ବେଗୁନିଆ

ର ଉପକାରୀତା

ବେଗୁନଆ ଗଛ ସହିତ ସମସ୍ତେ ପରିଚିତ । ଏହା ଏକ ବହୁ ବର୍ଷୀୟ ବୁଦାଜାତୀୟ ଗଛ । ଏହାର ପତ୍ରକୁ ମକଚିଲେ ଏକ ବିଶିଷ୍ଟ ପ୍ରକାରର ଦୁର୍ଗନ୍ଧ ବାହାରେ । ତେଣୁ ଏହି ଗଛକୁ ପଶୁମାନେ ଖାଆନ୍ତି ନାହିଁ । ବେଗୁନିଆ ଗଛ ଦୁଇ ପ୍ରକାରର ଦେଖିବାକୁ ମିଳେ ନୀଳ ଫୁଲ ଓ ଧଳାଫୁଲ ଯୁକ୍ତ । ସଂସ୍କୃତରେ ନୀଳ ଫୁଲର ଗଛକୁ ନିର୍ଗୁଣୀ ଓ ଧଳାଫୁଲ ଗଛକୁ ସିନ୍ଧୁ ଓ୍ୟାର କୁହନ୍ତି ।

 

ମୁଣ୍ଡ ରୋଗ: ବେଗୁନିଆ ଫଳର ୨-୪ ଗ୍ରାମ ଚୂର୍ଣ୍ଣକୁ ଦିନରେ ଦୁଇଥର ସେବନ କଲେ ସ୍ନାୟୁ ଓ ମୁଣ୍ଡ ସମ୍ବନ୍ଧୀୟ ରୋଗରେ ଲାଭ ମିଳିଥାଏ ।

ମୁଣ୍ଡ ବ୍ୟଥା: ବେଗୁନିଆ ପତ୍ରକୁ ବାଟି କାନ ପଟିରେ ଲେପ ଦେଲେ ମୁଣ୍ଡବ୍ୟଥା ଦୂର ହୁଏ ।

ଗଳାରୋଗ ଓ ମୁଖ ଛାଲି: ବେଗୁନିଆ ପତ୍ରକୁ ପାଣିରେ ସିଝାଇ ସେହି ପାଣିକୁ ଛାଣି ସେଥିରେ କୁଳି କଲେ ଲାଭ ମିଳିଥାଏ ।ବେଗୁନିଆ ତେଲ ମୁଖ ଓ ଜିଭରେ ଲଗାଇଲେ ମୁଖ ଛାଲି ଠିକ୍ ହୋଇଥାଏ । ଫଟା ଓଠରେ ବେଗୁନିଆ ତେଲ ଲଗାଇଲେ ଆଉ ଓଠ ଫାଟେ ନାହିଁ ।

କର୍ଣ୍ଣ ରୋଗ: ବେଗୁନିଆ ପତ୍ର ରସକୁ ରାଶି ତେଲରେ ସିଝାଇ ଥଣ୍ଡା କରି ଛାଣି ସେହି ତେଲରେ ଅଳ୍ପ ମହୁ ମିଶାଇ ୧-୨ ବୁନ୍ଦ କାନରେ ପକାଇଲେ ସମସ୍ତ କର୍ଣ୍ଣ ରୋଗରୁ ଲାଭ ମିଳିଥାଏ ।

ଗଣ୍ଡମାଳୀ: ବେଗୁନିଆ ଚେରକୁ ବାଟି କପଡ଼ାରେ ଛାଣି ନସ୍ୟ ନେଲେ ଗଣ୍ଡାମାଳୀ ଦୂର ହୋଇଥାଏ ।

ଜ୍ୱର ରୋଗ: ବେଗୁନିଆ ପତ୍ର ୨୦ ଗ୍ରାମକୁ ୪୦୦ ଗ୍ରାମ ପାଣିରେ ସିଝାଇ ୨୦ ଗ୍ରାମ ମାତ୍ରାରେ ଦିନରେ ୩ ଥର ପିଆଇଲେ ଜ୍ୱର ଛାଡ଼ିଯାଇଥାଏ ।

ମାସିକ ଧର୍ମ ଠିକ୍ ନହେଲେ: ବେଗୁନିଆ ମଂଜି ଚୂର୍ଣ୍ଣ ୨ ଗ୍ରାମ ସକାଳେ ଓ ସନ୍ଧ୍ୟାରେ ସେବନ କଲେ ମାସିକ ଧର୍ମ ଠିକ୍ ହୋଇଥାଏ ।

