଉ ସମାଜ

କଟକ:ଓଡିଶାକୁ ବିଶ୍ୱର ଆଗୁଆ ଅଞ୍ଚଳ କରିବା ସଂଘର୍ଷର ନେତୃତ୍ୱ ‘ସମାଜ’ ନେଉ ବୋଲି ଦୈନିକ ଓଡିଆ ସମ୍ବାଦପତ୍ର ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡିଆ ଜନଜୀବନର ଦର୍ପଣ ‘ସମାଜ’କୁ ୧୦୦ ବର୍ଷ ପୂର୍ବେ ଏକ ମହତ ଉଦ୍ଦେଶ୍ୟ ରଖି ଆରମ୍ଭ କରିଥିଲେ ।

ପଣ୍ଡିତ ଗୋପବନ୍ଧୁ ଦାସ ବୋଧହୁଏ ସ୍ୱାଧୀନତା ପୂର୍ବରୁ ସାମାଜିକ ଓ ରାଜନୈତିକ ଚେତନାକୁ ଏକ ରାଷ୍ଟ୍ରୀୟ ସ୍ତରକୁ ପହଁଚାଇବାରେ ସକ୍ଷମ ହୋଇଥିଲେ ।

ଓଡିଶାର ମୂଳ ଆତ୍ମାକୁ ଚିହ୍ନି ଏକ ବୌଦ୍ଧିକ ଜାଗରଣ ତିଆରି କରିବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ଏବଂ ପରେ ସମାଜ ଖବର କାଗଜ ପ୍ରତିଷ୍ଠା କରିଥିଲେ ।

କେନ୍ଦମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ ଟିକେଟ୍, ଟିଭି, ଅଧିକ ସମ୍ପନ୍ନ ଓ ସଂସ୍କରଣ ଲୋକସେବକ ମଣ୍ଡଳର ଯୋଜନାରେ ଥାଇପାରେ କିନ୍ତୁ ପଣ୍ଡିତ ଗୋପବନ୍ଧୁ ଦାସ ଓଡିଆ ଲୋକଙ୍କର ଆଶା, ଆକାଂକ୍ଷାକୁ ସମାଜକୁ ଅସ୍ତ୍ର କରି ତତ୍କାଳୀନ ବ୍ରିଟିଶ ସମ୍ରାଜ୍ୟ ବିରୁଦ୍ଧରେ ଲଢେଇ କରିବାର ଯେଉଁ ଆୟୁଧ ତିଆରି କରିଥିଲେ ତାହା ଥିଲା ସ୍ୱତନ୍ତ୍ର ।

ସମାଜ କେବଳ ଖବର କାଗଜ ନୁହେଁ କି ସମ୍ବାଦ ପରିବେଷଣ ସଂସ୍ଥା ନୁହେଁ, ଓଡିଆ ଜନଜୀବନର ଯେତିକି ଆସ୍ଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅଛି, ସେତେକି ଆସ୍ଥା ଓଡିଆ ଲୋକଙ୍କର ବିଶେଷ ଭାବରେ ଗରିବ ଲୋକ ତଥା ସାଧାରଣ ଲୋକଙ୍କର ସମାଜ ଉପରେ ଭରସା ଅଛି ।

ଓଡିଶା ଆଗାମୀ ୧୦୦ ବର୍ଷରେ ପୃଥିବୀର ଏକ ଶକ୍ତିଶାଳୀ ଅଞ୍ଚଳ ହେବ ।

ଏହି ଦମ୍ଭ ସହ ସମାଜ ଏହାର ନେତୃତ୍ୱ ନେଉ ।

ଯେପରି ସମାଜର ୨୦୦ ବର୍ଷ ପୂରଣ ସମୟରେ ଓଡିଶା ପୃଥିବୀର ଏକ ସମୃଦ୍ଧଶାଳୀ ଅଞ୍ଚଳ ହେବ ଏବଂ ସେତେବେଳେ ଏହା ହିଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ।

ଓଡିଶା ଆଗକୁ ଗଲେ ଗୋପବନ୍ଧୁଙ୍କ ପ୍ରତିଜ୍ଞା ପୂରଣ ହୋଇପାରିବ ।

Categories
STATE
Newsroll

RELATED BY

  • ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ:କେନ୍ଦ୍ର ଶ୍ରମ ମନ୍ତ୍ରୀ

    ଆଜି ଭୁବନେଶ୍ୱର ଠାରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ...
  • ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ୫ ଦିନିଆ ପ୍ରଦର୍ଶନୀ

    କଟକ:ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ...
  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...