ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ଏକ ନିୟମିତ ରାସ୍ତା ହୋଇପାରିନାହିଁ

ବିଜେପି

ଭୁବନେଶ୍ୱର : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ।

ଏହି ଅବସରରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ସାକ୍ଷୀଗୋପାଳ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋ ଗ୍ରାମ ଏବଂ ବକୁଳବନସ୍ଥିତ ସମାଧି ପୀଠରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବାସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ବିଜେପି ନେତୃବୃନ୍ଦ ଉକ୍ରଳମଣିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ତ୍ୟାଗପୂତ ଜୀବନ ସଂର୍ପକରେ ଆଲୋକପାତ କରିଥିଲେ ।

ଉତ୍କଳମଣି ଗୋପବନ୍ଧୁ ଓଡିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ ।

ତାଙ୍କର ଆହ୍ୱାନ ଥିଲା କି, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା ।

ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ ।

ସେହିପରି କଲିକତାରେ ସେ ଉଚ୍ଚ ଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଓଡିଶା ଶ୍ରମିକ ସଂଘ ଏବଂ ସାଂଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । କିନ୍ତୁ ଏବେ ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି କି, ସ୍ୱାଧୀନତାର ୭୨ ବର୍ଷ ପରେ ବି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ଏକ ନିୟମିତ ରାସ୍ତା ହୋଇପାରିନାହିଁ ।

ରାଜ୍ୟସରକାର ତୁରନ୍ତ ସୁଆଣ୍ଡୋ ଗ୍ରାମକୁ ସବୁଦିନିଆ ରାସ୍ତାରେ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ଏବଂ ଗୋପବନ୍ଧୁୁଙ୍କ ଜନସ୍ଥାନକୁ ଉନ୍ନତିକରଣ କରି ପ୍ରଚାର ପ୍ରସାର କରିବା ପାଇଁ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଦାବି କରିଛନ୍ତି ।

ଏହି ଅବସରରେ ପୁରୀ ଜିଲ୍ଲା ସଭାପତି ପ୍ରଭଜଂନ ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ବିରଂଚି ତ୍ରିପାଠୀ, ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ଏବଂ ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

Categories
STATE
Newsroll

RELATED BY

  • ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ:କେନ୍ଦ୍ର ଶ୍ରମ ମନ୍ତ୍ରୀ

    ଆଜି ଭୁବନେଶ୍ୱର ଠାରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ...
  • ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ୫ ଦିନିଆ ପ୍ରଦର୍ଶନୀ

    କଟକ:ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ...
  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...