ଯକୃତ ରୋଗ: ମ୍ୟାଲେରିଆ କାରଣରୁ ଯକୃତ ବଢ଼ିଥବଲେ ବେଗୁନିଆ ପତ୍ର ଚୂର୍ଣ୍ଣ ୨ ଗ୍ରାମ, ହରିଡ଼ା ୧ ଗ୍ରାମ ଗୋ ମୂତ୍ର ୧୦ ମିଲି ମିଶାଇ ସେବନ କଲେ ଯକୃତ ରୋଗ ଠିକ୍ ହୋଇଥାଏ ।

ସୁଖ ପ୍ରସବ: ବେଗୁନିଆ ପତ୍ରକୁ ବାଟି ନାଭି ଉପରେ ଲେପ ଦେଲେ ସୁଖରେ ପ୍ରସବ ହୋଇଥାଏ ।

ପରିସ୍ରା ବନ୍ଦ ହୋଇଗଲେ : ବେଗୁନିଆ ପତ୍ର ୨୦ ଗ୍ରାମକୁ ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ଦିନରେ ତିନିଥର ୧୦-୨୦ ଗ୍ରାମ ମାତ୍ରାରେ ପିଆଇଲେ ଶୀଘ୍ର ପରିସ୍ରା ହୋଇଯାଇଥାଏ ।

ମାଂସପେଶୀ ଯନ୍ତ୍ରଣା: ବେଗୁନିଆ ଛେଲି ଚୂର୍ଣ୍ଣ ୫ ଗ୍ରାମ କିମ୍ବା ପତ୍ରକୁ ପାଣିରେ କମ୍ ଆଞ୍ଚରେ ଗରମ କରି ୨୦ ଗ୍ରାମ ମାତ୍ରାରେ ଦିନରେ ୩ ଥର ସେବନ କଲେ ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ ।

ଗୁଧ୍ରସୀ (ସାଇଟିକା): ବେଗୁନିଆ ପତ୍ର ୫୦ ଗ୍ରାମକୁ ପାଣି ସହିତ କମ୍ ଆଞ୍ଚରେ ସିଝାଇ ୫୦ ଗ୍ରାମ କ୍ୱାଥକୁ ପୁଣି ୫୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ଦିନରେ ୨-୩ ଥର ସେବନ କଲେ ଗୁଧ୍ରସୀ ଯନ୍ତ୍ରଣା ଦୂର ହୁଏ ।

କାମଶକ୍ତି ପାଇଁ: ବେଗୁନିଆ ପତ୍ରକୁ ବାଟି କାମେନ୍ଦ୍ରିୟରେ ଲେପଦେଲେ ଯୌନାଙ୍ଗ ଶିଥିଳତା ଦୂର ହୁଏ ।

ପାଦର ନିସ୍କ୍ରିୟତା: ବେଗୁନିଆ ତେଲ ମାଲିସ୍ କଲେ ଗୋଡ଼ ଓ ପାଦର ନିଷ୍କ୍ରିୟତା ଦୂର ହୋଇଥାଏ ।

ସମସ୍ତ ରୋଗ ପାଇଁ: ବେଗୁନିଆ ପତ୍ର ରସ ସହିତ ଶିଲାଜିତ୍ ମିଶାଇ ଖାଇଲେ ଏହା ଅମୃତ ଭଳି କାମ କରିଥାଏ ।

ଘା’ରୋଗ: ବେଗୁନିଆ ପତ୍ର ସହିତ ସିଝା ଯାଇଥିବା ତେଲକୁ ଲଗାଇଲେ ଘା’ ଭଲ ହୋଇଯାଏ ।

ବ୍ରଣ: ବେଗୁନିଆ ପତ୍ର ସିଝା ତେଲ ଲଗାଇଲେ ବ୍ରଣ ଭଲ ହୋଇଥାଏ ।

ଧନୁଷ୍ଟଙ୍କାର ବାତ: ବେଗୁନିଆ ପତ୍ର ରସ ଦିନରେ ୨-୩ ଥର ପିଆଇଲେ ଧନୁଷ୍ଟଙ୍କାର ବାତ ଠିକ୍ ହୋଇଥାଏ ।

କାଶ ଓ କଫ: ବେଗୁନିଆ ପତ୍ରକୁ ସିଝାଇ ସେହି ପାଣିକୁ ଥଣ୍ଡା କରି ଛାଣି ପିଇଲେ କାଶ ଓ କଫ ଠିକ୍ ହୁଏ ।

