ତିନିଦିନିଆ ମଙ୍ଗୋଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତର ପୁଞ୍ଜି ନିବେଶରେ ମଙ୍ଗୋଲିଆର ନିର୍ମିତ ମଙ୍ଗୋଲ ତୈଳ ବିଶୋଧନ ପ୍ରକଳ୍ପକୁ ୮ ଅକ୍ଟୋବରରେ କେନ୍ଦ୍ରମନ୍ତ୍ରୀ ବୁଲି ଦେଖିବେ

ନୂଆଦିଲ୍ଲୀ/ଭୁବନେଶ୍ୱର:   ୭ରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଗସ୍ତକାଳରେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ସାକ୍ଷାତ୍ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସେପ୍ଟେମ୍ବର ମାସରେ ଭାରତ ଗସ୍ତ ପରେ ଭାରତର ଉଚ୍ଚ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗୋଲିଆ ଗସ୍ତରେ ଯାଉଛନ୍ତି ।

ଭାରତର ପୁଞ୍ଜି ନିବେଶରେ ମଙ୍ଗୋଲିଆର ନିର୍ମିତ ମଙ୍ଗୋଲ ତୈଳ ବିଶୋଧନ ପ୍ରକଳ୍ପକୁ ୮ ଅକ୍ଟୋବରରେ କେନ୍ଦ୍ରମନ୍ତ୍ରୀ ବୁଲି ଦେଖିବା ସହ ଶେଷ ହୋଇଥିବା କାମର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ ।

କେନ୍ଦ୍ରମନ୍ତ୍ରୀ ତୀଙ୍କ ଗସ୍ତକାଳରେ ଭାରତ-ମଙ୍ଗୋଲିଆ ମିଳିତ ଉଦ୍ୟମରେ ଏହି ଦେଶରେ ତୈଳ ବିଶୋଧନାଗାର ନିର୍ମାଣ ତଥା ରେଳ ଅନ୍ୟାନ୍ୟ କ୍ଷେତ୍ର ଯଥା ଖଣି, କୁକିଂ କୋଲ୍ ତଥା ରେଳ ଭିତିଭୂମି ବିକାଶ ପ୍ରସଙ୍ଗରେ ମଙ୍ଗୋଲିଆର ଖଣି ଓ ଭାରୀ ଶିଳ୍ପ ମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିବେ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୫ ମସିହାର ମଙ୍ଗୋଲିଆ ଗସ୍ତକାଳରେ ୧.୨୩୬ ମିଲିୟନ ଆମେରିକୀୟ ଡଲାର୍ ଭାରତୀୟ ପୁଞ୍ଜି ନିବେଶରେ ମଙ୍ଗୋଲିଆ ତୈଳ ବିଶୋଧନା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କର ସେପ୍ଟେମ୍ବର ୨୦୧୬ ଗସ୍ତ କାଳରେ ଏହି ପୁଞ୍ଜି ନିବେଶ ପରିମାଣକୁ ବୃଦ୍ଧି କରାଯାଇଥିଲା ।

ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଇଞ୍ଜିନିୟର୍ସ ଇଣ୍ଡିଆ ଏହି ପ୍ରକଳ୍ପ ନିର୍ମାଣର ବୈଷୟିକ ସହାୟତା ଯୋଗାଇ ଦେଉଛି ।

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY