ରାଜ୍ୟ ସରକାର ବୃହତ ଖଣି ଗୁଡିକୁ ନିଜ ଅଧିନରେ ରଖନ୍ତୁ

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ

ଭୁବନେଶ୍ୱର :ସଂପ୍ରତି ରାଜ୍ୟରେ ୨୦୨୦ ମାର୍ଚ୍ଚ ୩୧ ରିଖ ପୂର୍ବରୁ ପାଖାପାଖି ୨୦ଟି ଖଣିର ନିଲାମ ନିମନ୍ତେ ରାଜ୍ୟ ସରକାର ଖଣି ଏବଂ ଖଣିଜ ସଂପଦ ବିକାଶ ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୫୭କୁ ଆଳ କରି ବିଜ୍ଞପ୍ତି ପ୍ରକାଶ କରିବାରେ ଲାଗିଛନ୍ତି ।

ପ୍ରକାଶଥାଉକି ଉକ୍ତ ଲୁହାପଥର ଖଣିଗୁଡିକ ୫୦ ବର୍ଷରୁ ପ୍ରାୟ ଉର୍ଦ୍ଧ୍ଵ ହେବ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ଖଣି ମାଲିକମାନେ ଖଣିଗୁଡିକୁ ବିକଶିତ କରି ନିଜସ୍ୱ ଉଦ୍ୟୋଗ ବିନା ଖଣି ବ୍ୟବସାୟ କରି ଆସୁଛନ୍ତି ।

ଉକ୍ତ ଖଣି ଗୁଡିକରେ ନିର୍ଦ୍ଦିଷ୍ଟ ପରିମାଣରେ ଗଚ୍ଛିତ ଖଣିଜ ସଂପଦକୁ ନୂଆ କରି ନିଲାମ କରି ନୂତନ ଖଣି ମାଲିକଙ୍କ ଅକ୍ତିଆରରେ ପରିଚାଳନା ମୂଲ୍ୟହୀନ ସଦୃଶ ।

ଅପରପକ୍ଷେ ରାଜ୍ୟରେ ନୂତନ ଲୁହାପଥର ଖଣିଗୁଡିକୁ ଯଥାଶୀଘ୍ର ଚିହ୍ନଟ କରିବା ସହ ଏହାକୁ ବିକଶିତ କରିବା, ସମସ୍ତ ଆଇନଗତ ଅନୁମତି ପାଇବା ଯଦିଓ ବହୁ ଅର୍ଥ ବ୍ୟୟ ଓ ସମୟ ସାପେକ୍ଷ ମାତ୍ର ଗଢି ଉଠିଥିବା ଶିଳ୍ପକୁ କଂଚାମାଲ ଯୋଗାଇ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଇ ପାରିବେ ।

ଏମ୍.ଏମ୍.ଡି.ଆର. ଅଧିନିୟମ ୧୯୫୭ ଅଧିନସ୍ଥ ନିୟମାବଳୀକୁ ବିଶ୍ଳେଷଣ କରାଗଲେ ରାଜ୍ୟ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ପାଇଁ ମଧ୍ୟ ଖଣିକୁ ସଂରକ୍ଷିତ କରିପାରିବେ ।

ଏହା ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର କରେ ।

ଅବିକଶିତ ନୂତନ ଖଣିଗୁଡିକୁ ରାଜ୍ୟ ସରକାର ଘରୋଇ ଖଣି ବ୍ୟବସାୟୀମାନଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରାଇ ନିଲାମ ଡାକି ନିର୍ଦ୍ଧାରିତ ସମୟ ଅବଧି ପରେ ରାଷ୍ଟ୍ରାୟତ ଉଦ୍ୟୋଗ ହାତକୁ ଦେଇ ପାରିବେ ।

ଯଦ୍ୱାରା ରାଜ୍ୟରେ ଗଢି ଉଠିଥିବା ଶିଳ୍ପ ଓ ସହଯୋଗୀ ଶିଳ୍ପସଂସ୍ଥା କଞ୍ଚାମାଲ ପାଇବାରୁ ବଞ୍ଚିତ ହେବେନାହିଁ ଏବଂ ନିରାପଦ ଓ ନିର୍ଭୟରେ ଖଣି ବ୍ୟବସାୟ କରିବାରେ କୌଣସି ଅନ୍ତରାୟ ସୃଷ୍ଟି ହେବନାହିଁ ।

ରାଜସ୍ଥାନ ଓ ଗୁଜରାଟ ସରକାରଙ୍କ ପରି ରାଜ୍ୟ ସରକାର ସ୍ୱଳ୍ପ ଖର୍ଚ୍ଚରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ଅନୁବନ୍ଧିତ କଲେ ଅଧିକ ଆୟ କରିବା ସହ ରାଜ୍ୟ ରାଜସ୍ୱକୁ ବୃଦ୍ଧି କରିପାରିବେ ।

ଉପରୋକ୍ତ ଦିଗଗୁଡିକୁ ରାଜ୍ୟ ସରକାର ରାଜ୍ୟବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ପୁନଃବିଚାର କଲେ ସମସ୍ତଙ୍କର ମଙ୍ଗଳ ହୋଇପାରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ ସରକାର ଏ ଦିଗରେ ପ୍ରଯତ୍ନ ହେବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

Categories
STATE
Newsroll

RELATED BY

  • ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ:କେନ୍ଦ୍ର ଶ୍ରମ ମନ୍ତ୍ରୀ

    ଆଜି ଭୁବନେଶ୍ୱର ଠାରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ...
  • ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ୫ ଦିନିଆ ପ୍ରଦର୍ଶନୀ

    କଟକ:ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ...
  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...