ଓଠ ଫଟା: ବେଗୁନିଆ ପତ୍ର ସିଝା ତେଲକୁ ଓଠରେ ଲଗାଇଲେ ଓଠ ଆଉ ଫାଟେ ନାହିଁ ।

ଏକ ଅଙ୍ଗୀ ବାତ: ବେଗୁନିଆ ପତ୍ରକୁ ସୋରିଷ ତେଲରେ ସିଝାଇ ଥଣ୍ଡା କରି ଛାଣି ସେହି ତେଲକୁ ପ୍ରଭାବିତ ଅଙ୍ଗରେ ତଳୁ ଉପରକୁ ମାଲିସ୍ କଲେ ଓ ଅଙ୍ଗକୁ ହଲାଇଲେ ଏକ ଅଙ୍ଗୀବାତ ଭଲ ହୋଇଥାଏ ।

ଆଣଣ୍ଠୁ ଗଣ୍ଠି ବାତ: ବେଗୁନିଆ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ଦରଜ ଜାଗାକୁ ସେକ ଦେଲେ ଆଣଣ୍ଠୁ ଗଣ୍ଠିବମାତ ଠିକ୍ ହୋଇଥାଏ ।

ଯକ୍ଷ୍ମା ରୋଗ: ବେଗୁନିଆ ପତ୍ରକୁ ଘିଅରେ ଭାଜି ନିୟମିତ ଭାବେ ଖାଇଲେ ଯକ୍ଷମାରୋଗ ଭଲ ହୋଇଥାଏ ।

କୁଷ୍ଠ ରୋଗ: ବେଗୁନିଆ ଛେଲି ଗୁଣ୍ଡ ଏକ ଚାମଚରେ ଗୋମୂତ୍ର ଅଧକପ୍ ମିଶାଇ ସେବନ କଲେ କୁଷ୍ଠ ରୋଗ ଭଲ ହୋଇଥାଏ ।

ବଂଚିବାର ବୟସ ବଢ଼ିଥାଏ: ବେଗୁନିଆ ପତ୍ର ରସ ୩-୪ ଗ୍ରାମରେ ମିଶ୍ରୀ ମିଶାଇ ପିଇଲେ ଶରୀର ନିରୋଗ ରୁହେ ଓ ବଂଚିବାର ବୟସ ବଢ଼ିଯାଇଥାଏ ।

Categories
HEALTH
Newsroll

RELATED BY

  • ଲାଜକୁଳୀ ଲତା

     ଲାଜକୁଳୀ ଲତା ଏକ କଣ୍ଟା ଜାତୀୟ ଲତା ଅଟେ । ଏହା ଜମି ଉପରେ ମାଡ଼ିଥାଏ । ଏହାର ପତ୍ରକୁ ଛୁଇଁଲେ ଝାଉଁଳି ପଡେ ଓ ପରେ ପୁଣି ପୂର୍ବ ଅବସ୍ଥାକୁ ଫେରିଆସେ । ଏଥିରେ ଗୋଲାପି ରଙ୍ଗର ଗୋଲ୍‍...
  • ଜାତୀୟ ସ୍ଵେଛାକୃତ ରକ୍ତଦାତା ଦିବସ ପାଳିତ

    କଟକ- ଗୋପୀନାଥପୁର ଠାରେ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ ଜାତୀୟ ସ୍ଵେଛାକୃତ ରକ୍ତଦାତା ଦିବସ ପାଳିତ ହୋଇଛି । ରେଡ୍‌ କ୍ରସ ରକ୍ତ ଭଣ୍ଡାର, କଟକର ଅଧ୍ୟକ୍ଷ ତଥା ପୂର୍ବତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଏହି ରକ୍ତଦାନ ଶିବିରକୁ ...
  • ବାୟୁ ପ୍ରଦୂଷଣ ଭୁବନେଶ୍ୱର ଅଧିବାସୀଙ୍କର ହାରାହାରି ପରମାୟୁ କମାଇ ଦେଉଛି

    ଭୁବନେଶ୍ୱର : ଭାରତରେ ଯେଉଁ ଶହେ ଦୁଇଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି ତା ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବାୟୁ ଗୁଣବତ୍ତା ଜୀବନ...
  • “ Heart and Lung Transplant Program”

    Bhubaneswar : CARE Hospitals, Bhubaneswar launched Odisha’s first comprehensive “Heart and Lung Transplant Program” on Friday 20 th September 2019 at Bhubaneswar. This program was supported by world renowned...